Latest Odisha News

BREAKING NEWS

ଚୂଡାନ୍ତ ହେଲା ପ୍ରଧାନମନ୍ତ୍ରୀ ମୋଦିଙ୍କ ଓଡିଶା ଗସ୍ତ

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜାନୁଆରୀ ୧୫ ତାରିଖ ଓଡିଶା ଗସ୍ତ କାର୍ଯ୍ୟକ୍ରମ ଇତିମଧ୍ୟରେ ଚୂଡାନ୍ତ ହୋଇଛି ।

ପ୍ରଧାନମନ୍ତ୍ରୀ ମୋଦି ଭାରତୀୟ ବାୟୁସେନାର (ଆଇଏଏଫ୍) ଏକ ସ୍ୱତନ୍ତ୍ର ହେଲିକାପ୍ଟର ଯୋଗେ ସକାଳ ୯ଟା ୩୦ମି.ରେ ଝାରସୁଗୁଡା ବିମାନ ବନ୍ଦରରେ ପହଞ୍ଚିବେ ବୋଲି ଅଧିକାରୀଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

ଅନ୍ୟପକ୍ଷରେ ସେଠାରୁ ମୋଦି ବଲାଙ୍ଗୀର ଅଭିମୁଖେ ବିମାନରେ ଯାତ୍ରା କରିବେ । ପରବର୍ତ୍ତୀ ସମୟରେ ସେ ପ୍ରାୟ ୧୧.୪୫ମି. ସମୟରେ ପଥରଚେପା ମୈଦାନରେ ପହଞ୍ଚି ସେଠାରେ ଆୟୋଜିତ ଏକ ସଭାରେ ଉଦବୋଧନ ଦେବେ ।

ଆହୁରି ମଧ୍ୟ ଉକ୍ତ ସଭାରେ ଉପସ୍ଥିତ ଦଳୀୟ କର୍ମୀ ତଥା ସାଧାରଣ ଜନତାଙ୍କୁ ସମ୍ବୋଧିତ କରିବା ପରେ ପୁନଶ୍ଚ ଝାରସୁଗୁଡା ବିମାନ ବନ୍ଦରକୁ ପ୍ରତ୍ୟାବର୍ତ୍ତନ କରିବେ ବୋଲି ସୁତ୍ରରୁ ପ୍ରକାଶ ।

ତେବେ ପ୍ରଧାନମନ୍ତ୍ରୀ ମୋଦି ପାଖାପାଖି ଦ୍ୱିପ୍ରହର ୧ଟା ୪୫ମି. ସମୟରେ ସେଠାରୁ କେରଳ ଅଭିମୁଖେ ବାହାରିବେ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.