Latest Odisha News

BREAKING NEWS

ଅନୁବାଦକ ଅଜୟ କୁମାର ପଟ୍ଟନାୟକ ପାଇଲେ ‘ସୁମିତ୍ରା ସ୍ମାରକୀ ଅନୁବାଦ ପୁରସ୍କାର’

କଟକ : ସାରଳା ସାହିତ୍ୟ ସଂସଦ ପକ୍ଷରୁ, ସାରଳା ଭବନ ପରିସରରେ ଆୟୋଜିତ ଏକ ଭବ୍ୟ ସାରସ୍ୱତ ଉତ୍ସବରେ ବିଶିଷ୍ଟ ଅନୁବାଦକ ଅଜୟ କୁମାର ପଟ୍ଟନାୟକଙ୍କୁ ଚଳିତ ବର୍ଷ ପାଇଁ ‘ସୁମିତ୍ରା ସ୍ମାରକୀ ଅନୁବାଦ ପୁରସ୍କାର’ ପ୍ରଦାନ କରାଯାଇଛି। ସାରଳା ସାହିତ୍ୟ ସଂସଦର ପ୍ରତିଷ୍ଠାତା ତଥା ସଭାପତି ପ୍ରଭାକର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ ଏବଂ ବିଶିଷ୍ଟ ହିନ୍ଦୀ ସାହିତ୍ୟିକ ସତ୍ୟନାରାୟଣ ପଣ୍ଡା ମୁଖ୍ୟବକ୍ତା, ସାହିତ୍ୟିକ ମନୋଜ କୁମାର ପଟ୍ଟନାୟକ ସମ୍ମାନିତ ଅତିଥି ଓ ଅନୁବାଦକ ପ୍ରଶାନ୍ତ କୁମାର ମହାନ୍ତି ବିଶିଷ୍ଟ ଅତିଥି ରୂପେ ଯୋଗଦେଇଥଲା।

ଏହି ସାରସ୍ୱତ ସମାରୋହରେ ସଂସଦର ମୁଖ୍ୟ ଉପଦେଷ୍ଟା ସହଦେବ ସାହୁ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ସମ୍ପାଦକ ନିରଞ୍ଜନ ତ୍ରିପାଠୀ ସ୍ୱାଗତ ଭାଷଣ ଓ ନାଟ୍ୟକାର ସଞ୍ଜିତ ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ । ପରି ଶେଷରେ ବିଭୁ ପ୍ରସାଦ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.