Latest Odisha News

BREAKING NEWS

ମହାପାତ୍ର ସବିତା ହୋତାଙ୍କ ୨ଟି ପୁସ୍ତକ ରାଜ୍ୟପାଳଙ୍କ ଦ୍ବାରା ଉନ୍ମୋଚିତ

ଭୁବନେଶ୍ବର : କବୀ ମହାପାତ୍ର ସବିତା ହୋତାଙ୍କ ଦୁଇଟି କବିତା ପୁସ୍ତକ, ପଦରବିନ୍ଦରେ ଏବଂ ଆଦ୍ୟା, ରାଜ ଭବନ ପରିସରରେ ମହାମହିମ ରାଜ୍ୟପାଳ ଗଣେଶୀ ଲାଲଙ୍କ ଦ୍ବାରା ଉନ୍ମୋଚିତ । ଏହି ଅବସରରେ କବୀ ଶ୍ରୀମତୀ ହୋତାଙ୍କ ସହିତ, ଜେଏସପିର ପ୍ରେସିଡେଣ୍ଟ ତଥା ଗ୍ରୁପ ସିଏସଆର ମୁଖ୍ୟ ପ୍ରଶାନ୍ତ କୁମାର ହୋତା, ସମାଜସେବୀ ପାଟ୍ଟଜୋଶୀ ତରୁଣ କୁମାର ମହାପାତ୍ର, ଆକାଶ ହୋତା ଏବଂ ନିଳୟ ଆଧାର ହୋତା ପ୍ରମୁଖ ଉପସ୍ଥିତ ଥିଲେ ।

ସାଗରିକା ପ୍ରକାଶନୀ ଦ୍ବାରା ପ୍ରକାଶିତ ଉଭୟ ପୁସ୍ତକରେ ୨୫ଟି ଲେଖାଏ କବିତା ରହିଛି । ଆଦ୍ୟା କବିତା ପୁସ୍ତକ ମାଧ୍ୟମରେ ନାରୀ ସଶକ୍ତିକରଣ ପ୍ରସଙ୍ଗକୁ ରୂପାୟନ କରାଯାଇଥିବା ଏବଂ ‘ପଦାରବିନ୍ଦରେ’ ଏକ ଭକ୍ତି ଅର୍ଘ୍ୟ ସଙ୍କଳନ। ଉଭୟ କବିତା ସଙ୍କଳନ ପାଠକୀୟ ଆଦୃତି ପାଇବା ସହ କବୀଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିବା ବୋଲି ପ୍ରକାଶକ ମତବ୍ୟକ୍ତ କରିଥିଲେ ।

Leave A Reply

Your email address will not be published.