Latest Odisha News

BREAKING NEWS

ଦିନିକିଆ ବିଶ୍ୱକପ: ୩୪ ଦିନରେ ଟିମ ଇଣ୍ଡିଆ ଯାତ୍ରା କରିବ ୧୦ ହଜାର କିଲୋମିଟର

ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପ କ୍ରିକେଟର ୨୦୨୩ ସଂସ୍କରଣ ଭାରତରେ ଆୟୋଜିତ ହେଉଛି । ପ୍ରଥମ ଥର ପାଇଁ ଭାରତ ଏକୁଟିଆ ଏହାକୁ ଆୟୋଜନ କରୁଛି । ଟିମ ଇଣ୍ଡିଆ ୯ଟି ଲିଗ ମ୍ୟାଚ ୯ଟି ଅଲଗା ଅଲଗା ସହରରେ ଖେଳିବ । ଅନ୍ୟ କୌଣସି ଟିମକୁ ଏତେ ମାତ୍ରାରେ ଅଲଗା ଅଲଗା ସହରରେ ମ୍ୟାଚ ଖେଳିବାକୁ ପଡିବ ନାହିଁ । ୩୪ ଦିନ ମଧ୍ୟରେ ଭାରତୀୟ ଟିମକୁ ୧୦ ହଜାର କିଲୋମିଟର ଯାତ୍ରା କରିବାକୁ ପଡିବ । ଅଳ୍ପ ଦିନ ବ୍ୟବଧାନରେ ଅଲଗା ଅଲଗା ସ୍ଥାନରେ ମ୍ୟାଚ ଖେଳାଯିବାକୁ ଥିବାରୁ ଏଥିରେ ବାରମ୍ବାର ରଣନୀତି ବଦଳାଇବାକୁ ପଡିବ । ଯାହା ଟିମ କମ୍ବିନେଶନ ବିଗାଡି ଦେଇପାରେ ।

ସେହିପରି ଅତ୍ୟଧିକ ଯାତ୍ରା ଖେଳାଳିମାନଙ୍କୁ କ୍ଲାନ୍ତ କରିଦେଇପାରେ ବୋଲି ଆଶଙ୍କା କରାଯାଉଛି । ଚେନ୍ନାଇରେ ଭାରତ ତାର ପ୍ରଥମ ମୁକାବିଲାରେ ୫ଥର ଚାମ୍ପିୟନ ଅଷ୍ଟ୍ରେଲିଆକୁ ଅକ୍ଟୋବର ୫ରେ ଭେଟିବ । ଏହା ପରେ ୧୧ରେ ଦିଲ୍ଲୀରେ ଆଫଗାନିସ୍ତାନକୁ ଭେଟିବ । ଏହି ପିଚରେ ଭାରତ ୨୧ରୁ ୧୩ ମ୍ୟାଚରେ ବିଜୟୀ ହୋଇଛି । ଏହା ପରେ ଅହମ୍ମଦାବାଦରେ ୧୫ରେ ଭାରତ-ପାକିସ୍ତାନ ମଧ୍ୟରେ ହାଇ ଭୋଲଟେଜ ମୁକାବିଲା ହେବ । ଭାରତ ଏଠାରେ ୨ଟି ବିଶ୍ୱକପ ମ୍ୟାଚ ଖେଳି ପରାଜିତ ହୋଇନି ।

୧୯ରେ ଭାରତ ପୁଣେରେ ପ୍ରଥମ ଥର ପାଇଁ ବିଶ୍ୱକପ ମ୍ୟାଚ ଖେଳିବ । ବାଂଲାଦେଶ ବିପକ୍ଷ ଏହି ମ୍ୟାଚରେ ଭାରତ ସପକ୍ଷରେ ରେକର୍ଡ ରହିଛି । ଏଠାରେ ଭାରତ ଓଭରାଲ ୭ରୁ ୪ ମ୍ୟାଚରେ ଜିତିଛି । ୨୨ରେ ଧର୍ମଶାଳାରେ ଟିମ ଇଣ୍ଡିଆ ନ୍ୟୁଜିଲାଣ୍ଡକୁ ଭେଟିବ । ଏହି ପିଚରେ ଭାରତର ବିଜୟ ପ୍ରତିଶତ ୫୦ ରହିଛି । ଲକ୍ଷ୍ନୌର ଇକାନା ଷ୍ଟାଡିୟମରେ ଭାରତ ୨୯ରେ ଚାମ୍ପିୟନ ଇଂଲଣ୍ଡକୁ ସାମ୍ନା କରିବ । ଏହି ପିଚରେ ଭାରତ ପ୍ରଥମ ବିଜୟ ଲକ୍ଷ୍ୟରେ ରହିବ ।

ମୁମ୍ବାଇର ୱାଙ୍ଖେଡରେ ଭାରତ କ୍ୱାଲିଫାୟର ୨କୁ ଭେଟିବ । ଏଠାରେ ଭାରତ ୨୦ ମ୍ୟାଚରୁ ୧୧ରେ ବିଜୟୀ ହୋଇଛି । ନଭେମ୍ବର ୫ରେ ଭାରତ ଶକ୍ତିଶାଳୀ ଦକ୍ଷିଣ ଆଫ୍ରିକାକୁ କୋଲକାତାରେ ଭେଟିବ । ଏହି ପିଚରେ ଭାରତ ୩୦ ବର୍ଷ ହେବ ଦକ୍ଷିଣ ଆଫ୍ରିକାକୁ ହରାଇ ପାରି ନାହିଁ । ବାଙ୍ଗାଲୋରରେ ୧୧କୁ ଭାରତ କ୍ୱାଲିଫାୟର ୧କୁ ଭେଟିବ । ଏଠାରେ ୨୧ରୁ ଭାରତ ୧୪ରେ ବିଜୟୀ ହୋଇଛି ।

 

Leave A Reply

Your email address will not be published.