Latest Odisha News

BREAKING NEWS

ଘାଟି ତଳକୁ ଖସିଲା ପିଆଜ ବୋଝେଇ ଟ୍ରକ୍, ଘଣ୍ଟାକରେ ଖାଲି ହୋଇଗଲା ଗାଡ଼ି !

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଜୁଡ଼ିଆ ଘାଟିରେ ଏକ ସଡ଼କ ଦୁର୍ଘଟଣା ଘଟିବା ଫଳରେ ୨ଜଣ ଗୁରୁତର ଆହତ ହୋଇଛନ୍ତି । ଆହତ ବ୍ୟକ୍ତିମାନଙ୍କୁ ଚିକିତ୍ସା ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ମିଳିଥିବା ସୂଚନାନୁଯାୟୀ ଏକ ପିଆଜ ବୋଝେଇ ଟ୍ରକଟି ଜୁଡ଼ିଆ ଘାଟିରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ପ୍ରାୟ ୫୦ ଫୁଟ ତଳକୁ ଖସିପଡ଼ିଥିଲା । ଏହି ଟ୍ରକଟି ପିଆଜ ବୋଝେଇ କରି ରାୟପୁରରୁ କେନ୍ଦୁଝର ଆସୁଥିବା ଆସୁଥିବା ବେଳେ ଗଡ଼ାଣୀଆ ରାସ୍ତାରେ ଡ୍ରାଇଭର ଗାଡ଼ିର ନିୟନ୍ତ୍ରଣ ହରାଇଥିଲେ । ଫଳରେ ଟ୍ରକଟି ଘାଟି ତଳକୁ ଖସିପଡ଼ିଥିଲା ।

ଏହି ପିଆଜ ବୋଝେଇ ଟ୍ରକଟି ଦୁର୍ଘଟଣାଗ୍ରସ୍ତ ହୋଇ ଘାଟି ତଳେ ପଡ଼ିଥିବା ବେଳେ ସେଥିରେ ଥିବା ପିଆଜକୁ ନେଇଗଲେ ସ୍ଥାନୀୟ ଲୋକେ । ପ୍ରାୟ ୧ ଘଣ୍ଟା ମଧ୍ୟରେ ଟ୍ରକରେ ଥିବା ସମସ୍ତ ପିଆଜତକ ଖାଲି ହୋଇଯାଇଥିଲା । ଏହି ଘଟଣାଟି ଏହି ଅଞ୍ଚଳରେ ଚର୍ଚ୍ଚା ହେବା ସହିତ ସାଧାରଣରେ କୌତୁହଳ ସୃଷ୍ଟି କରିଛି ।

ପରେ ପୋଲିସ ଖବରପାଇ ଘଟଣାସ୍ଥଳକୁ ଯାଇ ଛାନଭିନ୍ନ କରିଛନ୍ତି ।

Leave A Reply

Your email address will not be published.