Latest Odisha News

BREAKING NEWS

ଉର୍ଦ୍ଦୁ କବି ଜନାବ ସିନ କାଫ ନିଜାମଙ୍କୁ ୨୦୧୯ ଜାତୀୟ ଗଙ୍ଗାଧର ସମ୍ମାନ

ସମ୍ବଲପୁର: ସମ୍ବଲପୁର ବିଶ୍ୱବିଦ୍ୟାଳୟର ୫୪ ତମ ପ୍ରତିଷ୍ଠା ଦିବସ ଅନଲାଇନ ମାଧ୍ୟମରେ ପାଳିତ ହୋଇଯାଇଛି । କୁଳପତି ପ୍ରଫେସର ଦୀପକ ବେହେରାଙ୍କ ଦିଗଦର୍ଶନରେ ଅନୁଷ୍ଠିତ ଅନଲାଇନ ସଭାରେ ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ଅର୍କକେଶରୀ ଦାସ ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ପ୍ରସିଦ୍ଧ ଉର୍ଦ୍ଦୁ କବି ଜନାବ ସିନ କାଫ ନିଜାମଙ୍କୁ ୨୦୧୯ ଜାତୀୟ ଗଙ୍ଗାଧର ସମ୍ମାନରେ ସମ୍ମାନିତ କରାଯାଇଥିଲା। ଜିଏମୟୁର ପୂର୍ବତନ କୁଳପତି ପ୍ରଫେସର ଅତନୁ କୁମାର ପତି ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ। ଏହାପରେ ଏକାଧିକ ଲେଖକଙ୍କ ଗବେଷଣାକୁ ନେଇ ପ୍ରସ୍ତୁତ ହୋଇଥିବା ପଶ୍ଚିମ ଓଡିଶାର ପରିଚୟ ନାମକ ଏକ ପୁସ୍ତକ ଉନ୍ମୋଚିତ ହୋଇଥିଲା। ଶେଷରେ ବିଶ୍ୱବିଦ୍ୟାଳୟ କୁଳସଚିବ ସୀତାରାମ ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.