ଦୁବାଇ: ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ତଥା ମହାନ ଖେଳାଳି ଇଆନ ଚ୍ୟାପେଲ ଆନ୍ତର୍ଜାତୀୟ କ୍ରିକେଟ କାଉନ୍ସିଲ ପ୍ରତି ଶବ୍ଦ ବାଣ ପ୍ରୟୋଗ କରିଛନ୍ତି । ସେ କହିଛନ୍ତି ଆଇସିସି କ୍ରିକେଟ ଚଳାଇବା ପରିବର୍ତେ ଏବ ଇଭେଂଟ ମ୍ୟାନେଜମେଂଟ କମ୍ପାନୀ ପାଲଟି ଯାଇଛି । ଭାରତର ନାମ ନ ନେଇ ସେ କହିଥିଲେ, ଆର୍ଥୀକ ସ୍ଥିତିରେ ମଜଭୁତ ବୋର୍ଡ ଟେଷ୍ଟ କ୍ରିକେଟର କ୍ଷତି ଘଟାଉଛି । ନିଜ ସ୍ୱାର୍ଥ ଅନୁସାରେ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଉଛି । କ୍ରିକେଟର ଭଲ ପାଇଁ ଖୁବ ଶୀଘ୍ର ଦ୍ୱି ସ୍ତରୀୟ ପ୍ରଣାଳୀ ଲାଗୁ କରାଯିବା ଉଚିତ । କ୍ରିକେଟକୁ ବଂଚାଇ ରଖିବାକୁ ହେଲେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେବାର ସମୟ ଆସିଛି । ୱେଷ୍ଟଇଣ୍ଡିଜର ପୂର୍ବତନ ପେସ ବୋଲର ମାଇକେଲ ହୋଲ୍ଡିଂ କହିଛନ୍ତି ଫିଫା ଅନେକ ଭୂଲ କାର୍ଯ୍ୟ କରିବା ସତ୍ୱେ ଫୁଟବଲକୁ ଠିକ ଭାବେ ସଂଚାଳନ କରୁଛି ।
ଆଇସିସି ବି କ୍ରିକେଟକୁ ଠିକ ଭାବେ ପରିଚାଳନା କରିବା ଉଚିତ । ଭାରତ ଏବେ ଆଇସିସିକୁ ଆୟର ୭୦ ପ୍ରତିଶତ ଯୋଗଦାନ ଦେଉଛି । ଏବେ ଟେଷ୍ଟ କ୍ରିକେଟ ଟିମଗୁଡିକୁ ଦୁଇ ଭାଗ କରିବା ପାଇଁ ଆଲୋଚନା ହେଉଛି । ଭାରତ, ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ପରି ବଡ ଟିମ ପରସ୍ପର ବିରୋଧରେ ଅଧିକରୁ ଅଧିକ ମ୍ୟାଚ ଖେଳିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଉଛି । କେତେକ ମାନଦଣ୍ଡ ଅନୁସାରେ ଶୀର୍ଷ ଶ୍ରେଣୀ ଟିମରେ ସାମିଲ ପାଇଁ ଏକ ସ୍ୱତନ୍ତ୍ର ପ୍ରଣାଳୀ ପ୍ରସ୍ତୁତ କରିବାକୁ ପଡିବ । ଆଫଗାନିସ୍ତାନ ଓ ଆୟର୍ଲାଣ୍ଡକୁ ତରବରିଆ ଭାବେ ଟେଷ୍ଟ ଟିମ ମାନ୍ୟତା ପ୍ରଦାନ କରାଗଲା । ଏ ସବୁ ଭୋଟ ପାଇଁ କରାଯାଉଛି ବୋଲି ଚ୍ୟାପେଲ କହିଛନ୍ତି ।
Comments are closed.