Latest Odisha News

BREAKING NEWS

କ୍ୱାକଙ୍କ ଭୁଲ ଇଞ୍ଜେକସନରେ ଚାଲିଗଲା ଯୁବକଙ୍କ ପ୍ରାଣ

ରାୟଗଡ଼ା : କ୍ୱାକଙ୍କ ଅବହେଳାରୁ ଯୁବଙ୍କ ମୃତ୍ୟୁ । ନକଲି ଡାକ୍ତରଙ୍କ ନାଁରେ ଅଭିଯୋଗ ଆଣିଲେ ପରିବାର ଲୋକେ । ଏଭଳି ଅଭାବନୀୟ ଘଟଣା ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ ସାନଚାନ୍ଦିଲି ଗ୍ରାମରେ ଘଟିଛି । ମୃତକ ଜଣକ ହେଲେ ପ୍ରଶାନ୍ତ କୌଶଲ୍ୟା ବୟସ ୨୬।

ପରିବାର ଲୋକଙ୍କ କହିବା ଅନୁଯାୟୀ , ପ୍ରଶାନ୍ତଙ୍କ ମୁଣ୍ଡ ବ୍ୟଥା ସାଙ୍ଗକୁ ସାମାନ୍ୟ ପେଟ ଯନ୍ତ୍ରଣା ହୋଇଥିଲା ।  ସେ ଜେକେପୁର ସ୍ଥିତ ବି.ସି ରୋଡ଼ରେ କ୍ଲିନିକ୍ କରିଥିବା  ବି. ଆନନ୍ଦ ରାଓ ଓରଫ ନନ୍ଦୁ ବାବୁ ନାମକ ବ୍ୟକ୍ତିଙ୍କ ପାଖରେ ଚିକିତ୍ସିତ ହୋଇଥିଲେ। ତେବେ ଡାକ୍ତର ଜଣକ ଦୁଇଟି ଇଞ୍ଜେକସନ ଓ କିଛି ଔଷଧ ଦେଇଥିଲେ । ପ୍ରଶାନ୍ତ ଇଞ୍ଜେକସନ ନେବା ପରେ ଘରକୁ ଫେରିବାର ୧୦ ମିନିଟ ମଧ୍ୟରେ ବାନ୍ତି ସାଙ୍ଗକୁ ଛାତିରେ ଯନ୍ତ୍ରଣା ହୋଇଥିଲା । ଏହାପରେ ତାଙ୍କର ମୃତ୍ୟୁ ଘଟିଥିଲା ।

ଏନେଇ ପରିବାର ବର୍ଗ ଚାନ୍ଦିଲି ଥାନାରେ ଅଭିଯୋଗ କରିବା ପରେ ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପଠାଇବା ସହ ଅଧିକ ତଦନ୍ତ ଜାରି ରହିଛି । ଦୀର୍ଘ ବର୍ଷ ଧରି ଲୋକଙ୍କ ଜୀବନ ସହ ଖେଳୁଥିଲେ ଡାକ୍ତରଙ୍କ ଭୁଲ ଇଞ୍ଜେକସନ ଯୋଗୁ ଚାଲିଗଲା ଯୁବକଙ୍କ ପ୍ରାଣ

ରାୟଗଡ଼ା : ଡାକ୍ତରଙ୍କ ଅବହେଳାରୁ ଯୁବଙ୍କ ମୃତ୍ୟୁ । ଡାକ୍ତରଙ୍କ ନାଁରେ ଅଭିଯୋଗ ଆଣିଲେ ପରିବାର ଲୋକେ । ଏଭଳି ଅଭାବନୀୟ ଘଟଣା ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ ସାନଚାନ୍ଦିଲି ଗ୍ରାମରେ ଘଟିଛି । ମୃତକ ଜଣକ ହେଲେ ପ୍ରଶାନ୍ତ କୌଶଲ୍ୟା ବୟସ ୨୬।

ପରିବାର ଲୋକଙ୍କ କହିବା ଅନୁଯାୟୀ , ପ୍ରଶାନ୍ତଙ୍କ ମୁଣ୍ଡ ବ୍ୟଥା ସାଙ୍ଗକୁ ସାମାନ୍ୟ ପେଟ ଯନ୍ତ୍ରଣା ହୋଇଥିଲା ।  ସେ ଜେକେପୁର ସ୍ଥିତ ବି.ସି ରୋଡ଼ରେ କ୍ଲିନିକ୍ କରିଥିବା  ବି. ଆନନ୍ଦ ରାଓ ଓରଫ ନନ୍ଦୁ ବାବୁ ନାମକ ବ୍ୟକ୍ତିଙ୍କ ପାଖରେ ଚିକିତ୍ସିତ ହୋଇଥିଲେ। ତେବେ ଡାକ୍ତର ଜଣକ ଦୁଇଟି ଇଞ୍ଜେକସନ ଓ କିଛି ଔଷଧ ଦେଇଥିଲେ । ପ୍ରଶାନ୍ତ ଇଞ୍ଜେକସନ ନେବା ପରେ ଘରକୁ ଫେରିବାର ୧୦ ମିନିଟ ମଧ୍ୟରେ ବାନ୍ତି ସାଙ୍ଗକୁ ଛାତିରେ ଯନ୍ତ୍ରଣା ହୋଇଥିଲା । ଏହାପରେ ତାଙ୍କର ମୃତ୍ୟୁ ଘଟିଥିଲା ।

ଏନେଇ ପରିବାର ବର୍ଗ ଚାନ୍ଦିଲି ଥାନାରେ ଅଭିଯୋଗ କରିବା ପରେ ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପଠାଇବା ସହ ଅଧିକ ତଦନ୍ତ ଜାରି ରଖିଛି । ତେବେ ଦୀର୍ଘ ବର୍ଷ ଧରି ଏଭଳି ନକଲି କ୍ଲିନିକ କରି ଲୋକଙ୍କ ଜୀବନ ସହ ଖେଳୁଥିଲେ କ୍ୱାକ ବି. ଆନନ୍ଦ ରାଓଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି।

 

Leave A Reply

Your email address will not be published.