Latest Odisha News

ଆଜି ସରିବ , ପୁଣି ଆରବର୍ଷକୁ ଅପେକ୍ଷା…

କଟକ : ୯ ଦିନ ହେଲା ଚାଲିଥିଲା ଯାତ୍ରା । ସନ୍ଧ୍ୟା ହେଲେ ଲାଗୁଥିଲା ଲୋକଙ୍କ ଗହଳି  । ହେଲେ ଆସନ୍ତାକାଲି ସେ ଗହଳି ନଥିବ କି ଯାତ୍ରା ବି ନଥିବ । ଆଉ ସେ ସିଲେଷ୍ଟ୍ରି ଆଇସକ୍ରିମ୍ ର ଗୋଟେ ସଙ୍ଗେ ଗୋଟେ ମାଗଣାର ଡାକ ଶୁଭିବନି କି ମସଲାରେ ଜବରଦସ୍ତ ଅଫରର ଡାକ । ପୁରା ଖାଁ ଖାଁ ହୋଇପଡିବ ପଡିଆ । ହଁ ଆଜ୍ଞା ଆଜି ସରୁଛି କଟକର ଏୗତିହାସିକ ବାଲିଯାତ୍ରା । ନଭେମ୍ବର ୨୭ ତାରିଖରୁ ଆରମ୍ଭ ହୋଇଥିଲା ଏହି ଯାତ୍ରା  । ପ୍ରଥମେ ୮ ଦିନ ହେବାକୁ ଘୋଷଣା ହୋଇଥିଲା । ହେଲେ ଜନସାଧାରଣଙ୍କ ଆଗ୍ରହକୁ ଦୃଷ୍ଟି ରଖି ଆଉ ଗୋଟିଏ ଦିନ ବଢାଇବାକୁ ନିଷ୍ପତ୍ତି ହୋଇଥିଲା ।

ଆଜିଏହି ୯ ଦିନିଆ ମହାମେଳାର ଶେଷଦିନ । ଶେଷଦିନରେ ବାଲିଯାତ୍ରା ବୁଲାକୁ ଜମାରୁ ହାତଛଡା କରିନାହାନ୍ତି ଲୋକ  । ଶେଷ ଦିନରେ ବି ଅସମ୍ଭାଳ ଭିଡ ପରିଲକ୍ଷିତ ହୋଇଛି  । ଉପର ଏବଂ ତଳ ପଡିଆ ପୁରା ଜନ ସମୁଦ୍ର କହିଲେ ଚଳେ  । ଯେଉଁଠି ଦେଖିବେ ସେଇଠି ଚଟାପଟ ଖାଇବା ସାଙ୍ଗକୁ ବିଭିନ୍ନ ଘରକରଣା ସାମଗ୍ରୀ କିଣିବାକୁ ଲୋକ ଭିଡ଼ ଜମାଉଛନ୍ତି । ଏହାଛଡ଼ା ଦୋଳି ଓ ଅନ୍ୟ ରୋମାଞ୍ଚକର ଅନୁଭୂତି ମଧ୍ୟ ନେଉଛନ୍ତି ଜନସାଧାରଣ । ଗ୍ରାହକଙ୍କୁ ଆକୃଷ୍ଟ କରିବା ଲାଗି ପ୍ରତ୍ୟେକ ଜିନିଷ ଉପରେ ଦିଆଯାଉଛି ରିହାତି ।

ଗୋଟିଏ ସାଙ୍ଗରେ ଗୋଟିଏ ଫ୍ରି ସହ ଅଧିକ ଟଙ୍କା ଜିନିଷ କିଣିଲେ ବିଭିନ୍ନ ଉପହାରର ବ୍ୟବସ୍ଥା ମଧ୍ୟ ରହିଛି । ରୁଚି ମସଲା କୁହନ୍ତୁ ବା ଭାରତ ମସଲା, ସବୁ ଦୋକାନରେ ଲୋକଙ୍କ ଲମ୍ବା ଲାଇନ୍ ଲାଗିଛି ।  ଚଳିତ ଥର ବାଲିଯାତ୍ରାରେ ମୋଟ ୧୫ ଶହରୁ ଅଧିକ ଷ୍ଟଲ ପଡିଥିବା ବେଳେ ଅନେକ ବ୍ୟବସାୟୀ ବେପାର ପାଇଁ ଆସିଛନ୍ତି ।  କେବଳ ମସଲା ନୁହେଁ , ଚଳିତବର୍ଷ ବାଲିଯାତ୍ରାରେ ମନ ମୋହୁଛି ପ୍ଲାଷ୍ଟିକ ଫୁଲ । ଦୂରରୁ ସତସତିକା ଲାଗୁଥିଲେ ଲାଗୁଥିଲେ ବି  ଏ ହେଉଛି ପ୍ଲାଷ୍ଟିକ ଫୁଲ । ପ୍ଲାଷ୍ଟିକ ଫୁଲ କିଣିବାରେ ଲାଗିଛି ଗ୍ରାହକଙ୍କ ଭିଡ଼ । ଚଳିକ ବର୍ଷ ବାଲିଯାତ୍ରାରେ ଦେଖିବାକୁ ମିଳୁଛୁ ନାନା ପ୍ରକାରର ରଙ୍ଗ ବେରଙ୍ଗର ପ୍ଲାଷ୍ଟି ଫୁଲର ପସରା ।

ମୁମ୍ୱାଇ ଓ କୋଲକାତାରୁ ଆସିଥିବା ଭଳିକ ଭଳି ପ୍ଲାଷ୍ଟିକ୍ ଗୋଲାପ ସାଙ୍ଗକୁ, ଟ୍ୟୁଲିପ, ଡାଲିଆ ଓ ସୂର୍ଯ୍ୟମୁଖୀ ଭଳି ଫୁଲ ଦର୍ଶକଙ୍କ ମନ ମୋହୁଛି । ଯିଏ ବି ବୁଲି ଆସୁଛି, ଏଠାରେ କିଛି ସମୟ ଠିଆ ହୋଇଯାଉଛି । ବାଲିଯାତ୍ରା ବୁଲିବା ସହ ଏହି ଷ୍ଟଲରୁ ଦେଖେଣା ହାରି ମାନେ ଫୁଲ ସହ ସେଲ୍ଫି ନେବା ସହ ଫୁଲ ସୌନ୍ଦର୍ଯ୍ୟକୁ ମନ ଭରି ଉପଭୋଗ କରୁଛନ୍ତି ଦର୍ଶକ  । ମହାନଦୀର ନୀଳ ଜଳରାଶିରେ ବୋଟିଂ ସହ ୱାଟର ସ୍ପୋର୍ଟସର ମଜା ଓ ମହାନଦୀର ସୌନ୍ଦର୍ଯ୍ୟକୁ ଉପଭୋଗ କରୁଛନ୍ତି ଲୋକେ। ଦିବ୍ୟାଙ୍ଗ ଓ କିନ୍ନର ସଶକ୍ତିକରଣ ମେଳାରେ କିନ୍ନର ମାନଙ୍କର ଦ୍ଵାରା ଲଗାଯାଇଥିବା ଷ୍ଟଲ୍ ମାନଙ୍କରେ ବି ଭଲ ଭିଡ ଜମୁଛି  । ଅଧିକାଂଶ ଜିନିଷ ନିଜ ହାତରେ କିନ୍ନର ମାନେ ତିଆରି କରି ଏଠାରେ ବ୍ୟବସାୟ କରୁଛନ୍ତି। ଭୂତ ଘର କୁହନ୍ତୁ କି ଫିସ୍ ଟନେଲ ଅବା ନାମୀଦାମୀ କଳାକାରଙ୍କ ସଙ୍ଗୀତ ପ୍ରଦର୍ଶନ ଦର୍ଶକଙ୍କୁ ୯ ଦିନ ହେବ ବାନ୍ଧି ରଖିଥିଲା ।

”କାହିଁଗଲା ପୂର୍ବ ଓଡ଼ିଆ ବୋଇତ, କାହିଁ ସେ ନାବିକ ଉଦ୍ଦାମ ।
ଜଳପଥେ କାହିଁ ବିଦେଶ ଗମନ, କାହିଁ ପୂର୍ବଖ୍ୟାତି କାହିଁ ପୂର୍ବଧନ।
କଥାରେ ରହିଛି ସବୁ ଆଜି ଯାଏ, ସାଧବାଣୀ ବୋହୂ ବୋଇତ ବନ୍ଦାଏ।“

ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କର ଏହି ପଙ୍କି ଅତୀତ ଉତ୍କଳ ନୌବାଣିଜ୍ୟର ଐତିହ୍ୟ ଗୌରବକୁ ସ୍ମରଣ କରେ । ଯାହା ଏବେ ବି ଉଜ୍ଜିବିତ ହୋଇରହିଛି । ଆଜି ସେସବୁର ଯବନୀକା ପଡିବ  । ଆଜି ହେଉଛି ଶେଷ ଦିନ । ପୁଣି ଆରବର୍ଷକୁ ଅପେକ୍ଷା ରହିବ…

Leave A Reply

Your email address will not be published.