Latest Odisha News

BREAKING NEWS

ରଥଯାତ୍ରା ପାଇଁ ପୁରୀରେ ସ୍ୱତନ୍ତ୍ର ଟ୍ରାଫିକ ବ୍ୟବସ୍ଥା; କେଉଁଠି ରଖିବେ ୨ ଚକିଆ, ୪ ଚକିଆ, ଜାଣନ୍ତୁ ପୂରା ବିବରଣୀ

ପୁରୀ:ଦିନକ ପରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ରଥାରୁଢ ହୋଇ ତିନି ଠାକୁର  ଶ୍ରୀମନ୍ଦିରରୁ ଯିବେ ଗୁଣ୍ଡିଚାଘର । ପୁରୀରେ ଜମିଲାଣି ଭକ୍ତଙ୍କ ଭିଡ । ଗହଳଚହଳ ହେଇ ପଡିଲାଣି ବଡଦାଣ୍ଡ ।  ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ରଥଯାତ୍ରାକୁ ଶୃଙ୍ଖଳିତ  କରିବା ପାଇଁ ସହରରେ ପ୍ରାୟ ୧୭୦ ପ୍ଲାଟୁନ୍ ପୋଲିସ୍ ଫୋର୍ସ ମୁତୟନ କରାଯିବ।  ପୁରୀ ସହରକୁ ୧୪ ଟି ଜୋନ୍ ଏବଂ ୨୯ଟି ସେକ୍ଟରରେ ବିଭକ୍ତ କରାଯାଇ ସୁରକ୍ଷା ବ୍ୟବସ୍ଥାକୁ ସଠିକ ଭାବେ ତୁଲାଯିବ ବୋଲି ପୋଲିସ ପ୍ରଶାସନ ପକ୍ଷରୁ କୁହାଯାଇଛି ।

ରଥାଯାତ୍ରାରେ  ଟ୍ରାଫିକ ନିୟନ୍ତ୍ରଣ ପାଇଁ ୪୪ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ । ମୋଟ୍ ୨୪ଟି ସ୍ଥାନରେ ହୋଇଛି ପାର୍କିଂ ବ୍ୟବସ୍ଥା ।ପ୍ରତି ସାହିରେ ଜଣେ ସ୍ଥାନୀୟଲୋକ ରହିବେ ଭଲ୍ୟୁଣ୍ଟିଅର । ସାତସାହିବାସୀଙ୍କ ପାଇଁ କୌଣସି କଟକଣା ନଥିବା କହିଛନ୍ତି ଅମିତାଭ ଠାକୁର । ସେହିପରି ଟ୍ରାଫିକ  ନିୟନ୍ତ୍ରଣକୁ ୩ ଭାଗରେ ବିଭକ୍ତ କରାଯାଇଛି ।

କୁମ୍ଭାରପଡ଼ା ଥାନାରେ ହୋଇଛି ଟ୍ରାଫିକ୍ କଣ୍ଟ୍ରୋଲ ରୁମ୍ ବ୍ୟବସ୍ଥା । ସେହିପରି ଚଳିତ ବର୍ଷ  ରଥଯାତ୍ରା ପାଇଁ  ସ୍ୱତନ୍ତ୍ର ବସ ବ୍ୟବସ୍ଥା କରାଯାଇଛି । ଚଳିତ ରଥଯାତ୍ରାରେ ବିଭିନ୍ନ ରୁଟ୍‌ ପାଇଁ ୨୫୦ଟି ସ୍ୱତନ୍ତ୍ର ବସ ଚାଲିବ। ବାହାରୁ ଆସୁଥିବା ସମସ୍ତ  ଟୁରିଷ୍ଟ ବସ୍ ମାଳତୀପାଟପୁର ବସଷ୍ଟାଣ୍ଡରେ ରହିବ । ସେହିପରି କୋଣାର୍କ ଆଡ଼ୁ ଆସୁଥିବା ଗାଡ଼ି ତାଳବଣିଆରେ ରହିବେ । ୪ ଚକିଆ ଗାଡ଼ି ପାଇଁ ତାଳବଣିଆରେ ୬ ପାର୍କିଂ ପ୍ଲେସ କାରଯାଇଛି । ଏପଟେ  ବ୍ରହ୍ମଗିରି ଆଡ଼ୁ ଆସୁଥିବା ଗାଡ଼ି ଲୋକନାଥ ମନ୍ଦିର ପାଖେ ପାର୍କିଂ କରିବ । ୪ ଚକିଆ ଗାଡି ଇଣ୍ଡୋର ଷ୍ଟାଡିୟମ, ହେଲିପ୍ୟାଡ, ସଂସ୍କୃତ ବିଶ୍ୱବିଦ୍ୟାଳୟ ପାର୍କିଂ, ଆଇଟିଆଇ କଲେଜ ପାର୍କିଂ, ନାଲିଫିଲ୍ଡ ଏବଂ ଯାତ୍ରିକାରେ ରଖିବା ବ୍ୟବସ୍ଥା କରାଯାଇଛି ।

ପୁରୀ ଟାଉନ ବସ, ଅଟୋ ରିକ୍ସା ତାଳବଣିଆରୁ ଜିଲ୍ଲା ସ୍କୁଲ ଛକଯାଏ  ଭାୟା ସୁନାରଗୌରାଙ୍ଗ ଛକ, ବିଏନଆର ହୋଟେଲ ଛକ, ୟୁଥ ହଷ୍ଟେଲ ଛକ, ନୀଳାଚଳ ଅର୍ବାନ ହାଟ ଛକ ଦେଇ ଯିବ ।  ସେହିପରି ଜିଲ୍ଲା ସ୍କୁଲ ଛକରୁ ହେଲପ୍ୟାଡ ପଡିଆ ଯାଏ ଭାୟା ଘୋଡାବଜାର, ରାମ ମନ୍ଦିର, ଓଡ଼ିଶା ବେକାରୀ, ସଦର ବ୍ଲକ ଅଫିସ ଦେଇ ଆସିବ । ସେଠାରୁ ଯାତ୍ରୀମାନେ ବସରେ ଯାଇପାରିବେ । ଅଟୋ ରିକ୍ସା ପାଇଁ ଭାୟା ମଙ୍ଗଳା ମନ୍ଦିର ଦେଇ ଯିବ ।

ସେହିପରି  ଦୁଇ ଚକିଆ ଗାଡ଼ି ଜଗନ୍ନାଥବଲଭ, ମଶାଣିଚଣ୍ଡି, ମାଟିତୋଟା ପାର୍କିଂ, ନୀଳାଚଳ ଅଶୋକ ଏଂ ବ୍ଲୁ ଫ୍ଲାଗ ବିଚରେ ରଖିବା ବ୍ୟବସ୍ଥା କରାଯାଇଛି ।   ପାର୍କିଂରେ ରହିବେ ବୋଲି ସୂଚନା ଦେଇଛନ୍ତି ଅମିତାଭ ଠାକୁର। ମାଟିତୋଟା କ୍ରିକେଟ ଫିଲ୍ଡ, ମଶାଣି ଚଣ୍ଡୀରେ ରହିବ ବାଇକ୍ । ଏଥର ରଥଯାତ୍ରା ପାଇଁ ଭିନ୍ନକ୍ଷମ ଓ ବୟସ୍କଙ୍କ ପାଇଁ ମାଗଣା ଇ-ଯାନ ବ୍ୟବସ୍ଥା କରାଯାଇଛି । ଲୋକଙ୍କ ସହାୟତା ଯୋଗାଇଦେବା ଉଦ୍ଦେଶ୍ୟରେ ରଥଯାତ୍ରା ପାଇଁ ୨୪ ଘଣ୍ଟିଆ ହେଲ୍ପଲାଇନ ନମ୍ବର-୬୩୭୦୯୬୭୧୦୦/୦୬୭୫୨-୨୩୨୫୫୧  ଜାରି କରାଯାଇଛି ।

ଏହି ଟ୍ରାଫିକ ବ୍ୟବସ୍ଥା ୧୯ ତାରିଖ  ରାତି ୧୨ଟାରୁ ୨୧ ତାରିଖ  ଏବଂ ୨୮ ତାରିଖ ରାତି ୧୨ଟାରୁ ୨୯ ତାରିଖ ଯାଏ ଲାଗୁ ରହିବ । ଶୃଙ୍ଖଳିତ ଦର୍ଶନ ପାଇଁ ଅଠରନଳାଠାରୁ ଡାକ୍ତରଖାନା ଛକ ପର୍ଯ୍ୟନ୍ତ ଏବଂ ହସପିଟାଲ ଛକଠାରୁ ସୁବାସ ବାେଷ କ୍ରସିଂ ଯାଏ ନୋ ଭେଇକିଲ  ଯୋନ କରାଯାଇଛି ।

ପୋଲିସ କର୍ମଚାରୀ ହସି ହସି ଯାତ୍ରୀଙ୍କୁ ସେବା ଯୋଗାଇ ଦେବେ ।

Leave A Reply

Your email address will not be published.