Latest Odisha News

BREAKING NEWS

ଟିଏମ୍‌ସି ସାଂସଦ ଡେରେକ୍‌ ଓ’ବ୍ରାଇନ୍ କରୋନା ପଜିଟିଭ୍

କୋଲକାତା: ମଙ୍ଗଳବାର ଦିନ ଟିଏମ୍‌ସି ସାଂସଦ ଡେରେକ ଓ’ବ୍ରାଇନ୍ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଡେରେକ ଓ’ବ୍ରାଇନ୍ ଟ୍ୱିଟର ଏକ ପୋଷ୍ଟରେ କହିଛନ୍ତି ଯେ ତାଙ୍କର ମଧ୍ୟମ ଧରଣର ଲକ୍ଷଣ ରହିଛି ଏବଂ ସେ ଘରେ ଅଲଗା ରହିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ସେ ସର୍ବଦା ‘ଅଲ୍‌ଟ୍ରା କେୟାର୍‌ଫୁଲ୍‌’ ରହନ୍ତି।

ଡେରେକ ଓ’ବ୍ରାଇନ୍ ଟ୍ୱିଟ୍ କରି କହିଛନ୍ତି ଯେ, “ଯଦି ଆପଣ ଗତ ତିନି ଦିନ ମଧ୍ୟରେ ମୋ ସଂସ୍ପର୍ଶରେ ଆସିଛନ୍ତି ତେବେ ଦୟାକରି ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

ଏହାପୂର୍ବରୁ, ପୂର୍ବତନ ଭାରତୀୟ କ୍ରିକେଟ୍‌ ଅଧିନାୟକ ସୌରଭ ଗାଙ୍ଗୁଲି କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ଯେଉଁଥିପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Comments are closed.