Latest Odisha News

BREAKING NEWS

୫୩ ଓ ୫୪ ନମ୍ବର କୋଭିଡ୧୯ ପଜିଟିଭ ରୋଗୀଙ୍କ ଜାଣନ୍ତୁ ଟ୍ରାଭେଲ ହିଷ୍ଟ୍ରି

ଭୁବନେଶ୍ୱର : ଗତ କାଲି ଚିହ୍ନଟ ହୋଇଥିବା ୪ କରୋନା ପଜିଟିଭ ରୋଗୀଙ୍କ ମଧ୍ୟରୁ ଦୁଇ ଜଣ ସୁନ୍ଦରଗଡ ବିଶ୍ରାର ହୋଇଥିବା ବେଳେ ତୃତୀୟ ଜଣକ ଝାରପଡାର ଓ ଚତୁର୍ଥ ଜଣଙ୍କ କେନ୍ଦ୍ରାପଡା ରାଜନଗର ଅଂଚଳର ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

୫୩ନମ୍ବର କରୋନା ପଜିଟିଭ ଭୁବନେଶ୍ୱର ଝାରପଡା ଅଂଚଳର ବୋଲି ଜଣାପଡିଛି । ୪୬ ବର୍ଷୀୟ ଏହି ବ୍ୟକ୍ତି ୪୨ ନମ୍ବର କରୋନା ପଜିଟିଭଙ୍କ ନିକଟ ସମ୍ପର୍କୀୟ । ସେ ମାର୍ଚ୍ଚ୨୫ରୁ ଏପ୍ରିଲ ୩ ତାରିଖ ଯାଏଁ କେସୁରା ବାଙ୍କୁଆଳସ୍ଥିତ ଘରେ ରହିଥିଲେ । ଏପ୍ରିଲ ୪ରୁ ୬ ତାରିଖ ଯାଏଁ ଏମସ୍‌ରେ ଚିକିତ୍ସିତ ହେଉଥିବା ୪୨ ନମ୍ବର କରୋନା ପଜିଟିଭଙ୍କ ନିକଟରେ ଥିଲେ । ଏପ୍ରିଲ ୭ରୁ ୧୧ ତାରିଖ ଯାଏଁ କ୍ୱାରେଣ୍ଟାଇନରେ ରହିଥିଲେ ।

୧୧ତାରିଖରେ ତାଙ୍କ ସ୍ୱାବ ନମୁନା ପରୀକ୍ଷଣ ବେଳେ ପଜିଟିଭ ଚିହ୍ନଟ ହୋଇଥିଲା । ଏହା ପରେ ତାଙ୍କୁ କିମ୍ସ କୋଭିଡ୧୯ ହସ୍ପିଟାଲରେ ଚିକିତ୍ସା କରାଯାଉଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

୫୪ ନମ୍ବର କରୋନା ପଜିଟିଭ କେନ୍ଦ୍ରାପଡା ରାଜନଗର ଅଞ୍ଚଳର ୧୭ ବର୍ଷୀୟ ଝିଅ ବୋଲି ଜଣାପଡିଛି । ମାର୍ଚ୍ଚ ୨୯ତାରିଖରେ ସେ ଏକ ପ୍ରାଇଭେଟ ଆମ୍ବୁଲାନ୍ସରେ କୋଲକାତାରୁ ବାଲେଶ୍ୱର, ଭଦ୍ରକ ଦେଇ ତାଙ୍କ ଗାଁକୁ ଫେରିଥିଲେ । ବାଲେଶ୍ୱର- ଭଦ୍ରକ ରାସ୍ତାରେ ସେ ଅଟକି ଚା ମଧ୍ୟ ପିଇଥିଲେ । ନାଲଦିଆସ୍ଥିତ ଘରେ ପହଞ୍ଚିବା ପରେ ଏପ୍ରିଲ ୧୧ ଯାଏଁ ହୋମ କ୍ୱାରେଣ୍ଟାଇନରେ ଥିଲେ । ୧୧ତାରିଖରେ ତାଙ୍କ ସ୍ୱାବ ନମୁନା ପରୀକ୍ଷଣ ରିପୋର୍ଟ ପଜିଟିଭ ବାହାରିବା ପରେ ତାଙ୍କୁ ଚିକିତ୍ସା ପାଇଁ କଟକ ସ୍ଥିତ ଅଶ୍ୱିନୀ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

Leave A Reply

Your email address will not be published.