Latest Odisha News

BREAKING NEWS

୫ କୋଟି ୯୯ ଲକ୍ଷ ଟଙ୍କାରେ ନିଲାମ ହେଲା ଟାଇଟାନିକ ଫିଲ୍ମରେ ବ୍ୟବହୃତ କବାଟ

ନୂଆଦିଲ୍ଲୀ: ହଲିଉଡର ନିର୍ଦ୍ଦେଶକ ଜେମ୍ସ କାମେରୁନଙ୍କ ଫିଲ୍ମ ଟାଇଟାନିକ ରିଲିଜ ହେବାର ୨୬ ବର୍ଷ ହୋଇଗଲାଣି । ଏବେ ବି ଦର୍ଶକଙ୍କ ମନରେ ଏହି ଫିଲ୍ମ ଘର କରି ରହିଛି । ଏଥିରେ ଲିୟୋନାର୍ଡ ଡିକ୍ରାପିୟୋ ଓ କେଟ ୱିନ୍ସଲେଟ ମୂଖ୍ୟ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ । ନିକଟରେ ଏହି ଫିଲ୍ମରେ ବ୍ୟବହୃତ ଏକ କବାଟ ୫.୯୯ କୋଟି ଟଙ୍କାରେ ନିଲାମ ହୋଇଛି । ଫିଲ୍ମରେ ଏହି କବାଟ ଉପରେ ଭାସି ରହି ନାୟିକା ନିଜ ଜୀବନ ବଂଚାଇ ରଖିଥିଲା । ସେହିପରି ନାୟିକା ପରିଧାନ କରିଥିବା ଶିଫନ ଡ୍ରେସ ୧.୦୫ କୋଟିରେ ନିଲାମ ହୋଇଥିଲା । ଏହି ନିଲାମରେ ଓଭରାଲ ୧୩୧ କୋଟି ଆୟ ହୋଇଥିଲା ।

ଇଣ୍ଡିଆନା ଜୋନ୍ସ ଆଣ୍ଡ ଦି ଟେମ୍ପୁଲ ଅଫ ଦି ଡୁମର ଚାବୁକ(୪.୩୭ କୋଟି),୨୦୦୨ରେ ରିଲିଜ ସ୍ପାଇଡର ମ୍ୟାନର ସୁଟ(୧.୦୪ କୋଟି), ଦି ଶାଇନିଂରେ ଜ୍ୟାକ ନିକୋଲସନ ବ୍ୟବହାର କରିଥିବା କୁରାଢ଼ୀ(୧.୦୪ କୋଟି) ଦର୍ଶକଙ୍କୁ ବେଶ ଆକୃଷ୍ଟ କରିଥିଲା ।

Leave A Reply

Your email address will not be published.