Latest Odisha News

BREAKING NEWS

ପାକିସ୍ତାନର ଟପ-୫ ଧନୀ ହିନ୍ଦୁଙ୍କ ବାବଦରେ ଜାଣିଛନ୍ତି କି?

କରାଚୀ: ସଂଖ୍ୟାଲଘୁଙ୍କୁ ନିର୍ଯାତନା ଦେବା ଏବଂ ଧର୍ମ ପରିବର୍ତ୍ତନ ପାଇଁ ବାଧ୍ୟ କରିବା ଭଳି ଘଟଣା ପାକିସ୍ତାନରେ ସବୁବେଳେ ଘଟୁଥିବାବେଳେ ଏବେ ବି ପାକିସ୍ତାନରେ ଏଭଳି କିଛି ଧନୀ ହିନ୍ଦୁ ଅଛନ୍ତି ଯାହାଙ୍କ ନାମରେ ରେକର୍ଡ ଅଛି | ଆଜି ଆମେ ଆପଣଙ୍କୁ ସେହି ସବୁ ଧନୀ ହିନ୍ଦୁଙ୍କ ବାବଦରେ ସୂଚନା ଦେବୁ |

୧.ଦୀପକ ପରୱାନୀ: ଦୀପକ ପେରୱାନି ହେଉଛନ୍ତି ପାକିସ୍ତାନର ସବୁଠାରୁ ଧନୀ ହିନ୍ଦୁ। ଜଣେ ପ୍ରସିଦ୍ଧ ଫ୍ୟାଶନ୍ ଡିଜାଇନର୍ ହେବା ବ୍ୟତୀତ ଦୀପକଙ୍କର ଜଣେ ଅଭିନେତା ଭାବରେ ନିଜର ପରିଚୟ ମଧ୍ୟ ଅଛି | ହିନ୍ଦୁ ସିନ୍ଧି ସମ୍ପ୍ରଦାୟର ଦୀପକଙ୍କର ସମ୍ପତ୍ତି ପ୍ରାୟ ୭୧ କୋଟି ଟଙ୍କା।

୨.ନବୀନ ପେରୱାନୀ: ପାକିସ୍ତାନର ଦ୍ୱିତୀୟ ଧନୀ ହିନ୍ଦୁ ହେଉଛନ୍ତି ଦୀପକ ପେରୱାନୀଙ୍କ ସମ୍ପର୍କୀୟ ଭାଇ ନବୀନ ପରୱାନୀ। ତାଙ୍କୁ ପାକିସ୍ତାନର ପ୍ରସିଦ୍ଧ ସ୍ନୁକର ଖେଳାଳିଙ୍କ ମଧ୍ୟରେ ଗଣାଯାଏ | ନବୀନଙ୍କ ସମ୍ପତ୍ତି ମୂଲ୍ୟ ପ୍ରାୟ ୬୦ କୋଟି ଟଙ୍କା।

୩.ସଂଗୀତା: ପାକିସ୍ତାନରେ ରହୁଥିବା ଜଣାଶୁଣା କଳାକାର ତଥା ନିର୍ଦ୍ଦେଶିକା ସଂଗୀତାଙ୍କର ସେଠାରେ ବହୁତ ପ୍ରଶଂସକ ଅଛନ୍ତି | ସଂଗୀତା ୧୯୬୯ ମସିହାରୁ ପାକିସ୍ତାନୀ ଚଳଚ୍ଚିତ୍ର ଶିଳ୍ପରେ ସକ୍ରିୟ ଅଛନ୍ତି ଏବଂ ଫିଲ୍ମ ପରଦାରେ ପରଭେନ ରିଜଭି ନାମରେ ଜଣାଶୁଣା | ତାଙ୍କର ସମ୍ପତ୍ତି ମୂଲ୍ୟ ପ୍ରାୟ ୪୦ କୋଟି ଟଙ୍କା |

୪.ରୀତା ଇଶ୍ୱର: ପାକିସ୍ତାନର ରୀତା ଇଶ୍ୱରଙ୍କୁ ସବୁଠାରୁ ଧନୀ ମହିଳା ରାଜନେତାଙ୍କ ମଧ୍ୟରେ ଗଣାଯାଏ | ଉଲ୍ଲେଖଥାଉ କି, ପାକିସ୍ତାନରେ ହିନ୍ଦୁ ମହିଳାଙ୍କ ଅବସ୍ଥା ଅତ୍ୟନ୍ତ ଦୟନୀୟ। ଏହା ସତ୍ତ୍ୱେ ରୀତା ୨୦୧୩ ରୁ ୨୦୧୮ ପର୍ଯ୍ୟନ୍ତ ପାକିସ୍ତାନର ନ୍ୟାସନାଲ ଆସେମ୍ବ୍ଲିର ସାଂସଦ ଥିଲେ। ତାଙ୍କର ସମ୍ପତ୍ତିର ମୂଲ୍ୟ ପ୍ରାୟ ୩୦ କୋଟି ଟଙ୍କା ବୋଲି କୁହାଯାଉଛି।

୫.ଡା.ଖାଟୁମଲ ଜୀବନ: ପାକିସ୍ତାନର ସବୁଠାରୁ ବଡ ହିନ୍ଦୁ ସମୁଦାୟ ମେଘବାରରୁ ଆସୁଥିବା ଡା.ଖାଟୁମଲ ଜୀବନଙ୍କୁ ଜଣେ ଟାଣୁଆ ନେତା ଭାବେ ସମସ୍ତେ ଜାଣନ୍ତି | ପିପୁଲ୍ସ ପାର୍ଟି (ପିପିପି) ର ଅନୁସୂଚିତ ଜାତି ହିନ୍ଦୁ ସାଂସଦ ଖାଟୁମଲ ୧୯୮୮ରେ ସିନ୍ଧ ବିଧାନସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ସେ ପ୍ରାୟ ପ୍ରତ୍ୟେକ ସରକାରର ଅଂଶ ହୋଇସାରିଛନ୍ତି। ତାଙ୍କର ସମ୍ପତ୍ତି ମୂଲ୍ୟ ୧୫ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି।

Leave A Reply

Your email address will not be published.