Latest Odisha News

BREAKING NEWS

ଗ୍ରେଟ୍ ପ୍ଲେସ ଟୁ ୱାର୍କ ସାର୍ଟିଫିକେଟ୍ ପାଇଲା ଜିନ୍ଦଲ୍ ଷ୍ଟିଲ୍ ଆଣ୍ଡ ପାୱାର

ନୂଆଦିଲ୍ଲୀ: ଇସ୍ପାତ, ଶକ୍ତି, ଖଣି ଓ ଭିତ୍ତିଭୂମି କ୍ଷେତ୍ରରେ ଭାରତ ଓ ବିଶ୍ୱର ଅନ୍ୟତମ କମ୍ପାନୀ ଜିନ୍ଦଲ ଷ୍ଟିଲ୍ ଆଣ୍ଡ ପାୱାର (JSP)କୁ ମିଳିଛି ଗ୍ରେଟ୍ ପ୍ଲେସ ଟୁ ୱାର୍କ ସାର୍ଟିଫିକେସନ୍ । ଏହା ୨୦୨୩ ଜୁଲାଇରୁ ୨୦୨୪ ଜୁଲାଇ ପର୍ଯ୍ୟନ୍ତ ବୈଧ ରହିବ ।

ଏହାକୁ ନେଇ ଜେଏସପି ଅଧ୍ୟକ୍ଷ ନବୀନ ଜିନ୍ଦଲ ଖୁସିବ୍ୟକ୍ତ କରିଛନ୍ତି । କହିଛନ୍ତି, ଜେଏସପି ପରିବାରର ପ୍ରତିଟି ସଦସ୍ୟଙ୍କ ଲାଗି ଆମର ଯାତ୍ରା ସୁଗମ ଓ ସ୍ମରଣୀୟ ହୋଇଛି । ଲୋକଙ୍କୁ ହୃଦୟରେ ରଖି ଜେଏସପି ପାଇଁ ଲମ୍ବା ଲକ୍ଷ୍ୟ ନେଇ କାମ କରିବା । ଆମେ କେବଳ ବ୍ୟବସାୟକୁ ଆଗକୁ ନେବା ନାହିଁ ବରଂ ଆମେମାନେ ମଧ୍ୟ ସଫଳତାର ନୂଆ ଶିଖର ଛୁଇଁବା ।

ଗ୍ରେଟ୍ ପ୍ଲେସ ଟୁ ୱାର୍କ ସାର୍ଟିଫିକେସନ୍ ପାଇବା ଜିନ୍ଦଲ ଷ୍ଟିଲ୍ ଆଣ୍ଡ ପାୱାର ପାଇଁ ଏକ ମାଇଲଖୁଣ୍ଟ ଅଟେ । ଯାହାକି ଆମ ପରିବାରର ପ୍ରତିଟି ସଦସ୍ୟଙ୍କୁ ଉତ୍ସାହିତ କରିବା ସହ ଆଗକୁ ବଢ଼ିବାକୁ ପ୍ରେରଣା ଯୋଗାଇବ ବୋଲି କହିଛନ୍ତି ନବୀନ ଜିନ୍ଦଲ । ସୂଚନାଯୋଗ୍ୟ, ବିଶ୍ୱରେ ଜେଏସପି ପ୍ରାୟ ୧୨ ବିଲିୟନ୍ ଡଲାର ବିନିଯୋଗ କରିଛି ।

Leave A Reply

Your email address will not be published.