Latest Odisha News

BREAKING NEWS

ବିଗ୍ ବସ୍ ଓଟିଟି-୨: ସୋ’ର ପ୍ରଥମ ଦିନରୁ ଚର୍ଚ୍ଚାରେ ଜିଆ ଓ ଅଭିଷେକ

ମୁମ୍ବାଇ: ଜୁନ ୧୭ ତାରିଖ ଶନିବାର ଆରମ୍ଭ ହୋଇଯାଇଛି ‘ବିଗ୍ ବସ୍ ଓଟିଟି-୨’। ଏହି ସୋ’ରେ ଜିଆ ଶଙ୍କର ଏବଂ ‘ଫୁକ୍ରା ଇନସାନ୍’ ତଥା ଅଭିଷେକ ମାଲହାନ୍ ପ୍ରଥମ ଦୁଇ ପ୍ରତିଯୋଗୀ ଭାବରେ ବିଗ୍ ବସ୍ ଘରେ ପହଞ୍ଚିଥିଲେ। ତେବେ ବିଗ୍ ବସ୍‌ଙ୍କ ଘରେ ପ୍ରବେଶ କରିବା ପୂର୍ବରୁ ହିଁ ଉଭୟଙ୍କ ମଧ୍ୟରେ ଦେଖିବାକୁ ମିଳିଥିଲା ତିକ୍ତତା। ଆଉ ଏଥିରୁ ଆରମ୍ଭ ହୋଇଥିଲା ‘ବିଗ୍ ବସ୍ ଓଟିଟି-୨’।

ବିଗ୍ ବସ୍ ଘରେ ପ୍ରବେଶ ପୂର୍ବରୁ ସଲମାନ ଖାନ ଜିଆଙ୍କୁ ମଞ୍ଚରେ ଅଭିଷେକଙ୍କ ବିଷୟରେ ପଚାରିଥିଲେ। ଆଉ ଜିଆ କହିଥିଲେ ଯେ ସେ ଭଲ। କିନ୍ତୁ ଅଭିଷେକ ଜିଆଙ୍କୁ ଭୁଲ ବୁଝିଥିଲେ। ଏହାକୁ ନେଇ ଜିଆ ତାଙ୍କୁ କହିଥିଲେ ଯେ ସେ ତାଙ୍କୁ ଅସମ୍ମାନ କରୁଛନ୍ତି। ଯଦିଓ ସେହି ସମୟରେ ସୋ’ରେ ଉପସ୍ଥିତ ବିଚାରପତିମାନେ ମଧ୍ୟ କହିଥିଲେ ଯେ ଜିଆ ଏପରି କିଛି ଖରାପ କଥା କହିନାହାଁନ୍ତି।

ସେହିପର ଜିଆଙ୍କୁ ପଚାରିବା ପରେ ସଲମାନ ଅଭିଷେକଙ୍କୁ ଜିଆଙ୍କ ସମ୍ପର୍କରେ ପଚାରିଥିଲେ। ଏହା ଉପରେ ଅଭିଷେକ କହିଥିଲେ ଯେ ଜିଆଙ୍କ କଥା କହିବା ଶୈଳୀକୁ ପସନ୍ଦ କରନ୍ତି ନାହିଁ। ଏହା ପରେ ଜିୟା ତାଙ୍କୁ କହିଥିଲେ ଯେ ସେ ତାଙ୍କୁ ଜଜ କରୁଛନ୍ତି। ଏହି ସମୟରେ ସୋ’ର ମଞ୍ଚରେ ଦୁଇ ପ୍ରତିଯୋଗୀଙ୍କ ମଧ୍ୟରେ ତିକ୍ତତା ଦେଖିବାକୁ ମିଳିଥିଲା।

ଏହା ପରେ ସନ୍ନି ଲିଓନ ଅଭିଷେକଙ୍କୁ ପ୍ରଶ୍ନ ପଚାରିଥିଲେ ଯେ ଏହି ଆତ୍ମବିଶ୍ୱାସ ଯଦି କୌଣସି ବ୍ୟକ୍ତିଙ୍କୁ ଅଧିକ ଲାଗେ କିମ୍ବା ଖରାପ ଲାଗେ ତେବେ ଏହା ଆପଣଙ୍କ ପାଇଁ କାମ କରିବ କି? ଏହା ଉପରେ ଅଭିଷେକ ସନ୍ନିଙ୍କୁ ଉତ୍ତର ଦେଲେ – ‘ଯଦି ଏହାକୁ କେହି ପସନ୍ଦ ନକରନ୍ତି, ତେବେ ସେ ମୋତେ ଏଡ଼ାଇବା ଉଚିତ୍। କିନ୍ତୁ ମୋତେ ସମସ୍ତେ ପସନ୍ଦ କରନ୍ତୁ ସେଥିପାଇଁ ମୁଁ ଚେଷ୍ଟା କରିବି।’ ସୂଚନା ଥାଉକି ଅଭିଷେକ ଏମସି ଷ୍ଟାନର ଜଣେ ବଡ଼ ପ୍ରଶଂସକ। ଅଭିଷେକ କହିଛନ୍ତି ଯେ ସେ ଏମସି ଷ୍ଟାନଙ୍କ ଉପରେ ୧୫ ଟି ଭିଡିଓ କରିଛନ୍ତି।

Leave A Reply

Your email address will not be published.