Latest Odisha News

BREAKING NEWS

ବାଂଲାଦେଶକୁ ସହାୟତା ବନ୍ଦ କଲା ଆମେରିକା

ନୂଆଦିଲ୍ଲୀ: ବାଂଲାଦେଶକୁ ମିଳୁଥିବା ସମସ୍ତ ପ୍ରକାରର ଆମେରିକୀୟ ସହାୟତାକୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବନ୍ଦ କରିଦେଇଥିବା ନେଇ ୟୁଏସଏଆଇଡି ଟ ଏକ ଚିଠି ଲେଖି ସୂଚନା ଦେଇଛି। ଏହା ବାଂଲାଦେଶର ୟୁନୁସ ସରକାରଙ୍କ ପାଇଁ ଏକ ବଡ଼ ଝଟକା ଭଳି।

୫ ଅଗଷ୍ଟ ୨୦୨୪ ରେ ଶେଖ ହସିନାଙ୍କ ସରକାର ବାଂଲାଦେଶ ଛାଡିବା ପରଠାରୁ ମହମ୍ମଦ ୟୁନୁସ୍ ବାଂଲାଦେଶରେ କ୍ଷମତାରେ ରହିଛନ୍ତି।

USAID ବାଂଲାଦେଶ ଚୁକ୍ତି, କାର୍ଯ୍ୟାଦେଶ, ଅନୁଦାନ, ସମବାୟ ଚୁକ୍ତିନାମା, କିମ୍ବା ଅନ୍ୟାନ୍ୟ ସହାୟତା କିମ୍ବା ଅଧିଗ୍ରହଣ ଉପକରଣ ଅଧୀନରେ ଥିବା ଯେକୌଣସି କାର୍ଯ୍ୟକୁ ତୁରନ୍ତ ବନ୍ଦ କିମ୍ବା ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଆମେରିକାରେ କ୍ଷମତାକୁ ଆସିବା ପରେ ଡୋନାଲ୍ଡ ଟ୍ରମ୍ପ ଅନେକ ବଡ଼ ଏବଂ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବାରେ ଲାଗିଛନ୍ତି। ସେହିପରି ୧ସେ ଅନେକ ଦେଶ ଏବଂ ଅନ୍ତର୍ଜାତୀୟ ପ୍ରତିଷ୍ଠାନକୁ ଦିଆଯାଉଥିବା ଆର୍ଥିକ ସହାୟତାକୁ ୯୦ ଦିନ ପାଇଁ ବନ୍ଦ କରିଦେଇଛନ୍ତି। ଋଷ ସହିତ ଚାଲିଥିବା ଯୁଦ୍ଧରେ ବାଇଡେନ ସରକାର ୟୁକ୍ରେନକୁ ସାହାଯ୍ୟ କରୁଥିଲେ କିନ୍ତୁ ଟ୍ରମ୍ପ କ୍ଷମତାକୁ ଆସିବା ପରେ ଏହାକୁ ତୁରନ୍ତ ବନ୍ଦ କରିଦେଇଥିଲା।

 

Comments are closed.