Latest Odisha News

ବନ୍ଧାହେଲେ ନାବାଳିକାଙ୍କୁ ଅପହରଣ କରି ନେଇଥିବା ଶଳା, ଭିଣୋଇ

ସୁବର୍ଣ୍ଣପୁର: ନାବାଳିକା ଅପହରଣ ମାମଲାରେ ଗିରଫ ହେଲେ ଶଳା, ଭିଣୋଇ । ସୁବର୍ଣ୍ଣପୁର ଜିଲ୍ଲା ତରଭା ପୋଲିସ ସମ୍ପର୍କରେ ଶଳା, ଭିଣୋଇଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ତରଭା ଥାନା ଦେଉଳପଦର ଗାଁର ବିନୟ ବାଗ ଓ ଭିଣୋଇ ବୌଦ୍ଧ ମନମୁଣ୍ଡା ଥାନା ଅନ୍ତର୍ଗତ ବିଶ୍ୱଜିତ୍ ହରିପାଲ୍ ।

ସୂଚନା ଅନୁସାରେ, ସୁବର୍ଣ୍ଣପୁର ଜିଲ୍ଲା ପାଇକବାହାଲରୁ ଜଣେ ୧୭ ବର୍ଷର ନାବାଳିକାଙ୍କୁ ଅପହରଣ ନେଇ ତରଭା ଥାନାରେ ଅଭିଯୋଗ ହୋଇଥିଲା । ପୋଲିସ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରି ଶଳା, ଭିଣୋଇଙ୍କୁ ମହାରାଷ୍ଟ୍ରରୁ ଗିରଫ କରିବା ସହ ନାବାଳିକାଙ୍କୁ ଉଦ୍ଧାର କରିଛି ।

ଅଭିଯୁକ୍ତ ଦ୍ୱୟ ନାବାଳିକାକୁ ନେଇ ମହାରାଷ୍ଟ୍ରର ଠାଣେ ଥାନା ଅନ୍ତର୍ଗତ ଦିଭା ଠାରେ ଲୁଚାଇ ରଖିଥିଲେ । ତରଭା ପୋଲିସର ୩ ଜଣିଆ ଟିମ ନାବାଳିକାଙ୍କୁ ଉଦ୍ଧାର କରି ଅଭିଯୁକ୍ତ ଦ୍ୱୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ନାବାଳିକା ଜଣଙ୍କର ଡାକ୍ତରୀ ମାଇନ କରାଯାଇଥିବା ସୂଚନା ଦେଇଛନ୍ତି ତରଭା ଥାନା ଅଧିକାରୀ ସୁବ୍ରତ ପାଣିଗ୍ରାହୀ ।

Leave A Reply

Your email address will not be published.