Latest Odisha News

BREAKING NEWS

ବୟସ ହାର ମାନିଲା: ଦୌଡ଼ ପ୍ରତିଯୋଗିତାରେ ପ୍ରଥମ ହେଲେ ୯୮ ବର୍ଷୀୟା ମହିଳା

କଥାରେ ଅଛି ବୟସ କେବଳ ଏକ ସଂଖ୍ୟା । ବଢୁଥିବା ବୟସରେ ଅନେକ ଲୋକ ହତାଶ ହୋଇ ନିଜ ଜୀବନକୁ ପରିସ୍ଥିତି ଉପରେ ଛାଡିଦିଅନ୍ତି । କିନ୍ତୁ କିଛି ଲୋକ ଅଛନ୍ତି ଯେଉଁମାନେ ବୟସକୁ ଏକ ସଂଖ୍ୟା ଭାବରେ ବିବେଚନା କରିବା ସହ ନିଜ ସଉକରେ ଆଗକୁ ବଢନ୍ତି । ଜଣେ ୯୮ ବର୍ଷୀୟା ମହିଳା ଦୌଡ଼ ପ୍ରତିଯୋଗିତାରେ ଭାଗ ନେବା ସହ ପ୍ରଥମ ପୁରସ୍କାର ବି ଜିତିଛନ୍ତି, ଯାହା ପ୍ରମାଣିତ କରୁଛି ବୟସ ବାସ୍ତବରେ ଏକ ସଂଖ୍ୟା । ଏହାର ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

ଆମେରିକାର ବାସିନ୍ଦା ବେଟି ଲିଣ୍ଡବର୍ଗ । ବୟସ ତାଙ୍କର ୯୮ ବର୍ଷ । ନିକଟରେ ଆୟୋଜିତ ହୋଇଥିଲା ବୟସ୍କ ମହିଳାଙ୍କ ଦୌଡ଼ ପ୍ରତିଯୋଗିତା । ଏଥିରେ ବେଟି ଆଗ୍ରହର ସହ ଭାଗ ନେଇଥିଲେ । ତାଙ୍କୁ ଦେଖି ଅନ୍ୟ ପ୍ରତିଯୋଗୀ ଓ ଉପସ୍ଥିତ ଲୋକେ ଥଟ୍ଟା କରିବା ସହ ଆଶ୍ଚର୍ଯ୍ୟ ମଧ୍ୟ ହୋଇଥିଲେ । ହେଲେ ବେଟି କାହାରି କଥା ନ ଶୁଣି ପ୍ରତିଯୋଗିତାରେ ଭାଗ ନେଇଥିଲେ । ଆଶ୍ଚର୍ଯ୍ୟର କଥା, ସେ ୫୯ ମିନିଟ୍ ୬ ସେକେଣ୍ଡରେ ୫ କିଲୋମିଟର ଦୂରତା ଅତିକ୍ରମ କରି ପ୍ରଥମ ସ୍ଥାନ ଅଧିକାର କରିଲେ ।
ଭିଡିଓରେ ଦେଖିବାକୁ ମିଳଛି ଯେ, ବେଟି ଦ୍ରୁତ ଗତିରେ ଚାଲି ଚାଲି ଆସି ଶେଷ ଲାଇନ୍ ଅତିକ୍ରମ କରିବା ମାତ୍ରେ ସେଠାରେ ଉପସ୍ଥିତ ଥିବା ଲୋକମାନେ ତାଙ୍କ ପାଇଁ ଜୋରରେ ତାଳି ମାରି ତାଙ୍କୁ ଉତ୍ସାହିତ କରୁଛନ୍ତି । ସେ ନିଜ ଘଣ୍ଟାରେ ସମୟ ଦେଖି ଦେଖି ଖୁସିରେ ସେଠାରୁ ଆଗକୁ ବଢୁଥିବା ଦେଖିବାକୁ ମିଳିଥିଲା । ପ୍ରଥମ ହେବା ପରେ ତାଙ୍କୁ ଆୟୋଜକଙ୍କ ପକ୍ଷରୁ ଅଭିନନ୍ଦନ ଜଣାଯାଇଥିଲା । ବେଟି ଏବେ ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ପ୍ରାପ୍ତ ବୟସରେ ନିଜକୁ ଦୁର୍ବଳ କରିବା ଉଚିତ୍ ନୁହେଁ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.