Latest Odisha News

BREAKING NEWS

[ଶୁଣନ୍ତୁ] ଦିନର ଟପ୍ ହେଡଲାଇନ୍ସ

  • ଉଦ୍ଧବ ଠାକରେଙ୍କୁ ସୁପ୍ରିମକୋର୍ଟରୁ ବଡ ଆଶ୍ଵସ୍ତି, ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ପାରିବେ ନାହିଁ ବାଚସ୍ପତି  , ସୁପ୍ରିମକୋର୍ଟ ଯାଚିକାର ଶୁଣାଣି ନହେବା ପର୍ଯ୍ୟନ୍ତ ୧୬ ବିଧାୟକଙ୍କ ଅଯୋଗ୍ୟତା ମାମଲାରେ କୌଣସି ନିର୍ଣ୍ଣୟ  ନିଆଯାଇପାରିବନି ,  ମହାରାଷ୍ଟ୍ର ବିଧାନସଭାର ବାଚସ୍ପତିଙ୍କୁ ସୂଚିତ କରାଇବାକୁ  କହିଛନ୍ତି କୋର୍ଟ ।
  • ବଢୁଛି କରୋନା , ବଢୁଛି କଟକଣା ରାଜ୍ୟରେ ନୂଆ ୫୭୨ ଜଣ କରୋନା ପଜିଟିଭ ଚିହ୍ନଟ,  ଚିନ୍ତା ବଢ଼ାଇଲା ସମ୍ବଲପୁର ଓ ସୁନ୍ଦରଗଡ଼ ।  ୩୩୬ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୨୩୬ ଜଣ ପଜିଟିଭ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି ।
  • ରାଜ୍ୟରେ ଜାରି ରହିଛି ମୌସୁମୀ ଓ ଲଘୁଚାପ ଜନିତ ବର୍ଷା । ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ବର୍ଷା ଜାରି ରହିବ। ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ନିକଟରେ କେନ୍ଦ୍ରୀଭୂତ  ଲଘୁଚାପ ପ୍ରଭାବରେ ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଆସନ୍ତା ୨୪ ଘଣ୍ଟା ପାଇଁ ୭ଟି ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି ।

    • ବିଜେବି ଛାତ୍ରୀ ରୁଚିକା ଆତ୍ମହତ୍ୟା ଘଟଣା। ପୁଲିସର ଗୁଣ୍ଡାରାଜକୁ ନିନ୍ଦା , ଅତି ଅମାନବୀୟ ଭାବେ ରାସ୍ତାରୁ ରୁଚିକାଙ୍କ ମାଆକୁ ଘୋଷାଡି ଘୋଷାଡି ଉଠାଇନେଲା ପୁଲିସ୍। ସେପଟେ ନ୍ୟାୟ ପାଇଁ ଏବିଭିପି ଛାତ୍ରଛାତ୍ରୀଙ୍କ ଧାରଣା ଜାରି ।
    • ପୁରୀ ଭୁବନେଶ୍ୱର ଜାତୀୟ ରାଜପଥ ସାତଶଙ୍ଖ ନିକଟରେ ବସ୍ ଦୁର୍ଘଟଣାଗ୍ରସ୍ଥ  । ଜସୁଆପୁର ନିକଟରେ ଓଲଟିଲା ଶାରଳା ନାମକ ଘରୋଇ ଯାତ୍ରୀବାହୀ ବସ୍ । ବସରେ ସିଟ୍ ସଂଖ୍ୟା ୪୦ ଥିବା ବେଳେ, ଶହେରୁ ଅଧିକ ଯାତ୍ରୀ ଥିଲେ ବୋଲି ଜଣାପଡ଼ିଛି । ସମସ୍ତ ଆହତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।
    • ଶେଷ ହୋଇଛି ଶ୍ରୀଜିଉଙ୍କ ସୁନାବେଶ । ଆଜି ରଥ ଉପରେ ଅନୁଷ୍ଠିତ ହେବ ଅଧରପଣା ନୀତି । ପ୍ରତି ରଥରେ ୩ଟି ଲେଖାଏଁ ମାଟି ହାଣ୍ଡିରେ ଅଧର ପଣା ଭୋଗ  ।  ୯ ହାଣ୍ଡି ପଣାକୁ ପୂଜାପଣ୍ଡା ସେବକମାନେ ପଞ୍ଚୋପଚାର ପଦ୍ଧତିରେ ଶ୍ରୀବିଗ୍ରହମାନଙ୍କୁ ଅର୍ପଣ କରିବାର ରହିଛି ପରମ୍ପରା  ।
    • ଅପରେସନ ‘ଜିନ୍ଦେଗୀ’ : ଅମରନାଥ ଗୁମ୍ଫା ବିକଟରେ ଉଦ୍ଧାର କାର୍ଯ୍ୟ ଜାରି, ମାଟି ତଳୁ ଉଦ୍ଧାର ହେଉଛି ଜୀବନ । ସେପଟେ ଦୁଇ ଦିନ ପରେ ଆରମ୍ଭ ହୋଇଛି ଶ୍ରଦ୍ଧାଳୁଙ୍କ ଅମରନାଥ ଯାତ୍ରା

      ସୁପ୍ରିମକୋର୍ଟଙ୍କ ଅବମାନନା କାରଣରୁ ବିଜୟ ମାଲ୍ୟାଙ୍କୁ ୪ ମାସର ଜେଲଦଣ୍ଡ ଦିଆଯାଇଛି । କୋର୍ଟ ଏକ ମାମଲାର ଶୁଣାଣି କରି ମାଲ୍ୟାଙ୍କୁ ଏହି ଦଣ୍ଡ ଶୁଣାଇଛନ୍ତି । ଏହାସହ ୨ ହଜାର ଟଙ୍କାର ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯଦି ମାଲ୍ୟା ଜରିମାନା ଦେବାରେ ବିଫଳ ହୁଅନ୍ତି ତେବେ ଅଧିକ ୨ ମାସ ଜେଲଦଣ୍ଡ ଭୋଗିବାକୁ ହେବ ବୋଲି କୋର୍ଟ କହିଛନ୍ତି । ।

 

 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନବନିର୍ମିତ ସଂସଦ ଭବନ ଉପରେ ନିର୍ମିତ ଜାତୀୟ ପ୍ରତୀକ ଅଶୋକ ସ୍ତମ୍ଭର ଉନ୍ମୋଚନ କରିଛନ୍ତି । ବ୍ରୋଞ୍ଜ ନିର୍ମିତ ଏହି ଅଶୋକ ସ୍ତମ୍ଭଟି ୬.୩ ମିଟର ଉଚ୍ଚ ହୋଇଥିବାବେଳେ ତାହାର ଓଜନ ୯୫୦୦ କିଲୋଗ୍ରାମ ରହିଛି । ସେପଟେ କାର୍ଯକ୍ରମକୁ ଡକାଯାଇନଥିବା ବିରୋଧୀ ମାନେ ବିଦ୍ରୋ କରିବା ଆରମ୍ଭ କରିଦେଇଛନ୍ତି। 

  • ୪୪ ବିଲିୟନ୍‌ ଡଲାର୍‌ ଚୁକ୍ତିରୁ ଓହରି ଯିବାରୁ ମସ୍କ୍‌ଙ୍କ ନାଁରେ ମାମଲା ପାଇଁ ‘ୱାକ୍‌ଟେଲ୍‌’କୁ ଆଣିଲା ‘ଟୁଇଟର୍‌’ । ‘ପ୍ଲାଟ୍‌ଫର୍ମ’ରେ ଥିବା ଜାଲ୍‌ ଆକାଉଣ୍ଟ୍‌ ସଂକ୍ରାନ୍ତରେ ତଥ୍ୟ ଦେବାରେ ‘ଟୁଇଟର୍‌’ ବିଫଳ ହୋଇଥିବା କହିଥିଲେ ମସ୍କ

  • ସିଞ୍ଜୋ ଆବେଙ୍କ ମୃତ୍ୟୁ ପରେ ଜାପାନ ଡେମୋକ୍ରାଟିକ୍ ପାର୍ଟିର ବୃହତ ବିଜୟ, ହାତେଇଲା ୧୪୩ ଆସନ । ଫଳ ଘୋଷଣା ପରେ ଏହା ସ୍ପଷ୍ଟ ହୋଇଯାଇଛି , ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ହତ୍ୟା ପରେ ଦଳକୁ ସହାନୁଭୂତିରେ ଏହି ବିଜୟ ମିଳିଛି ବୋଲି କୁହାଯାଉଛି ।
  • ପ୍ରତିଶୋଧ ନେଉଛି ୟୁକ୍ରେନ୍‌ । ଗୋଟିଏ ଅସ୍ତ୍ରରେ ସଫା ହୋଇଗଲେ ଋଷ୍‌ର ୧୨ ସୋନା ଅଧିକାରୀ ।ୟୁକ୍ରେନ୍‌ର ଗୋଟିଏ ରକେଟ୍‌ ମାଡ଼ରେ ଋଷ୍‌ର ୧୨ ସେନା ଅଧିକାରୀ ମୃତ, କାମ ଦେଲାନି ଶକ୍ତିଶାଳୀ ଆଣ୍ଟି-ଏୟାର ସିଷ୍ଟମ ।
  • କଙ୍ଗାରୁ ବୋଲରଙ୍କୁ ଦିନେଶ ଚାନ୍ଦିମାଲଙ୍କ ପ୍ରହାର, ଦ୍ଵିଶତକ ମାରି କଲେ ବଡ ରେକର୍ଡ  । ଅଷ୍ଟ୍ରେଲିଆ ବିପକ୍ଷ ଗାଲେରେ ଖେଳା ଯାଉଥିବା ଦ୍ଵିତୀୟ ଟେଷ୍ଟରେ ଶ୍ରୀଲଙ୍କାର ବ୍ୟାଟସମ୍ୟାନ ଦିନେଶ ଚାନ୍ଦିମାଲ ଦ୍ଵିତଶତକ ଅର୍ଜନ କରି ବଡ ରେକର୍ଡ କରିଛନ୍ତି।ଶ୍ରୀଲଙ୍କା ପ୍ରଥମ ଇନିଂସରେ ୫୫୪ ରନର ବିଶାଳ ସ୍କୋର କରିଛି।
  • ବିରାଟଙ୍କୁ ନେଇ କପିଲ ଦେବଙ୍କ ବୟାନ ଉପରେ ରୋହିତଙ୍କ ପ୍ରତିକ୍ରିୟା , ଇଂଲଣ୍ଡ ବିପକ୍ଷରେ ସରିଥିବା ଟି-୨୦ ସିରିଜରେ ବିରାଟ କୋହଲିଙ୍କ ବ୍ୟାଟ୍ ନିରବ ରହିଥିଲା । ସେ ଦୁଇଟି ମ୍ୟାଚରୁ ମାତ୍ର ୧୨ ରନ୍ କରିଥିଲେ । ଫଳରେ ତାଙ୍କୁ ଟି-୨୦ ଟିମରେ ସ୍ଥାନ ଦେବାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
  • ୮୦ଦଶକର ନାୟିକା ପ୍ରିୟା ରାଜବଂଶଙ୍କ ବାୟୋପିକ୍ କରିବେ ଜାକଲିନ୍। ସୁଟିଂ ପାଇଁ ଚାଲିଛି ପ୍ରସ୍ତୁତି। ଆସନ୍ତା ମାସରେ ଫିଲ୍ମ ସୁଟିଂ ଆରମ୍ଭ ନେଇ କହିଲେ ଜାକଲିନ୍। ରହସ୍ୟ , ରୋମାଞ୍ଚ ଭରା ଥ୍ରୀଲର ମୁଭି ନେଇ ଫ୍ୟାନଙ୍କ ଉତ୍ସାହ।
  • ବଲିଉଡ ଆକ୍ଟର ଅନୁପମ୍ ଖେର୍ଙ୍କ ନୂଆ ଅବତାର। ନିଜର ଏକ ବଡି ଟ୍ରାନ୍ସଫର୍ମେସନ ଫଟୋ ଇନଷ୍ଟାରେ ସୋୟାର କରି ବେଶ ଚର୍ଚ୍ଚାରେ। ଏବେ ସୋସିଆଲ ମିଡ଼ିଆରେ ଭାଇରାଲ୍ ହେଉଛି ନୂଆ ଅନ୍ଦାଜରେ ସୁଟ୍ କରିଥିବା ଫଟୋ।

Leave A Reply

Your email address will not be published.