Latest Odisha News

ଓଡ଼ିଶାର ରପ୍ତାନକାରୀଙ୍କ ଲାଗି ଖୁସି ଖବର ! ରାଜଧାନୀରେ ଆରମ୍ଭ ହେଲା ବିଦେଶ ଡ଼ାକସେବା

ଭୁବନେଶ୍ୱର: ବିଦେଶ ପୋଷ୍ଟ ଅଫିସ ! ପୁଣି ଓଡ଼ିଶାରେ ! ଏହା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତକଥା । ଓଡ଼ିଶାରେ ଶନିବାର ଦିନ ଓଡ଼ିଶା ରାଜଧାନୀ ଭୁବନେଶ୍ୱରଠାରେ ଉଦଘାଟିତ ହୋଇଛି ଏହି ବିଦେଶ ଡ଼ାକଘର ।

ଏହି ନୂଆ ପୋଷ୍ଟ ଅଫିସଟିକୁ ଆଜି ରାଜଧାନୀର ମଞ୍ଚେଶ୍ୱର ଇଣ୍ଡଷ୍ଟ୍ରିଆଲ୍ ଇଷ୍ଟେଟସ୍ଥିତ ପୋଷ୍ଟାଲ୍ ପ୍ରିଣ୍ଟିଂ ପ୍ରେସଠାରେ ଉଦଘାଟିତ ହୋଇଛି । ଏହି ଡ଼ାକଘରଟିର ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଭାରତୀୟ ଡ଼ାକ ବିଭାଗର ସଚିବ ଅନନ୍ତ ନାରାୟଣ ନନ୍ଦ ।

“ଓଡ଼ିଶାରେ ବିଦେଶ ଡ଼ାକଘର ନଥିଲା । ବିଦେଶକୁ ଯାଉଥିବା ସମସ୍ତ ପାର୍ସଲଗୁଡ଼ିକ କୋଲକାତାଠାରେ ପ୍ରୋସେସିଂ ହେଉଥିଲା । ପ୍ରଥମେ ଏହି ପାର୍ସଲଗୁଡ଼ିକ ପ୍ରଥମେ କୋଲକାତା ଯାଉଥିଲା ।” ଏହା କହିଛନ୍ତି ଜଣେ ବରିଷ୍ଠ ଡ଼ାକ ଅଧିକାରୀ ।

ପୂର୍ବରୁ ଓଡ଼ିଶା ପୋଷ୍ଟ ମାଷ୍ଟର ଜେନେରାଲ ଡ଼ଃ ସନ୍ତୋଷ କୁମାର କାମିଲା ସୂଚନା ଦେଇ କହିଥିଲେ ଯେ, ବିଦେଶ ଡ଼ାକ ଘରେ କଷ୍ଟମର୍ କ୍ଲିୟରାନ୍ସ ସୁବିଧା ଉପଲବ୍ଧ ହୋଇପାରିବ । ଏହାଫଳରେ ବୁକିଂ ପଦ୍ଧତି ଆରାମରେ ହୋଇପାରିବ ।

ଏହାବ୍ୟତୀତ, ପାର୍ସଲ ମେଲକୁ ଦ୍ରୁତଗତିରେ ପଠାଇବା ଲାଗି ରସୁଲଗଡ଼ ପୋଷ୍ଟାଲ ପ୍ରିଣ୍ଟିଂ ପ୍ରେସଠାରେ ଏକ ଜାତୀୟ ପାର୍ସଲ ହବ୍ ଖୋଲାଯାଇଛି । ସେହିପରି ରାଜ୍ୟର କଟକ, ଯାଜପୁର ରୋଡ଼, ବାଲେଶ୍ୱର, ସମ୍ବଲପୁର, ବଲାଙ୍ଗୀର, ବ୍ରହ୍ମପୁର ଏବଂ ଜୟପୁରଠାରେ ୭ଟି ଅନ୍ୟ ପାର୍ସଲ୍ ହବ୍ ପ୍ରତିଷ୍ଠା କରାଯାଇଛି ।

ସେହିପରି ଭାବେ ଓଡ଼ିଶା ପୋଷ୍ଟାଲ ସର୍କଲ ପକ୍ଷରୁ ମାଣିଆବନ୍ଧ, ଚୋରମରା, କଲରାବାଙ୍କ ଏବଂ ବ୍ୟାସବିହାରଠାରେ ନୂତନ ପୋଷ୍ଟ ଅଫିସ ଖୋଲାଯିବାକୁ ସ୍ଥିର କରାଯାଇଛି ।

Leave A Reply

Your email address will not be published.