Latest Odisha News

BREAKING NEWS

ରାଜଧାନୀ ରାସ୍ତାରେ ପାଓ୍ବର ଦେଖାଇବେ ଜେ. ପି ନଡ୍ଡା

ଭୁବନେଶ୍ବର: ଆଜି ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ସେ ଭୁବନେଶ୍ୱରରେ ଆୟୋଜିତ ଶୁଭଦ୍ରା ଯୋଜନା କାର୍ଯ୍ୟକ୍ରମରେ ଯୋଗଦେବେ। ଏଥିସହିତ ଆସନ୍ତାକାଲି ସକାଳେ ଭୁବନେଶ୍ଦରରେ ରୋଡ ସୋ କରିବେ ଜେପି ନଡ୍ଡା । ମାଉସୀ ମା’ ମନ୍ଦିର ଠାରୁ ଲିଙ୍ଗରାଜ ମନ୍ଦିର ପର୍ଯ୍ୟନ୍ତ ରୋଡ ସୋ କରିବେ । ଏହା ପରେ ଅପରାହ୍ଣରେ ସେ ବରଗଡ ଲୋକସଭା ଅଧିନସ୍ଥ ପଦ୍ମପୁର ଓ ସୁନ୍ଦରଗଡରେ ଜନ ସଭାକୁ ଉଦ୍ବୋଧନ ଦେବେ ।

ତେବେ କେନ୍ଦ୍ରୀୟ ବିଜେପି ନେତାଙ୍କ ଫୋକସ୍ ରେ ଓଡିଶା । ଏଥିପାଇଁ ଘନଘନ ଓଡିଶା ଗସ୍ତରେ ଆସି ଓଡିଶାବାସୀଙ୍କୁ ଭୋଟ ଅପିଲ କରି ନିଜର ପ୍ରତିଶ୍ରୁତି ଦେଉଛନ୍ତି । ଏଥର ‘ମୋଦୀ ସରକାର’ ନାରାରେ ଓଡିଶାରେ ପରିବର୍ତ୍ତନ ହେବ ଉଚିତ୍ ବୋଲି ଉଦ୍ବୋଧନ ଦେଉଛନ୍ତି । ଏଥିପାଇଁ ଲୋକସଭା ବାଚସ୍ପତି ଓମ ବିର୍ଲା ଆଜି ସକାଳେ ୧୦ଟା ୩୦ରେ ବିଜେପିର କର୍ମକର୍ତ୍ତା ବୈଠକରେ ଯୋଗଦେଇଛନ୍ତି  । ପରେ ସନ୍ଧ୍ୟାରେ ସମ୍ବଲପୁରରେ ବିଜୟ ସଙ୍କଳ୍ପ ସମାବେଶରେ ଯୋଗଦେବେ।

ଆହୁରି ମଧ୍ୟ ଆଜି ଓଡିଶା ଗସ୍ତରେ ଅମିତ ଶାହା । ଗୃହମନ୍ତ୍ରୀ ଅମିତ୍ ଶାହା ଭୁବନେଶ୍ବରରେ ପହଞ୍ଚି ସୋରଡା ଅଭିମୁଖେ ବାହାରିଛନ୍ତି । ସେଠି ଜନସଭାକୁ ସମ୍ବୋଧିତ କରିବା ପରେ ଏହାପରେ କଟକରେ ସନ୍ଧ୍ୟା ୫ଟାରେ ରୋଡ ସୋ’ କାର୍ଯ୍ୟକ୍ରମ ରହିଛି । ସେଥିପାଇଁ ରାଜ୍ୟ ବିଜେପି ପକ୍ଷରୁ ସବୁ ପ୍ରସ୍ତୁତି ଶେଷ ହୋଇଛି।

ମେ ୨୦ରେ ପୁଣି ତୃତୀୟ ଥର ପାଇଁ ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦୀ । ଭୁବନେଶ୍ବର ଭଳି ପୁରୀରେ ମଧ୍ୟ ବିଶାଳ ରୋଡ ସୋ କରିବେ । ଆହୁରି ମଧ୍ୟ ସେହିଦିନ କଟକ ଓ ଅନୁଗୁଳରେ ଜନସମାବେଶରେ ଯୋଗ ଦେଇ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି ।

Leave A Reply

Your email address will not be published.