Latest Odisha News

BREAKING NEWS

ନୈନିତାଲ: ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର

ଭୁବନେଶ୍ୱର: ନିଜର କାର୍ଯ୍ୟ ବ୍ୟସ୍ତତାରୁ ଟିକିଏ ସମୟ ବାହାର କରି ବୁଲି ଆସନ୍ତୁ ନୈନିତାଲ। ଏହାର ଅପୂର୍ବ ଶୋଭା ଆପଣ ଥରେ ଦେଖିଲେ ବିମୋହିତ ହୋଇପଡିବେ ।

ଆମେ ଆପଣଙ୍କୁ ଆଜି ସେହି ନୈସର୍ଗିକ ଶୋଭାରାଜି ସମ୍ପନ୍ନ ନୈନିତାଲର ଅପୂର୍ବ ସୌନ୍ଦର୍ଯ୍ୟ ବିଷୟରେ ଜଣାଇବୁ ।

ଉତ୍ତରାଖଣ୍ଡ ରାଜ୍ୟର ହିମାଳୟ ପାଦ ଦେଶରେ ରହିଛି ଏହି ସୁନ୍ଦର ଓ ମନୋରମ ହିଲ୍‌ ଷ୍ଟେସନ୍‌ ନୈନିତାଲ । ସୁନ୍ଦର ବନରାଜି, ଉଚ୍ଚ ପର୍ବତାମାଳା ପରିବେଷ୍ଠିତ ଏହି ଅଞ୍ଚଳ ସବୁ ବର୍ଗର ଲୋକଙ୍କ ଲାଗି ଆମୋଦଦାୟକ ।

ବରାଫାବୃତ୍ତ ପାହାଡ ବେଢି ରହିଥିବା ଏହି ଅଞ୍ଚଳକୁ ହ୍ରଦର ସହର ବା ‘ଝିଲୋଁ କାଁ ସହର’ ବୋଲି ମଧ୍ୟ କୁହାଯାଏ। କାରଣ ଏଠାରେ ଅନେକ ଛୋଟ ବଡ଼ ହ୍ରଦ ରହିଛି। ଯାହା ଭିତରୁ ନୈନା ହ୍ରଦ ପ୍ରମୁଖ ।

ଏହି ଅଞ୍ଚଳର ପ୍ରମୁଖ ନୈନାଦେବୀ ଶକ୍ତିପୀଠର ନାମ ଅନୁସାରେ ଏହାର ଏପରି ନାମକରଣ ହୋଇଥିବା କୁହାଯାଏ । ୧୮୮୦ ମସିହାରେ ନୈନା ଦେବୀଙ୍କ ପାରମ୍ପରିକ ମନ୍ଦିରଟି ଭୂସ୍ଖଳନରେ ନଷ୍ଟ ହୋଇଯିବା ପରେ ଏହାର ପୁନଃ ନିର୍ମାଣ କରାଯାଇଥିଲ ।

ନୈନିତାଲର ସବୁଠୁ ସୁନ୍ଦର ଗାଁ ପଙ୍ଗୋଟ

ନୈନିତାଲ ବୁଲିବାକୁ ଗଲାବେଳେ ପଙ୍ଗୋଟ ଗାଁକୁ ଯେମିତି ବୁଲିଯିବାକୁ ଭୁଲି ନ ଯାଆନ୍ତି। କାରଣ ଏହା ହେଉଛି ନୈନିତାଲର ସବୁଠାରୁ ସୁନ୍ଦରତମ ଗାଁ। ନୈନିତାଲଠାରୁ ୧୩ କିମି ଦୂରରେ ଅବସ୍ଥିତ ଏହି ଗାଁକୁ ଯିବା ବାଟରେ ଆପଣ ଚିନା ପିକ୍‌ ରେଞ୍ଜ, ସ୍ନୋ ଭ୍ୟୁ ପଟଣ୍ଟ ଓ କିଲବୁରୀ ଆଦି ଭ୍ରମଣସ୍ଥଳ ବୁଲି ପାରିବେ ।

ଏହି ଗ୍ରାମର ସବୁଠାରୁ ମୁଖ୍ୟ କଥା ହେଉଛି, ଏଠାରେ ପ୍ରାୟ ୫୮୦ ପ୍ରଜାତୀର ପକ୍ଷୀ ଦଖିବାକୁ ମିଳନ୍ତି। ଏଗୁଡିକ ମଧ୍ୟରୁ ୧୫୦ଟି ଘରୋଇ ପ୍ରଜାତୀର ହୋଇଥିବା ବେଳେ ବାକି ସବୁ ଭ୍ରମଣକାରୀ। ଏଣୁ ଏହାକୁ ପକ୍ଷୀପ୍ରେମିଙ୍କ ଭୁସ୍ୱର୍ଗ ବୋଲି ମଧ୍ୟ କୁହାଯାଇପାରେ ।

କେମିତି ଯିବେ

କାଠଗୋଦାନ ହେଉଛି ନୈନିତାଲର ପ୍ରବେଶ ପଥ। କାଠ ଗୋଦାମ୍‌ ରେଳ ଷ୍ଟେସନ ପହଞ୍ଚିବା ପରେ ଏଠାରୁ ଟ୍ୟାକ୍ସି ଯୋଗେ ଆପଣ ନୈନିତାଲ ଯାଇପାରିବେ। ରହିବାକୁ ଏଠାରେ ସରକାରୀ ଓ ବେସରକାରୀ ଯାତ୍ରୀନିବାସ ଓ ହୋଟେଲ ଅତି ସହଜରେ ମିଳିଯିବ ।

Leave A Reply

Your email address will not be published.