Latest Odisha News

BREAKING NEWS

ଏକା ସାଙ୍ଗରେ ୪ ସନ୍ତାନକୁ ଜନ୍ମ ଦେଲେ ମହିଳା: ସାମ୍ନାକୁ ଆସିଲା ଏପରି ଆଶ୍ଚର୍ଯ୍ୟଜନକ ଘଟଣା

ଜୟପୁର: ଆପଣମାନେ ଯମଜ ଶିଶୁ ଜନ୍ମ କଥା ଶୁଣିଥିବେ । ପ୍ରାୟତଃ କ୍ଷେତ୍ରରେ ମହିଳାମାନେ ୨ଟି ଶିଶୁ ଜନ୍ମ କରିଥିବା ଆମେ ଜାଣିଛୁ । କିନ୍ତୁ କେବେ ଆପଣ ଏକାସାଙ୍ଗରେ ୪ଟି ଶିଶୁ ଜନ୍ମ ହୋଇଥିବା କଥା ଶୁଣିଛନ୍ତି କି? ଏବେ ଆପଣଙ୍କୁ ଏକଥା ହୁଏତ ଆଶ୍ଚର୍ଯ୍ୟ ଲାଗୁଥିବ । ମାତ୍ର ଏହା ସତ୍ୟ । ଜଣେ ମହିଳାଙ୍କ ଗର୍ଭରୁ ଏକା ସାଙ୍ଗରେ ଜନ୍ମ ନେଇଛନ୍ତି ୪ ଶିଶୁ। ସମସ୍ତ ନବଜାତ ସମ୍ପୁର୍ଣ୍ଣ ସୁସ୍ଥ ଥିବା ବେଳେ ସେମାନଙ୍କ ମଧ୍ୟରେ ଦୁଇ ପୁତ୍ର ଓ ଦୁଇ କନ୍ୟା ସନ୍ତାନ ରହିଛନ୍ତି । ୩ ନବଜାତ ଶିଶୁଙ୍କ ଓଜର ୧କେଜି ୩୫୦ ଗ୍ରାମ ହୋଇଥିବା ବେଳେ ଚତୁର୍ଥ ଶିଶୁର ଓଜର ୧କେଜି ୬୫୦ ଗ୍ରାମ ରହିଛି । ଏପରି ଘଟଣା ଘଟିଛି ରାଜସ୍ଥାନରେ ।

ସୂଚନା ଅନୁସାରେ, ଆୟୁଷ୍ମାନ ନାମକ ଏକ ହସ୍ପିଟାଲରେ ଗତକାଲି ରାତି ୨ଟା ସମୟରେ ଓ୍ବାଜିପୁର ବାସିନ୍ଦା କିରଣ କନଓ୍ବାର ତାଙ୍କ ପତ୍ନୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଏହାପରେ ସକାଳ ୬ ଟାରେ ମହିଳା ଜଣଙ୍କ ପ୍ରସବ ହୋଇଥିଲା । ମହିଳା ଜଣଙ୍କ ଏକା ସାଙ୍ଗରେ ୪ଟି ଶିଶୁଙ୍କୁ ଜନ୍ମ ଦେଇଥିଲେ । ୩ ନବଜାତ ଶିଶୁଙ୍କ ଓଜର ୧କେଜି ୩୫୦ ଗ୍ରାମ ହୋଇଥିବା ବେଳେ ଚାରି ନମ୍ବର ଶିଶୁର ଓଜର ୧କେଜି ୬୫୦ ଗ୍ରାମ ରହିଛି । ସମସ୍ତ ୪ ଶିଶୁ ସୁସ୍ଥ ଅଛନ୍ତି ।

ବର୍ତ୍ତମାନ ସମସ୍ତ ଶିଶୁ ଏବଂ ମା ମାନଙ୍କୁ ସାଦତ ହସ୍ପିଟାଲର ମା ଏବଂ ଶିଶୁ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଏନେଇ ଡାକ୍ତର ଶାଲିନୀ କହିଛନ୍ତି ଯେ, ଯାଞ୍ଚ ପରେ ମହିଳାଙ୍କୁ ତାଙ୍କ ଗର୍ଭଧାରଣର ଦ୍ଵିତୀୟ ମାସରେ କୁହାଯାଇଥିଲା ଯେ ତାଙ୍କ ଗର୍ଭରେ ୪ଟି ଶିଶୁ ଅଛି । ୪ମାସ ପରେ ଗର୍ଭଧାରଣ ହେବାର ସମ୍ଭାବନାକୁ ଦୃଷ୍ଟିରେ ରଖି ଗର୍ଭାଶୟକୁ ଏକ ବିଶେଷ କୌଶଳ ସହିତ ସିଲ୍ କରାଯାଇଥିଲା ଯାହା କେବଳ ପରୀକ୍ଷା ସମୟରେ ଖୋଲାଯାଇପାରିବ ।

 

Leave A Reply

Your email address will not be published.