Latest Odisha News

BREAKING NEWS

୪୪୧୧ କୋଟି ଟଙ୍କାର ରାଜସ୍ୱ ଲକ୍ଷ୍ୟରେ ତିରୁପତି ମନ୍ଦିର ଟ୍ରଷ୍ଟ

ହାଇଦ୍ରାବାଦ: ପ୍ରସିଦ୍ଧ ତିରୁପତି ମନ୍ଦିରର ବାର୍ଷିକ ବଜେଟ ଜାରୀ କରାଯାଇଛି । ଏଥିରେ ଏପ୍ରିଲ ୧ରୁ ଆରମ୍ଭ ହେଉଥିବା ନୂତନ ଆର୍ଥର୍କ ବର୍ଷରେ ୪୪୧୧ କୋଟି ଟଙ୍କାର ରାଜସ୍ୱ ଟାର୍ଗେଟ ରଖାଯାଇଛି । ଟ୍ରଷ୍ଟର ସଭାପତି ସୁବା ରେଡ୍ଡୀଙ୍କ ମତରେ ଚଳିତ ବର୍ଷ ଏହା ୩୦୯୬ କୋଟି ଟଙ୍କା ରହିଥିଲା । କରୋନା ପରେ ମନ୍ଦିରକୁ ଅଧିକ ଚାନ୍ଦା ଓ ଦାନ ମିଳୁଥିବାରୁ ଏହି ଲକ୍ଷ୍ୟ ରଖାଯାଇଛି । ସେହିପରି ୫୦୦ କୋଟି ଟଙ୍କାର ପ୍ରସାଦ ବିକିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ସେ କହିଛନ୍ତି । ସେହିପରି ଚଳିତ ବର୍ଷ ୯୦୦ କୋଟି ଟଙ୍କା ନଗଦ ମିଳିବ ବୋଲି ଆଶା କରାଯାଉଥିଲା ଏବେ ଏହା ୧୫୮୮ କୋଟି ପର୍ଯ୍ୟନ୍ତ ଯାଇପାରେ ବୋଲି ରେଡ୍ଡୀ କହିଛନ୍ତି ।

ସ୍ୱତନ୍ତ୍ର ଦର୍ଶନ ଟିକେଟରୁ ୩୩୦ କୋଟି ଟଙ୍କା ଆଦୟ ହେବ ବୋଲି ଲକ୍ଷ୍ୟ ରଖାଯାଇଛି । ସୂଚନାଯୋଗ୍ୟ, ଆନ୍ଧ୍ରପ୍ରଦେଶର ତିରୁପତି ଜିଲ୍ଲାର ତିରୁମାଲା ଥିବା ଭଗବାନ ଭେଙ୍କେଟେଶ୍ୱର ମନ୍ଦିରକୁ ପ୍ରତିବର୍ଷ କୋଟି କୋଟି ଶ୍ରଦ୍ଧାଳୁ ଯାଇଥାନ୍ତି ।

Leave A Reply

Your email address will not be published.