Latest Odisha News

BREAKING NEWS

ସକାଳର ଟପ୍ ନିଉଜ୍

ଆଜି ସକାଳର ଟପ୍ ନିଉଜ୍

(1)ଜର୍ମାନ ଚାନସେଲର ଓଲାଫ ସୋଜଙ୍କ ଆମନ୍ତ୍ରଣ କ୍ରମେ ଜି୭ ଶିଖର ସମ୍ମିଳନୀରେ ଯୋଗ ଦେବାକୁ ଆଜି ଜର୍ମାନି ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦି  । ସେଠାରେ ମୋଦି ୟୁରୋପରେ ବସବାସ କରୁଥିବା ପ୍ରବାସୀ ଭାରତୀୟମାନଙ୍କ ସହ ସାକ୍ଷାତ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି । ଫେରିବା ବାଟରେ  ୟୁଏଇ ରାଜଧାନୀ ଆବୁଧାବିରେ  ୨୮ ତାରିଖରେ  ଆବୁଧାବିର ଶାସକ  ଶେଖ ମହମ୍ମଦବିନ ଜାୟେଦ ଆଲ ନାହ୍ୟାନଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି ।

(2) ରୋମ ଗସ୍ତ ସାରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୟୁଏଇ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ସେଠାରେ ପୁଜିଂନିବେଶକାରୀ ସମ୍ମିଳନୀରେ ଯୋଗଦେଇ ନିବେଶକଙ୍କ ସହ ଆଲୋଚନା କରିବେ । ନିବେଶକାରୀମାନେ କିପରି ଓଡ଼ିଶାରେ ଅଧିକ ପୁଞ୍ଜିନିବେଶ କରିବେ ସେନେଇ ବୈଠକରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି ।

(3)  ସୁନ୍ଦରଗଡ଼ ଜିଲ୍ଲ ଚାନ୍ଦିପୋଷ ଥାନା ଅଞ୍ଚଳରେ ବଡ଼ ଧରଣର ଏନକାଉଣ୍ଟର ହୋଇଛି। ଏଥିରେ ଦୁଇ କୁଖ୍ୟାତ ଅପରାଧୀ ଆହତ ହୋଇଛନ୍ତି। ଉଭୟ ଝାରଖଣ୍ଡର ବୋଲି ଜଣାଯାଇଛି। ଏମାନଙ୍କ ନିକଟରୁ ଏକେ -୪୭ ବନ୍ଧୁକ ଓ ୨୦ଟି ଅଫୁଟା ଗୁଳି ଜବତ ହୋଇଛି। ଆହତମାନଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନରେ ଭର୍ତ୍ତି କରାଯାଇଛି।

(4)ରାଇମୋହନ ଆତ୍ମହତ୍ୟା ଘଟଣାରେ କମିସନରେଟ୍‌ ପୁଲିସ ସସସ୍ପେନ୍ସ ଉପରୁ ପରଦା ହଟାଇବାକୁ ଉଦ୍ୟମ କରୁଛି। କମିସନରରେଟ ପୁଲିସର ଏକ ମହିଳା ଟିମ୍‌ ଗତକାଲି ମଞ୍ଚେଶ୍ବର ଥାନା ଅନ୍ତର୍ଗତ ପ୍ରାଚୀବିହାରସ୍ଥିତ ରାଇମୋହନ ପରିଡାଙ୍କ ବାସଭବନରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

(5)ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ  ତଥା ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ଅଧ୍ୟକ୍ଷତାରେ ଦଳର ଜାତୀୟ କାର୍ଯ୍ୟକାରିଣୀ ବୈଠକ ବସିଛି। ଏହି ବୈଠକରେ ଏକନାଥ ସିନ୍ଦେ ଏବଂ ଅନ୍ୟ ବିଦ୍ରୋହୀ ବିଧାୟକଙ୍କ ବିରୋଧରେ  ପ୍ରସ୍ତାବ ପାରିତ ହୋଇଛି। ଏହି ନେତାମାନେ ଦଳର ପ୍ରତିଷ୍ଠାତା ବାଲାସାହେବ ଠାକରେଙ୍କ ନାମ ବ୍ୟବାହାର କରିବାକୁ ବାରଣ କରାଯାଇଛି। ସେପଟେ ସଂଜୟ ରାଉତ ବିଦ୍ରୋହୀ ଶିବସେନା ବିଧାୟକମାନଙ୍କୁ ଧମକ ଦେଇଛନ୍ତି ।

(6)କେନ୍ଦ୍ର ମନ୍ତ୍ରୀ ରାମଦାସ ଆଥୱାଲେ  ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କୁ ଗତକାଲି ଭେଟିଛନ୍ତି। ଏହି ସମୟରେ ଗଣମାଧ୍ୟମକୁ କହିଛନ୍ତି ଯଦି ଏକନାଥ ସିନ୍ଦେ ଅସୁବିଧାରେ ପଡ଼ନ୍ତି ତେବେ ରିପବ୍ଲିକାନ୍ ପାର୍ଟି ଅଫ୍ ଇଣ୍ଡିଆ (ଆରପିଆଇ) ସିନ୍ଦେଙ୍କୁ ସମର୍ଥନ କରିବ।  ସେ କହିଛନ୍ତି‘ଏକନାଥଙ୍କ ସପକ୍ଷରେ ଶିବସେନା ବିଧାୟକଙ୍କର ଏକ ବଡ଼ ଗୋଷ୍ଠୀ ଅଛନ୍ତି। ସେମାନେ ଡରିବା ଆବଶ୍ୟକ ନାହିଁ ।

(7) ମହାରାଷ୍ଟ୍ରରେ ଶିବସେନା ଘନ ଘନ ବୈଠକ କରୁଥିବା ବେଳେ ଏକନାଥ ସିନ୍ଦେ ଏବଂ  ବିଜେପି ନେତା ଦେବେନ୍ଦ୍ର ପଡନବୀସଙ୍କୁ ଭେଟିଥିବା ଚର୍ଚ୍ଚା ହେଉଛି । ଗତ ଶୁକ୍ରବାର ରାତିରେ ଭରଦୋରାରେ  ଉଭୟ ନେତାଙ୍କ ମଧ୍ୟରେ ସରକାର ଗଠନ ନେଇ ଆଲୋଚନା ହେଉଥିବା କୁହାଯାଉଛି ।

(8)ଆସାମରେ ବନ୍ୟା ପରିସ୍ଥିତି ସଙ୍ଗିନ ହେଉଛି। ରାଜ୍ୟରେ ଆସିଥିବା ପ୍ରଳୟଙ୍କରୀ ବନ୍ୟାରେ ଶନିବାର ସୁଦ୍ଧା ୧୧୮ ଜଣଙ୍କର ମୃତ୍ୟୁ ଘଟିଛି।  ଏବ ବର୍ଷା କମିଥବାରୁ  ବନ୍ୟା ପ୍ରଭାବିତଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ସେପଟେ ଲୋକଙ୍କୁ ରିଲିଫ ସାମଗ୍ରୀ ମଧ୍ୟ ପ୍ରଦାନ କରାଯାଉଛି ।

 

(9) ଶ୍ରୀଜୀଉଙ୍କ ସୁସ୍ଥତା ସମ୍ବାଦ ଦଇତାପତି ସେବାୟତ ମାନେ ଗଜପତି ମହାରାଜାଙ୍କୁ ଜଣାଇଛନ୍ତି । ମହାପ୍ରଭୁ ଜ୍ବରରେ ପଡିଥିବାରୁ ଚିକିତ୍ସିତ ହେଉଥିଲେ ।  ଏଥିସହ ଆଗାମୀ ଘୋଷଯାତ୍ରା କିଭଳି ଶୃଙ୍ଖଳିତ ଭାବେ ସମାପନ ହେବ ସେନେଇ ଦଇତାପତି ମାନେ ଗଜପତିଙ୍କ ସହ କଥା ହୋଇଛନ୍ତି ।

(10)ଶ୍ରୀମନ୍ଦିରର କଳାହାଟ ଦ୍ୱାର ହେବ ରୁପା ଛାଉଁଣି। ଏଥିନିମନ୍ତେ  ୫ଶହ କେଜି ରୁପା ଚାଦର କଡ଼ା ସୁରକ୍ଷା ମଧ୍ୟରେ ଅଣାଯାଇ ନିଳାଦ୍ରୀ ଭକ୍ତନିବାସରେ ରଖାଯାଇଛି। ଶ୍ରୀଗୁଣ୍ଡିଚା ଯାତ୍ରା ସମୟରେ ମହାପ୍ରଭୁମାନେ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ବାହାରି ଯିବେ। ଏହି ସମୟରେ କଳାହାଟ ଦ୍ୱାର ରୁପା ଛାଉଣି କାମ ସାରିବାକୁ ପ୍ରଶାସନ ଲକ୍ଷ୍ୟ ରଖିଛି।

(11)ପବିତ୍ର ରଥଯାତ୍ରା ସମୟରେ ଶ୍ରୀକ୍ଷେତ୍ର ପୁରୀରେ ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକର ବ୍ୟବହାରକୁ ହ୍ରାସ କରିବା କୁ ନିବେଦନ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ସାମାଜିକ ସଂଗଠନ ଓ ଜନସାଧାରଣଙ୍କୁ ଏକ ଭିଡିଓ ବାର୍ତା ମାଧ୍ୟମରେ ଅପିଲ୍ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

(12)ବିରୋଧୀ ଦଳର ପ୍ରାର୍ଥୀ ଯଶବନ୍ତ ସିହ୍ନାଙ୍କ ଅପେକ୍ଷା ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ପ୍ରତି ସମର୍ଥନ ବଢ଼ିବାରେ ଲାଗିଛି  । ଏନଡ଼ିଏ ରୁ ପ୍ରାର୍ଥୀ ହୋଇଥିବା ମୁର୍ମୁଙ୍କୁ ସମର୍ଥନ କରିବାକୁ ଆଜି ବହୁଜନ ସମାଜ ପାର୍ଟି ଘୋଷଣା କରିଛି । ବିଏସପି ସୁପ୍ରିମୋ ମାୟାବତୀ କହିଛନ୍ତି- ରାଷ୍ଟ୍ରପତି ନିର୍ବାଚନରେ ​​ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବାକୁ ଆମେ ନିଷ୍ପତ୍ତି ନେଇଛୁ।

(13) ଆଗାମୀ ରାଷ୍ଟ୍ରପତି ନିର୍ବାଚନରେ ଏନଡିଏର ରାଷ୍ଟ୍ରପତି ନିର୍ବାଚନ ପ୍ରାର୍ଥୀ ଦ୍ରୈାପଦୀ ନିଜ ପାଇଁ ସମର୍ଥନ କରିବାକୁ ବିଭିନ୍ନ ନେତାଙ୍କୁ ଫୋନ କରୁଛନ୍ତି । ଏପରିକି ଗତକାଲି ଦ୍ରୈାପଦୀ ମୁର୍ମୁ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସହ କଥା ହୋଇଛନ୍ତି ।  ତାଙ୍କୁ ସମର୍ଥନ  ପାଇଁ ତାଙ୍କ ଦଳର ସମର୍ଥନ ଲୋଡିଛନ୍ତି ଦ୍ରୈାପଦୀ ।

 

()ଗୁଜରାଟ ଦଙ୍ଗା ମାମଲାରେ ସୁପ୍ରମକୋର୍ଟଙ୍କ ଶୁଣାଣିପରେ  ସାମାଜିକ କର୍ମୀ ତିସ୍ତା ଶୀତଳବାଡଙ୍କୁ ଅଟକ ରଖିଲା ଗୁଜୁରାଟ ଏଟିଏସ । 2002 ଦଙ୍ଗା ମାମଲାରେ କୋର୍ଟଙ୍କୁ ବିଭ୍ରାନ୍ତି କରିଥିବା ଅଭିଯୋଗ ।

(14) ଆଜି ଇଣ୍ଡିଆ ଏବଂ ଆୟରଲ୍ୟାଣ୍ଡ ମଧ୍ୟରେ ପ୍ରଥମ ଟି-20 ମ୍ୟାଚ ଖେଳାଯିବ । ଏହି ମ୍ୟାଚରେ ହାର୍ଦିକ ପାଣ୍ଡ୍ୟା ଅଧିନାୟକ ଭାବେ  ଦାୟିତ୍ବ ତୁଲାଇବେ । ସଂଧ୍ୟା 7ଟାରେ ଡବଲିନରେ ମ୍ୟାଚ ଖେଳାଯିବ ।

 

Leave A Reply

Your email address will not be published.