Latest Odisha News

BREAKING NEWS

କରମଣ୍ଡଳ ଟ୍ରେନ ଦୁର୍ଘଟଣା: ୨୮୮ ଜଣଙ୍କ ମୃତ୍ୟୁ, ୯୦୦ରୁ ଅଧିକ ଆହତ, ସ୍ଥିତି ଅନୁଧ୍ୟାନ କଲେ ରେଳମନ୍ତ୍ରୀ

ବାଲେଶ୍ୱର: ଶୁକ୍ରବାର ସନ୍ଧ୍ୟାରେ ବାଲେଶ୍ୱର ବାହାନଗାରେ ଘଟିଥିବା ରେଳ ଦୁର୍ଘଟଣା ପରେ ଶନିବାର କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ସରକାରୀ ସୂତ୍ରରୁ ସୂଚନା ମିଳିଛି ଯେ ଏହି ଦୁର୍ଘଟଣାରେ ୨୮୮ ଜଣଙ୍କ ଜୀବନ ଯାଇଛି ଏବଂ ପ୍ରାୟ ୯୦୦ ଜଣ ଆହତ ହୋଇଛନ୍ତି।

ଶୋକ ପ୍ରକାଶ କରି ବୈଷ୍ଣବ କହିଛନ୍ତି, ଏହା ଏକ ଦୁଃଖଦ ଦୁର୍ଘଟଣା। ଯେଉଁମାନେ ନିଜ ପ୍ରିୟଜନଙ୍କୁ ହରାଇଛନ୍ତି ସେମାନଙ୍କ ପରିବାର ସହ ଆମର ପ୍ରାର୍ଥନା ରହିଛି। ଏନଡିଆରଏଫ, ଏସଡିଆଆରଫ୍ ଓ ଅନ୍ୟାନ୍ୟ ସଂସ୍ଥା ଉଦ୍ଧାର କାମରେ ଲାଗିଛନ୍ତି। ଉଦ୍ଧାର କାର‌୍ୟ୍ୟ ପାଇଁ ଅଧିକରୁ ଅଧିକ ପ୍ରୟାସ ସୁନିଶ୍ଚିତ କରିବା ପାଇଁ ଆମେ ବିଭିନ୍ନ ସ୍ଥାନରୁ ସମ୍ବଳ ସଂଗ୍ରହ କରିଛୁ।

ଆହତ ବ୍ୟକ୍ତି ବିଶେଷଙ୍କୁ କଟକ, ଭୁବନେଶ୍ୱର କିମ୍ବା କୋଲକାତାରେ ଉତ୍ତମ ଚିକିତ୍ସା ଯୋଗାଇ ଦିଆଯିବ ବୋଲି କେନ୍ଦ୍ର ରେଳମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ସେ ଆହୁରି କହିଛନ୍ତି ଯେ ଭାରତୀୟ ରେଳବାଇ ପ୍ରଭାବିତ ବ୍ୟକ୍ତି ବିଶେଷଙ୍କ ପାଇଁ କ୍ଷତିପୂରଣ ଘୋଷଣା କରିସାରିଛି। ଏଥିସହ ଘଟଣାର ତଦନ୍ତ ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି।

ଏକ ନିରପେକ୍ଷ ମୂଲ୍ୟାଙ୍କନ ସୁନିଶ୍ଚିତ କରିବା ପାଇଁ ରେଳ କମିଶନରଙ୍କୁ ମଧ୍ୟ ଏକ ନିରପେକ୍ଷ ତଦନ୍ତ କରିବା ପାଇଁ ଦାୟିତ୍ୱ ଦିଆଯାଇଛି, ଯାହା ଦୁର୍ଘଟଣାର ମୂଳ କାରଣ ନିର୍ଦ୍ଧାରଣ କରିବା ପାଇଁ ସମସ୍ତ ବୈଷୟିକ ଏବଂ ପ୍ରାସଙ୍ଗିକ ଦିଗକୁ ଅନ୍ତର୍ଭୁକ୍ତ କରିବ।

ବୈଷ୍ଣବ ଗୁରୁତ୍ୱାରୋପ କରି କହିଛନ୍ତି ଯେ ବର୍ତ୍ତମାନ ରେଳବାଇର ପ୍ରାଥମିକ ଲକ୍ଷ୍ୟ ହେଉଛି ଉଦ୍ଧାର କାର୍ଯ୍ୟକୁ ଦକ୍ଷତାର ସହ ସମ୍ପାଦନ କରିବା ଏବଂ ଆହତମାନଙ୍କୁ ଉପଯୁକ୍ତ ଚିକିତ୍ସା ସେବା ପ୍ରଦାନ କରିବା। ଜିଲ୍ଲା ପ୍ରଶାସନର ଅନୁମତି ମିଳିବା ପରେ ତୁରନ୍ତ ଉଦ୍ଧାର କାମ ଆରମ୍ଭ ହେବ। ଦୁର୍ଘଟଣାର କାରଣ ବିଷୟରେ, ବୈଷ୍ଣବ ଉଲ୍ଲେଖ କରିଛନ୍ତି ଯେ ତଦନ୍ତ ଶେଷ ନହେବା ଯାଏ ଏହା ଅନ୍ତର୍ଘାତୀ କାର୍ଯ୍ୟ କିମ୍ବା ଅନ୍ୟ କୌଣସି କାରଣ ଉପରେ ଅନୁମାନ କରିବା ଏବେ କହି ହେବନି।

Leave A Reply

Your email address will not be published.