Latest Odisha News

BREAKING NEWS

ମେ’ ୩୦ ଯାଏଁ ସିସୋଦିଆଙ୍କ ନ୍ୟାୟିକ ହେପାଜତ ବୃଦ୍ଧି

ନୂଆଦିଲ୍ଲୀ: ଆଜି ବି ମିଳିଲାନି ଆଶ୍ବସ୍ତି । ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଆପ୍ ନେତା ମନୀଷ ସିସୋଦିଆ ଏବଂ ଅନ୍ୟ ଅଭିଯୁକ୍ତଙ୍କ ନ୍ୟାୟିକ ହେପାଜତକୁ ପରବର୍ତ୍ତୀ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟ ସିବିଆଇ ମାମଲାରେ ହୋଇଥିବା ଅଭିଯୋଗ ଉପରେ ବିତର୍କକୁ ମେ’ ୩୦ କୁ ସ୍ଥଗିତ ରଖିଛନ୍ତି ।

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦିଲ୍ଲୀ ହାଇକୋର୍ଟଙ୍କୁ କହିଛି ଯେ, ଏହା ଦିଲ୍ଲୀ ମଦ ଦୁର୍ନୀତି ସହ ଜଡିତ ଅର୍ଥ ହେରଫେର ମାମଲାରେ ଆମ୍ ଆଦମୀ ପାର୍ଟି କୁ ଅଭିଯୁକ୍ତ କରିବ । ଅର୍ଥ ହେରଫେର ମାମଲାରେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷଙ୍କ ଜାମିନ ଆବେଦନକୁ ବିରୋଧ କରୁଥିବାବେଳେ ଇଡି ଏହା କହିଛି ।

ଏହି ମାମଲାରେ ଶୁଶାଣି ବେଲେ ଜେଲରେ ଥିବା ଭିଡିଓ କନଫରେନ୍ସିଂ ଜରିଆରେ ମନୀଷ ସିସୋଦିଆ ଏବଂ ଅନ୍ୟ ଅଭିଯୁକ୍ତମାନେ ହାଜର ହୋଇଥିଲେ ।

ଶୁଣାଣି ସମୟରେ ଅଭିଯୁକ୍ତଙ୍କ ଓକିଲ କୋର୍ଟଙ୍କୁ କହିଛନ୍ତି ଯେ, ଚାର୍ଜ ଫ୍ରେମ୍ ଉପରେ ଶୁଣାଣି ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଥିବା ଆବେଦନ ଉପରେ ଶୁଣାଣି ଆସନ୍ତା ୨୪ ତାରିଖ ଦିନ ଦିଲ୍ଲୀ ହାଇକୋର୍ଟରେ ହେବ ।

ସିବିଆଇ ମାମଲାରେ ଚାର୍ଜସିଟ ଦାଖଲ ଉପରେ ଶୁଣାଣି ଆରମ୍ଭ କରିବାକୁ ହାଇକୋର୍ଟ ରୋକ ଲଗାଇଛନ୍ତି । ଦେବେ ଦିଲ୍ଲୀ ମଦ ଦୁର୍ନୀତି ସହ ଜଡିତ ସିବିଆଇ ମାମଲାରେ ମନୀଷ ସିସୋଦିଆଙ୍କ ନ୍ୟାୟିକ ହେପାଜତକୁ ମେ ୭ ରେ କୋର୍ଟ ମେ ୧୫ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ ।

Leave A Reply

Your email address will not be published.