ନୂଆଦିଲ୍ଲୀ:ସୁପ୍ରିମକୋର୍ଟ ସୋମବାର ମଧ୍ୟପ୍ରଦେଶର ଭୋପାଳର ହାଇପ୍ରୋଫାଇଲ ତ୍ୱିଶା ଶର୍ମା ମୃତ୍ୟୁ ମାମଲାର ଶୁଣାଣି କରିଛନ୍ତି। ସୁପ୍ରିମକୋର୍ଟ ଏହି ହାଇପ୍ରୋଫାଇଲ ମାମଲାର ବିଚାର କରି ଏକ ପ୍ରମୁଖ ବୟାନ ଦେଇଛନ୍ତି। ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତ, ବିଚାରପତି ଜୟମାଲ୍ୟ ବାଗଚୀ ଏବଂ ବିଚାରପତି ଭି.ଏମ୍. ପାଞ୍ଚୋଲିଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରିଥିଲେ। ଶୁଣାଣି ସମୟରେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଥିଲେ, କହିଥିଲେ ଯେ ଜଣେ ଛାଡପତ୍ରପ୍ରାପ୍ତ ଝିଅ, ମୃତ ଝିଅ ଅପେକ୍ଷା ଢେର୍ ଗୁଣ ଭଲ। ଏହି ଗୋଟିଏ ଲାଇନ୍ ଏବେ ଇଣ୍ଟରନେଟରେ ଚହଳ ସୃଷ୍ଟି କରିଛି । ଝିଅର ପରିବାର ଠିକ୍ ସମୟରେ ସେମାନଙ୍କ ସାଥ୍ ଦେବା ଉଚିତ୍ ଏବଂ ତୁରନ୍ତ ପଦକ୍ଷେପ ନେଇ ସମସ୍ୟାର ସମାଧାନ କରିବା ଉଚିତ୍ ।
ତ୍ବିଶା ଶର୍ମା ମୃତ୍ୟୁ ମାମଲାର ସୁପ୍ରିମକୋର୍ଟ ଶୁଣାଣି ସମୟରେ ସିଜେଆଇ କହିଥିଲେ, “ଆମେ କିଛି କାର୍ଯ୍ୟ ଦ୍ୱାରା ଟିକେ କଷ୍ଟ ପାଉଛୁ। ଆମେ ଆମର ଗଣମାଧ୍ୟମ ବନ୍ଧୁମାନଙ୍କୁ ପୀଡିତାଙ୍କ ପରିବାର କିମ୍ବା ଅନ୍ୟ ପରିବାରରୁ ବୟାନ ନ ନେବାକୁ ଅନୁରୋଧ କରିବୁ। ମାମଲାକୁ ଆଇନ ଏବଂ ପ୍ରକ୍ରିୟା ଅନୁଯାୟୀ ଆଗକୁ ବଢ଼ିବାକୁ ଦିଅ। ଆମେ ବିଶ୍ୱାସ କରୁଛୁ ଯେ ପୀଡିତା ଏବଂ ଅଭିଯୁକ୍ତ ସହଯୋଗ କରିବେ। ଆମେ ସୂଚନା ପାଇଛୁ ଯେ ସିବିଆଇକୁ ତଦନ୍ତ ଦାୟିତ୍ୱ ଦିଆଯାଇଛି।”
ଶୁଣାଣୀ ସମୟରେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଥିଲେ, “ମୃତକଙ୍କ ବିଷୟରେ ବୟାନ ଦିଆଯାଇଥିଲା। ତାଙ୍କ ଶାଶୁ ତଦନ୍ତରେ ସହଯୋଗ କରିନଥିଲେ। ସେ ତାଙ୍କ ବୟାନ ରେକର୍ଡ କରିବାରେ ସହଯୋଗ କରିନଥିଲେ।” ସିଜେଆଇ ପ୍ରତିକ୍ରିୟା ଦେଇଥିଲେ, “ଆମେ ବିଶ୍ୱାସ କରୁ ଯେ ସିବିଆଇ ଦାୟିତ୍ୱପୂର୍ଣ୍ଣ ଭାବରେ ତଦନ୍ତ କରିବ।” ଏହି ସମୟରେ, ଅଭିଯୁକ୍ତ ଗିରିବାଲା ସିଂହଙ୍କ ପ୍ରତିନିଧିତ୍ୱ କରୁଥିବା ଓକିଲ କହିଥିଲେ, “ଏହା ଭୁଲ। ଏଠାରେ ଏପରି ବିଷୟ ଆଲୋଚନା କରାଯିବା ଉଚିତ ନୁହେଁ। ସେ ତାଙ୍କର ବୟାନ ରେକର୍ଡ କରିଛନ୍ତି।” ସେତେବେଳେ ସିଜେଆଇ କହିଥିଲେ, “ଆମେ ସମସ୍ତ ପକ୍ଷଙ୍କୁ ଏପରି ମନ ଇଚ୍ଛା ବୟାନ ନ ଦେବାକୁ ଅନୁରୋଧ କରୁଛୁ।” ପୀଡିତାଙ୍କ ପରିବାରର ପ୍ରତିନିଧିତ୍ୱ କରୁଥିବା ଓକିଲ ସିଦ୍ଧାର୍ଥ ଲୁଥ୍ରା କହିଛନ୍ତି, “ପ୍ରାରମ୍ଭରେ ପ୍ରମାଣ କ୍ଷତିଗ୍ରସ୍ତ ହୋଇଥିଲା।” ସିଜେଆଇ ଆହୁରି ମଧ୍ୟ କହିଛନ୍ତି, “ଆମେ କୌଣସି ବିଷୟରେ ମନ୍ତବ୍ୟ ଦେବୁ ନାହିଁ। ସିବିଆଇ ତଦନ୍ତ କରିବାକୁ ସକ୍ଷମ।”
କୋର୍ଟ କହିଛନ୍ତି ଯେ, ଟ୍ଵିଷାଙ୍କ ମୃତ୍ୟୁ ଆତ୍ମହତ୍ୟାଜନିତ ହେଉ କିମ୍ଵା ଅପ୍ରାକୃତିକ, ତାହାର ତଦନ୍ତ ନିରପେକ୍ଷ ହେବା ଜରୁରୀ। ଗିରିବାଳା ଜଣେ ଅବସରପ୍ରାପ୍ତ ଜଜ ହୋଇଥିବାରୁ ତଦନ୍ତ ପ୍ରଭାବିତ ହେଉନଥିବା ସାଧାରଣ ଲୋକ ଭାବୁଛନ୍ତି। ତେଣୁ ଏହି ମାମଲାରେ ସିବିଆଇକୁ ତଦନ୍ତ ଦାୟିତ୍ଵ ଦେବା ପ୍ରଶଂସନୀୟ। ଏହାଦ୍ଵାରା ବିନା କୌଣସି ବାଧାବିଘ୍ନରେ ତଦନ୍ତ ଆଗକୁ ବଢିବ। ତେବେ ତ୍ବିଶାଙ୍କ ଶାଶୁ ଗିରିବାଳା ଗଣମାଧ୍ୟମରେ ତାଙ୍କ ମୃତ ବୋହୂଙ୍କ ଚରିତ୍ର ସଂହାରକୁ ନେଇ କୋର୍ଟ କ୍ଷୋଭ ପ୍ରକାଶ କରିଛନ୍ତି। ସିଜେଆଇ କହିଛନ୍ତି ଯେ, ଏବେ ଗଣମାଧ୍ୟମ ଏବଂ ଜନସାଧାରଣଙ୍କ ମଧ୍ୟରେ ଚାଲିଥିବା କଳ୍ପନାଜଳ୍ପନାକୁ ପ୍ରୋତ୍ସାହିତ କରିବା ଉଚିତ୍ ନୁହେଁ। ତେଣୁ ଉଭୟ ଅଭିଯୁକ୍ତ ଏବଂ ପୀଡ଼ିତ ପରିବାରକୁ ଗଣମାଧ୍ୟମରେ କିମ୍ଵା ସାର୍ବଜନୀନ ମଞ୍ଚରେ ବୟାନ ନଦେବାକୁ କୋର୍ଟ ଅପିଲ୍ କରିଛନ୍ତି।