Latest Odisha News

BREAKING NEWS

ଆଜି ଶ୍ରାବଣ ମାସ ଦ୍ୱିତୀୟ ସୋମବାର : ଚଳଚଞ୍ଚଳ ହୋଇ ଉଠିଛି ସମସ୍ତ ଶୈବପୀଠ

ଭୁବନେଶ୍ୱର: ଆଜି ଶ୍ରାବଣ ମାସର ଦ୍ୱିତୀୟ ସୋମବାର । ଏନେଇ ଚଳଚଞ୍ଚଳ ହୋଇ ଉଠିଛି ସମସ୍ତ ଶୈବପୀଠ । ସକାଳୁ ସକାଳୁ ଶୈବାଳୟରେ ଲାଗିଛି ଭକ୍ତଙ୍କ ଭିଡ । ଧାଡିରେ ଯାଇ ଶିବଲିଙ୍ଗରେ ଜଳାଭିଶେକ କରୁଛନ୍ତି ଭକ୍ତ । ରାଜ୍ୟର ବିଭିନ୍ନ ଶୈବପୀଠରେ ଭକ୍ତଙ୍କ ଗହଳି ଦେଖିବାକୁ ମିଳିଛି । ଦେବଦେବ ମହାଦେବଙ୍କ ଉପରେ ପାଣି ଢାଳି ଶୁଭ ମନାସୁଛନ୍ତି କାଉଡ଼ିଆ । ଭୁବନେଶ୍ବରର ଲିଙ୍ଗରାଜ, ପୁରୀର ଲୋକନାଥ, ନୟାଗଡର ଲଡୁବାବା, ଢେଙ୍କାନାଳର କପିଳାସ ମନ୍ଦିର ଆଦି ଶୈବାଳୟରେ ପାଣି ଢାଳୁଛନ୍ତି ଭକ୍ତ । ସବୁ ଶିବାଳୟରେ ଏଥିପାଇଁ ଖାସ ବ୍ୟବସ୍ଥା କରାଯାଇଛି ।

ଲିଙ୍ଗରାଜ ମନ୍ଦିରରେ ଭକ୍ତଙ୍କର ଭିଡ଼ ଜମିଛି । ପବିତ୍ର ଶ୍ରାବଣ ମାସର ଆଜି ଦ୍ୱିତୀୟ ସୋମବାରରେ ଚଳଚଞ୍ଚଳ ହୋଇ ଉଠିଛି ଆଠଗଡ଼ର ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ୱରଙ୍କ ପୀଠ । ବାବା ଧବଳେଶ୍ୱରଙ୍କୁ ଜଳ ଲାଗି କରୁଛନ୍ତି କାଉଡ଼ିଆ । ସେହିପରି ପୁରୀର ପ୍ରସିଦ୍ଧ ଶ୍ରୀଲୋକନାଥ ଦେବଙ୍କ ପୀଠରେ ବୋଲବମ ଭକ୍ତଙ୍କ ଭିଡ଼ ଲାଗିଛି । ଲିଙ୍ଗରାଜ ମନ୍ଦିର ବ୍ୟତିତ ଏକାମ୍ର କ୍ଷେତ୍ରର ଭାସ୍କରେଶ୍ୱର, ମେଘେଶ୍ୱର, ବ୍ରହ୍ମେଶ୍ୱର ଭଳି ଶିବାଳୟରେ ମଧ୍ୟ ସକାଳୁ ସକାଳୁ ଶ୍ରଦ୍ଧାଳୁ ଜଳଲାଗି କରୁଛନ୍ତି । ଢେଙ୍କାନାଳର କପିଳାସରେ ବି ଜଳଲାଗି ପାଇଁ କାଉଡ଼ିଆଙ୍କ ଭିଡ଼ ପରିଲକ୍ଷିତ ହୋଇଛି।

ସେହିପରି ଭଦ୍ରକର ଆରଡ଼ି ପୀଠରେ ମଧ୍ୟ ଲାଗିଛି କାଉଡ଼ିଆଙ୍କ ଭିଡ଼ । ଆଜି ଆରଡି ଆଖଣ୍ଡଳମଣିଙ୍କ ପୀଠରେ ୫୦ ହଜାରରୁ ଉର୍ଦ୍ଧ କାଉଡିଆଙ୍କ ଭିଡ ଦେଖିବାକୁ ମିଳିଛି । ରବିବାର ଅପରାହ୍ଣରୁ ଜଳଲାଗି କରାଯାଉଛି । ଗୋଟିଏ ଦିନରେ ସଂକ୍ରାନ୍ତି, ସୋମବାର ଓ ଚିତାଲାଗି ଅମାବାସ୍ୟ ପଡ଼ୁଥିବାରୁ ବାବାଙ୍କ ଦର୍ଶନ ପାଇଁ ଭକ୍ତଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ଏଥିପାଇଁ ପ୍ରଶାସନ ପକ୍ଷରୁ ମଧ୍ୟ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ଆଜି ଶ୍ରାବଣ ମାସର ଦ୍ୱିତୀୟ ସୋମବାର । ଏହାପରେ ମଳମାସ ଆରମ୍ଭ ହେଉଥିବାରୁ କାଉଡ଼ିଆମାନଙ୍କ ଜଳ ଲାଗି ଏକମାସ ପାଇଁ ବନ୍ଦ ରହିବ। ଆସନ୍ତା ଅଗଷ୍ଟ ମାସ ୨୧ ଓ ୨୮ ତାରିଖରେ ପୁଣି ବୋଲବମ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି ସମୟରେ ପ୍ରତ୍ୟେକ ଦିନ ପରି ଠାକୁରଙ୍କ ନୀତିକାନ୍ତି ଓ ସର୍ବସାଧାରଣ ଦର୍ଶନ ଜାରି ରହିବ ବୋଲି ଜଣାପଡ଼ିଛି। ତେବେ ପ୍ରାୟ ଏକମାସ ପର୍ଯ୍ୟନ୍ତ ମାନସିକଧାରୀ କାଉଡ଼ିଆମାନେ ଜଳଲାଗି କରିପାରିବେ ନାହିଁ। ଏଥିପାଇଁ ଦ୍ବିତୀୟ ସୋମବାର ସମସ୍ତ ଶିବାଳୟ ପୀଠରେ ନାହିଁ ନ ଥିବା ଭିଡ଼ ଦେଖିବାକୁ ମିଳିଛି।

Leave A Reply

Your email address will not be published.