Latest Odisha News

BREAKING NEWS

ଆପଣ ଥାଇରଏଡ ରୋଗରେ ପୀଡିତ କି? ତେବେ ଜାଣନ୍ତୁ ଏହାର ଲକ୍ଷଣ ଓ ଉପଚାର

ଭୁବନେଶ୍ଵର: ସମଗ୍ର ବିଶ୍ୱରେ ଦ୍ରୁତ ଗତିରେ ଥାଇରଏଡ୍ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛନ୍ତି । ଆଜି ପ୍ରତି ୧୦ ଜଣଙ୍କ ମଧ୍ୟରୁ ୪ ଜଣ ଥାଇରଏଡ ରୋଗରେ ପୀଡିତ ହେଉଛନ୍ତି । ମେଦବହୁଳତା, ଖରାପ ଜୀବନଶୈଳୀ ଏବଂ ହରମୋନରେ ବ୍ୟାଘାତ ହେତୁ ଥାଇରଏଡ ସମସ୍ୟା ବୃଦ୍ଧି ପାଉଛି । ତେବେ ଦୁଇ ପ୍ରକାରର ଥାଇରଏଡ୍ ଅଛି – ହାଇପରଥାଇରଏଡିଜିମ୍ ଏବଂ ହାଇପୋଥାଇରଡ। ବେକର ଭିତର ଭାଗରେ ଏବଂ କଲାରବୋନରେ ଏହାର ପ୍ରଜାପତି ଆକୃତିର ଗ୍ରନ୍ଥି ଅଛି। ଏହା ଏକ ପ୍ରକାର ଏଣ୍ଡୋକ୍ରାଇନ୍ ଗ୍ରନ୍ଥି, ଯେଉଁଥିରୁ ହରମୋନ୍ ତିଆରି ହୁଏ। ଥାଇରଏଡର ବୃଦ୍ଧି କିମ୍ବା ହ୍ରାସ ହେବାର ସମସ୍ୟା ମହିଳାମାନଙ୍କଠାରେ ଅଧିକ ଦେଖାଯାଏ। ତଥାପି, ଅନେକ ଥର ଲୋକମାନେ ଥାଇରଏଡ୍ ଥିବା ବିଷୟରେ ଅବଗତ ନୁହଁନ୍ତି। ଆଜି ଆମେ ଆପଣଙ୍କୁ ଥାଇରଏଡର ପ୍ରାରମ୍ଭିକ ଲକ୍ଷଣ ଏବଂ ଏହାକୁ ଏଡାଇବା ପାଇଁ ଉପାୟ ବିଷୟରେ ଆଲୋଚନା କରିବୁ।

ମହିଳାମାନଙ୍କଠାରେ ଥାଇରଏଡର ମାତ୍ରା ଅଧିକ ଦେଖିବାକୁ ମିଳିଥାଏ । ପୁରୁଷଙ୍କ ଅପେକ୍ଷା ଇଷ୍ଟ୍ରୋଜେନ୍ ନାମକ ହରମୋନ୍ ମହିଳାମାନଙ୍କଠାରେ ଅଧିକ ମାତ୍ରାରେ ଥାଏ । ଶରୀରରେ ପ୍ରୋଜେଷ୍ଟେରନ୍ ନାମକ ଏକ ହରମୋନ୍ ମଧ୍ୟ ଅଛି । ଏହି ଦୁଇଟି ହରମୋନର ଅସନ୍ତୁଳନ ହୋଇଥାଏ ଏହା ଥାଇରଏଡ୍ ଉପରେ ପ୍ରଭାବ ପକାଇଥାଏ । ଯେଉଁଥିପାଇଁ ଥାଇରଏଡର ଏକ ସମସ୍ୟା ସୃଷ୍ଟି ହୋଇଥାଏ। ଗର୍ଭାବସ୍ଥାରେ ମହିଳାଙ୍କ ଶରୀରରେ ଅନେକ ହରମୋନ୍ ପରିବର୍ତ୍ତନ ହୋଇଥାଏ ଏବଂ ଏହା ଥାଇରଏଡ୍ ଉପରେ ମଧ୍ୟ ପ୍ରଭାବ ପକାଇଥାଏ । ଗର୍ଭାବସ୍ଥାରେ ଅନେକ ମହିଳାଙ୍କଠାରେ ଥାଇରଏଡ୍ ସମସ୍ୟା ଦେଖାଯାଏ । ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଅନେକ ପ୍ରକାରର ଉତ୍ପାଦ ବ୍ୟବହୃତ ହୋଇଥାଏ, ଯେଉଁଥିରେ ଉପସ୍ଥିତ ରାସାୟନିକ ପଦାର୍ଥ ଆପଣଙ୍କ ଏଣ୍ଡୋକ୍ରାଇନ୍ ସିଷ୍ଟମକୁ ପ୍ରଭାବିତ କରିଥାଏ, ଯାହା ଶରୀରରେ ହରମୋନ୍ କାର୍ଯ୍ୟର ଅସନ୍ତୁଳନ ସୃଷ୍ଟି କରିଥାଏ ।

ଯଦି ଶରୀରରେ ଥାଇରଏଡର ପରିମାଣ ବୃଦ୍ଧି ପାଏ ତେବେ ଚା, କଫି ପରି ଜିନିଷଠାରୁ ଦୂରେଇ ରୁହନ୍ତୁ କାରଣ ଏଥିରେ କ୍ୟାଫିନ୍ ଥାଏ । ଏହା ବ୍ୟତୀତ ଅଧିକ ଚିନି ଥିବା ଖାଦ୍ୟ ପଦାର୍ଥକୁ ମଧ୍ୟ ଏଡାଇବା ଉଚିତ୍। ଅଧିକ ଚିନି ବା ମିଠା ଖାଇବା ଦ୍ୱାରା ହରମୋନରେ ପରିବର୍ତ୍ତନ ଆସିପାରେ । ଦୁଗ୍ଧଜାତ ଦ୍ରବ୍ୟ, ଯେପରିକି ପନିର, କ୍ଷୀର ଆଦି ଖାଦ୍ୟଠାରୁ ଦୂରେଇ ରୁହନ୍ତୁ। ଏହି ଖାଦ୍ୟଗୁଡ଼ିକ ଆପଣଙ୍କ ଶରୀରରେ ଥାଇରଏଡର ସ୍ତରକୁ ବୃଦ୍ଧି କରିଥାଏ । ଥାଇରଏଡ୍ ଆପଣଙ୍କ ଓଜନ ଉପରେ ପ୍ରଭାବ ପକାଇଥାଏ, ଏଥିପାଇଁ ଖାଦ୍ୟ ପ୍ରତି ଧ୍ୟାନ ଦେବା ସହିତ ବ୍ୟାୟାମ ଏବଂ ଯୋଗ-ପ୍ରାଣାୟମ ପ୍ରତିଦିନ କରିବା ଅଭ୍ୟାସ ରଖନ୍ତୁ। ଏପରି କରିବା ଦ୍ୱାରା ହରମୋନ୍ ଅସନ୍ତୁଳନ ଦ୍ୱାରା ସୃଷ୍ଟି ହୋଇଥିବା ଅନ୍ୟାନ୍ୟ ସମସ୍ୟାରୁ ମଧ୍ୟ ଦୂରେଇ ରହିପାରିବେ ।

Leave A Reply

Your email address will not be published.