Latest Odisha News

BREAKING NEWS

ଦୁର୍ଘଟଣା ପରେ ଜଳିଗଲା ଟ୍ରକ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର

ଝାରସୁଗୁଡା : ରାସ୍ତା ମଝିରେ ଜଳୁଛି ୧୦ ଚକିଆ ଟ୍ରକ । ଅଳ୍ପକେ ଜୀବନ ବଞ୍ଚିଗଲା ଡ୍ରାଇଭର ଓ ହେଲପରଙ୍କର ।

ସୂଚନା ଅନୁଯାୟୀ, ଝାରସୁଗୁଡ଼ା ଜିଲ୍ଲା କୋଲାବିରା ବ୍ଲକ ବଡବାହାଲ ସମାସିଂହା ରାସ୍ତା ମଝିରେ ଜଳୁଛି ୧୦ ଚକିଆ ଟ୍ରକ  । ଆଉ ଅଳ୍ପକେ ଜୀବନ ବଞ୍ଚିପାରିଛି ଡ୍ରାଇଭର ଓ ହେଲପରର। ତେବେ ଦୁର୍ଘଟଣାର  କାରଣ ଅସ୍ପଷ୍ଟ ରହିଥିବା ବେଳେ, ରାସ୍ତା କଡ ଜଳୁଥିବା ଗଛକୁ ପିଟି ଦୁର୍ଘଟଣା ହୋଇଥିବା କୁହାଯାଉଛି।

ଏନେଇ ଘଟଣା ସ୍ଥଳରେ କୋଲାବିରା ପୋଲିସ ପହଞ୍ଚି ଅଧିକ ତଦନ୍ତ କରୁଥିବା ବେଳେ, ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି।

Leave A Reply

Your email address will not be published.