Latest Odisha News

BREAKING NEWS

ଆଜି ବାରୁଣି ସ୍ନାନ: ବୈତରଣୀ ନଦୀ କୂଳରେ ପିତୃପୁରୁଷଙ୍କୁ ପିଣ୍ଡଦାନ କଲେ ଶ୍ରଦ୍ଧାଳୁ

ଯାଜପୁର: ଆଜି ହେଉଛି ପବିତ୍ର ବାରୁଣୀ ସ୍ନାନ । ଚଳିତବର୍ଷ ମହା ବାରୁଣୀ ଯୋଗ ପଡିଥିବାରୁ ଯାଜପୁର ବୈତରଣୀ ନଦୀର ଦଶ୍ୱାଶମେଧ ଘାଟରେ ବୁଡ ଓ ପିଣ୍ଡ ପକାଇବା ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ ଜମିଛି ।

ସକାଳ ୬ ଟା ୯ ଠାରୁ ଦିନ ୧୨ ଟା ୫୭ ମିନିଟ୍ ଯାଏଁ ବୁଡ ପକାଇବା ପାଇଁ ଶୁଭ ଯୋଗ ଥିବାରୁ ଶ୍ରଦ୍ଧାଳୁ ମାନେ ବୈତରଣୀ ନଦୀର ଦଶ୍ୱାଶମେଧ ଘାଟରେ ପହଞ୍ଚି ବୁଡ ପକାଇବା ସହ ପିଣ୍ଡ ଦାନ କରିଛନ୍ତି । ପ୍ରତିବର୍ଷ ଚୈତ୍ର ମାସ କୃଷ୍ଣପକ୍ଷ ତ୍ରୟୋଦଶୀ ତିଥିରେ ବାରୁଣୀ ସ୍ନାନ ଯୋଗ ପଡ଼େ । ଚୈତ୍ର କୃଷ୍ଣ ତ୍ରୟୋଦଶୀ ଦିନ ଯଦି ଶନିବାର ବା ଶତିଭିକ୍ଷା ନକ୍ଷତ୍ର ଓ ଜ୍ୟୋତିଷମତରେ ଶୁଭଯୋଗ ପଡ଼େ, ତେବେ ଏହାକୁ ବାରୁଣୀଯୋଗ ବୋଲି କୁହାଯାଏ । ଚଳିତ ବର୍ଷ ଶତଭିଷା ନକ୍ଷତ୍ର ସହ ଶନିବାର ଯୁକ୍ତ ହୋଇଥିବାରୁ ମହାବାରୁଣୀ ଯୋଗ ରହିଛି ।

ବିଶ୍ବାସ ଅଛି ଏହି ଦିନ ପିତୃପୁରୁଷଙ୍କୁ ପିଣ୍ଡ ଦାନ କଲେ ସେମାନଙ୍କ ମୋକ୍ଷ ଓ ସ୍ୱର୍ଗ ପ୍ରାପ୍ତି ହୋଇଥାଏ । ଏହା ସହ ଏହି ଘାଟରେ ବୁଡ ପକାଇଲେ ସମସ୍ତ ପାପ କ୍ଷୟ ହୋଇଥାଏ । ସେନେଇ ଘାଟରେ ବ୍ୟାପକ ବ୍ୟବସ୍ଥା କରାଯାଇଛି । କୌଣସି ବିଶୃଙ୍ଖଳା ପରିସ୍ଥିତି ନ ଘଟିବା ପାଇଁ ପୁଲିସ ଫୋର୍ସ ମୁତୟନ କରାଯାଇଛି

Leave A Reply

Your email address will not be published.