Latest Odisha News

BREAKING NEWS

ଆଜି ଭାରତ-ଆୟରଲାଣ୍ଡ ପ୍ରଥମ ଟି୨୦ ମୁକାବିଲା

ଆୟରଲାଣ୍ଡ ବିପକ୍ଷରେ ଭାରତ ୨ ମ୍ୟାଚ୍‌ ବିଶିଷ୍ଟ ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ ଖେଳିବ। ଆଇପିଏଲ୍‌ ତଥା ଦକ୍ଷିଣ ଆଫ୍ରିକା ଶୃଙ୍ଖଳାରେ ଭଲ ପ୍ରଦର୍ଶନ କରିଥିବା ଖେଳାଳିଙ୍କ ନେତୃତ୍ବ ନେଉଛନ୍ତି ହାର୍ଦିକ ପାଣ୍ଡ୍ୟା। ଗତ ୮ ମାସରେ ହାର୍ଦିକ ଭାରତର ୬ଷ୍ଠ ଅଧିନାୟକ।

ଦଳରେ ପ୍ରାୟ ସମସ୍ତ ଖେଳାଳି ଟ୍ବେଣ୍ଟି୨୦ ବିଶେଷଜ୍ଞ। ତେଣୁ ଘରୋଇ ପଡ଼ିଆରେ ଖେଳିବା ସତ୍ତ୍ବେ ଭାରତୀୟ ଦଳକୁ ହରାଇବା ଆୟରଲାଣ୍ଡ ପାଇଁ କଷ୍ଟକର ହୋଇପାରେ। କାରଣ ଭାରତ ଭଲ ଫର୍ମରେ ରହିଛି। ତଥାପି ଆୟରଲାଣ୍ଡକୁ ଦୁର୍ବଳ ମଣିବା ଠିକ୍‌ ହେବନାହିଁ। ଗତବର୍ଷ ଏହି ଦଳ ଦକ୍ଷିଣ ଆଫ୍ରିକାକୁ ଟି୨୦ରେ ପରାସ୍ତ କରିଥିଲା।

ସମ୍ଭାବ୍ୟ ଏକାଦଶ: ଇଶାନ୍ କିଶାନ୍ (wk), ରୁତୁରାଜ ଗାଇକୱାଡ୍, ସୂର୍ଯ୍ୟକୁମାର ଯାଦବ, ସଞ୍ଜୁ ସାମସନ୍ | ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ଦୀନେଶ କାର୍ତ୍ତିକ, ଆକ୍ସର ପଟେଲ, ହର୍ଷଲ ପଟେଲ, ଭୂବନେଶ୍ୱର କୁମାର, ଆଭେଶ ଖାନ , ଅର୍ଶଦୀପ ସିଂ ,ଉମ୍ରାନ ମଲିକ, ୟୁଜବେନ୍ଦ୍ର ଚହଲ

 

Leave A Reply

Your email address will not be published.