Latest Odisha News

BREAKING NEWS

ଦେଶର ବୟୋଜ୍ୟେଷ୍ଠ ବାଘ ରାଜାର ମୃତ୍ୟୁ

କୋଲକାତା: ପଶୁପ୍ରେମୀଙ୍କ ପାଇଁ ଏକ ଦୁଃଖ ଖବର । ଭାରତର ସବୁଠାରୁ ବୟସ୍କ ବାଘ ରାଜାର ପଶ୍ଚିମବଙ୍ଗରେ ମୃତ୍ୟୁ ଘଟିଛି । ୨୩ ଅଗଷ୍ଟରେ ରାଜାର ଜନ୍ମ ଦିନ ଥିଲା । ଏଥିପାଇଁ ବନ ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ମଧ୍ୟ କରାଯାଇଥିଲା । ମୃତ୍ୟୁ ବେଳକୁ ରାଜାର ବୟସ ୨୬ ବର୍ଷ ୧୦ ମାସ ୧୮ ଦିନ ଥିଲା । ଯାହାକି ଭାରତରେ ଏକ ରେକର୍ଡ । ବୟସାଧିକ୍ୟ ଯୋଗୁ ସେ କିଛି ଦିନ ହେବ ଖାଇବା ପିଇବା ଛାଡି ଦେଇଥିଲା । ରାଜାର ମୃତ୍ୟୁ ପରେ ବନ ବିଭାଗ ଅଧିକାରୀମାନେ ଶ୍ରଦ୍ଧାଞ୍ଜଳୀ ଦେଇଥିଲେ । ୨୦୦୬ରେ ଆହତ ଅବସ୍ଥାରେ ରାଜାକୁ ସୁନ୍ଦରବନ ଜଙ୍ଗଲରୁ ଉଦ୍ଧାର କରାଯାଇଥିଲା ।

ନଦୀ ପାର କରୁଥିବା ବେଳେ କୁମ୍ଭୀରମାନେ ତାକୁ ଆକ୍ରମଣ କରିଥିଲେ । ସେମାନଙ୍କ କବଳରୁ ବହୁ କଷ୍ଟରେ ରାଜା ବଂଚି କରି ଆସିଥିଲା । ଏହା ପରେ ତାକୁ ଅଲୀପୁରଦ୍ୱାର ପଠାଯିବା ସହ ଚିକିତ୍ସା କରାଯାଇଥିଲା । ୨୦୧୯ରୁ ୨୦୨୦ ମଧ୍ୟରେ କରାଯାଇଥିବା ଗଣତି ଅନୁସାରେ ଏବେ ସୁନ୍ଦରବନରେ ବାଘଙ୍କ ସଂଖ୍ୟା ୯୬ରୁ ୯୫କୁ ଖସି ଆସିଛି ।

Leave A Reply

Your email address will not be published.