Latest Odisha News

ଇସ୍ତଫା ଫେରାଇ ନେଲେ ଶରଦ ପାୱାର, ରହିବେ ଏନସିପି ଅଧ୍ୟକ୍ଷ

ମୁମ୍ବାଇ: ଶରଦ ପାୱାର ରହିବେ ଏନସିପି ଅଧ୍ୟକ୍ଷ । ୩ ଦିନ ପରେ ଫେରାଇ ନେଲେ ଇସ୍ତଫା । ଶୁକ୍ରବାର ମୁମ୍ବାଇରେ ଏକ ସାମ୍ବାଦିକ ସମ୍ମିଳନୀ କରି ଇସ୍ତଫା ଫେରାଇ ନେବେ ବୋଲି କହିଛନ୍ତି ଶରଦ ପାୱାର । ସାମ୍ବାଦିକ ସମ୍ମିଳନୀରେ ଶରଦଙ୍କ ସହ ଅନ୍ୟ ବରିଷ୍ଠ ନେତା ମଧ୍ୟ ଉପସ୍ଥିତ ଥିଲେ ।

ଶରଦ ପାୱାର କହିଛନ୍ତି, ପଦ ଛାଡ଼ିବା ପରେ ଦଳର ନେତା ଓ କାର୍ଯ୍ୟକର୍ତ୍ତା ମୋତେ ମୋ ନିଷ୍ପତ୍ତି ଉପରେ ଚିନ୍ତା କରିବାକୁ କହିଥିଲେ । ସେମାନେ ଚାହାଁନ୍ତି ମୁଁ ଅଧ୍ୟକ୍ଷ ରୁହେ । ସେମାନଙ୍କ ଆଗ୍ରହ ଓ ବିଶ୍ୱାସ ଯୋଗୁଁ ଭାବି ଚିନ୍ତି ନିଷ୍ପତ୍ତି ନେଲି । ମୁଁ ଆଜି ମୋ ଇସ୍ତଫା ପତ୍ର ଫେରାଇ ନେଉଛି । ମୁଁ ଦଳର ନେତା ଓ କାର୍ଯ୍ୟକର୍ତ୍ତାଙ୍କ ଭାବନାକୁ ସମ୍ମାନ ଜଣାଉଛି ।

ସେ ଆହୁରି କହିଛନ୍ତି, ମୋର ଇସ୍ତଫା ପରେ ଅନ୍ଯ ଦଳର ନେତା ଓ ବନ୍ଧୁ ମଧ୍ୟ ଏହା ଚାହୁଁଥିଲେ । ପୂରା ଦେଶବାସୀ ବିଶେଷକରି ମହାରାଷ୍ଟ୍ରର ଲୋକ ମୋତେ ମୋ ନିଷ୍ପତ୍ତି ବଦଳାଇବା ଲାଗି ବାଧ୍ୟ କରିଥିଲେ । ସମସ୍ତଙ୍କ ଭାବନାକୁ ସମ୍ମାନ ଦେଇ ଇସ୍ତଫା ଫେରାଇ ନେଇଛି ।

ମେ ୨ ତାରିଖରେ ଆତ୍ମଜୀବନୀ ପୁସ୍ତକ ଉନ୍ମୋଚନ ଅବସରରେ ଶରଦ ପାୱାର ଏନସିପି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ଘୋଷଣା କରିଥିଲେ । ଯାହାପରେ ଶରଦଙ୍କୁ ସମର୍ଥନ ସହ ଇସ୍ତଫାକୁ ବିରୋଧ କରିଥିଲେ ଦଳର କର୍ମକର୍ତ୍ତା ।

Leave A Reply

Your email address will not be published.