Latest Odisha News

BREAKING NEWS

ଏପରି କରନ୍ତୁ ଘରେ ଶିବ ରୁଦ୍ରାଭିଷେକ, ପାଇବେ ଶୁଭ ଫଳ

ଭୁବନେଶ୍ଵର: ଆସନ୍ତା ଫେବୃୟାରୀ ୨୬ରେ ପଡୁଛି ମହାଶିବରାତ୍ରୀ । ପ୍ରତିବର୍ଷ ଫାଲଗୁନ୍ ମାସର କୃଷ୍ଣପକ୍ଷ ଚତୁର୍ଦ୍ଦଶୀରେ ମହାଶିବରାତ୍ରୀ ପର୍ବ ପାଳନ କରାଯାଏ । ଶାସ୍ତ୍ର ଅନୁସାରେ, ମହାଦେବ ଓ ମାତା ପାର୍ବତୀଙ୍କ ବିବାହ ହୋଇଥିଲା । ଏହି ଦିନ ଦେଶର କୋଣ ଅନୁକୋଣରେ ଥିବା ସମସ୍ତ ଶୈବ ପୀଠରେ ମହାଦେବଙ୍କ ପୂଜାର୍ଚ୍ଚନା କରାଯାଏ । ଭକ୍ତମାନେ ଦିନ ସାରା ଉପବାସ କରି ରାତିରେ ଜାଗର ଦୀପ ଜାଣିଥାଆନ୍ତି । ବିଶ୍ଵାସ କରାଯାଏ ଯେ, ଭଗବାନ ଶିବଙ୍କୁ ଅତି ନିଷ୍ଠା ଓ ସହୃଦୟରେ ପୂଜା କଲେ ମହାଦେବ ସମସ୍ତଙ୍କ ମନବାଞ୍ଛା ପୁରଣ କରିଥାଆନ୍ତି । ଲୋକମାନେ ବିଭିନ୍ନ ମାନସିକ ରଖି ମହାଶିବରାତ୍ରୀ ପୂଜା କରିଥାଆନ୍ତି । ମହାଶିବରାତ୍ରୀ ଅବସରରେ ରୁଦ୍ରାଭିଷେକର ମହତ୍ତ୍ୱ ଅନେକ ଗୁଣରେ ବଢ଼ିଯାଏ ।

ଶିବ ପୂରାଣର ରୁଦ୍ରସଂହିତାରେ କୁହାଯାଇଛି- ମହାଶିବରାତ୍ରୀ, ଶ୍ରାବଣ ସୋମବାର, ଶିବରାତ୍ରୀରେ ରୁଦ୍ରାଭିଷେକ ବିଶେଷ ଫଳ ଦେଇଥାଏ । ରୁଦ୍ରାଭିଷେକରେ ଶିବ ଲିଙ୍ଗର ପବିତ୍ର ସ୍ନାନ କରାଯାଏ ଏବଂ ଏହାକୁ ସନାତନ ଧର୍ମରେ ସବୁଠୁ ପ୍ରଭାବଶାଳୀ କୁହାଯାଏ । ରୁଦ୍ରାଭିଷେକ ଦ୍ୱାରା ଭଗବାନ ଶିବ ଶୀଘ୍ର ପ୍ରସନ୍ନ ହେବା ସହ ଭକ୍ତଙ୍କ ସକଳ ଦୁଃଖକୁ ଦୂର କରିଥାନ୍ତି । ଜାଗର ଦିନ ସମସ୍ତ ଶୈବ ପୀଠରେ ପ୍ରବଳ ଭିଡ ଥିବାରୁ ସେଠାରେ ସଠିକ୍ ଉପାୟରେ ରୁଦ୍ରାଭିଷେକ କରିବା ସମ୍ଭବ ହୋଇନଥାଏ । ତେଣୁ ଆପଣ ଚାହିଳେ ଘରେ ରୁଦ୍ରାଭିଷେକ କରିପାରିବେ । ଯର୍ଜୁବେଦ ଅନୁସାରେ ଶିବଭକ୍ତଙ୍କ ଲାଗିଙ୍କ ରୁଦ୍ରାଭିଷେକ ଅତ୍ୟନ୍ତ ଲାଭଦାୟକ । ଶିବଲିଙ୍ଗ ଅଭିଷେକରେ ଗାଈ ଘିଅ, ଚନ୍ଦନ, ପାନ ପତ୍ର, ଧୂପ, ଫୁଲ, ଗନ୍ଧ କର୍ପୂର, ମିଠାଇ, ଫଳ, ମହୁ, ଦହି, ଅଁଳା, ପଞ୍ଚାମୃତ, ଆଖୁ ରସ, ନଡ଼ିଆ ପାଣି, ଗଙ୍ଗାଜଳ, ଗୁଆ, ପାଣି ଓ ନଡ଼ିଆ ଆଦି ଆବଶ୍ୟକ । ଯଦି ଆପଣ ସୁଗନ୍ଧିତ ପଦାର୍ଥ ଶିବଲିଙ୍ଗରେ ଅର୍ପଣ କରିବାକୁ ଚାହାଁନ୍ତି ତ ପୂର୍ବରୁ ଯୋଗାଡ଼ କରି ନିଅନ୍ତୁ । ଏଥିସହ ଗାଈ ସିଂଘରେ ତିଆରି ଅଭିଷେକ ପାତ୍ର ପିତ୍ତଳ କିମ୍ବା ଅନ୍ୟ ଧାତୁରେ ତିଆରି ହୋଇଥିବା ତାକୁ ଆଣନ୍ତୁ । ରୁଦ୍ରାଷ୍ଠାଧ୍ୟାୟୀର ଏକାଦଶୀନି ଋଦ୍ରୀକୁ ୧୧ଥର ପାଠ କରନ୍ତୁ । ଏହାକୁ ହିଁ ଲଘୁ ରୁଦ୍ର କୁହନ୍ତି । ଶିବଲିଙ୍ଗରେ ଅର୍ପଣ ହୋଇ ବୋହି ଯାଉଥିବା ପାଣିକୁ ଏକତ୍ରିତ କରି ବେଦୀରେ ରଖନ୍ତୁ ।

ଘରେ ରୁଦ୍ରାଭିଷେକ କରୁଥିଲେ ପ୍ରଥମେ ଶିବଲିଙ୍ଗଙ୍କୁ ଉତ୍ତରଦିଗକୁ ରଖନ୍ତୁ । ଯେମିତିକି ଆରଧନାକାରୀଙ୍କ ମୁହଁ ପୂର୍ବ ଦିଗକୁ ରହିବ । ଅଭିଷେକ ପାଇଁ ପ୍ରଥମେ ପିତ୍ତଳ ପାତ୍ରରେ ଗଙ୍ଗାଜଳ ଢ଼ାଳି ଅଭିଷେକ ଆରମ୍ଭ କରନ୍ତୁ । ଉକ୍ତ ପାତ୍ରରେ ଆଖୁ ରସ, ମହୁ, ଦହି, ଦୁଗ୍ଧରେ ପଞ୍ଚାମୃତ ସମେତ ସମସ୍ତ ତରଳ ପଦାର୍ଥରେ ଶିବଲିଙ୍ଗର ଅଭିଷେକ କରନ୍ତୁ ।ଭଗବାନ ଶିବଙ୍କ ଅଭିଷେକ ସମୟରେ ଧ୍ୟାନର ସହ ମହାମୃତ୍ୟୁଞ୍ଜୟ ମନ୍ତ୍ର, ଶିବ ତାଣ୍ଡବ ସ୍ରୋତ, ଓଁ ନମଃ ଶିବାୟ ଅଥବା ରୁଦ୍ରାମନ୍ତ୍ର ଜପ କରନ୍ତୁ । ଏହା ପରେ ଶିବଲିଙ୍ଗରେ ଚନ୍ଦନର ପ୍ରଲେପ ଲଗାନ୍ତୁ । ତା’ପରେ ପାନ ପତ୍ର, ବେଲପତ୍ର, ଗୁଆ ଆଦି ସମସ୍ତ ସାମଗ୍ରୀକୁ ଭଗବାନ ଶିବଙ୍କୁ ଅର୍ପଣ କରନ୍ତୁ ।

ଏହାପରେ ଶିବଙ୍କ ଲାଗି ପ୍ରସ୍ତୁତ କରି ରଖିଥିବା ଭୋଗକୁ ଶିବଲିଙ୍ଗରେ ଅର୍ପଣ କରନ୍ତୁ । ଏହା ପରେ ଭଗବାନ ଶିବଙ୍କ ମନ୍ତ୍ରକୁ ୧୦୮ ଥର ଜପ କରନ୍ତୁ ଏବଂ ପୂରା ପରିବାର ସହିତ ଶିବଲିଙ୍ଗର ଆରତୀ କରନ୍ତୁ ।ଅଭିଷେକ ଜଳକୁ ଏକତ୍ର କରି ପୂରା ଘରେ ଛିଞ୍ଚନ୍ତୁ ଏବଂ ସେହି ଜଳକୁ ସମସ୍ତଙ୍କୁ ପିଇବାକୁ ଦିଅନ୍ତୁ । ବିଶ୍ୱାସ ରହିଛି ଏଭଳି କରିବା ଦ୍ୱାରା ସମସ୍ତ ରୋଗ ଦୂର ହୋଇ ଯାଇଥାଏ । ମହାଶିବରାତ୍ରିରେ ରୁଦ୍ରାଭିଷେକର ପ୍ରକ୍ରିୟା ବେଳେ ଶିବ ମନ୍ତ୍ର ଜପି ଚାଲିଥାନ୍ତୁ ।

Comments are closed.