Latest Odisha News

ଫକୀର ମୋହନ ନାହାକଙ୍କ ରଚିତ ଦୁଇଟି ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର : ବିଶିଷ୍ଟ ଲେଖକ ଫକୀର ମୋହନ ନାହାକଙ୍କ ଦୁଇଟି ପୁସ୍ତକ ହେଲଥ କମ୍ୟୁନିକେସନ ଓ ଗାଁ କଥା ସ୍ଥାନୀୟ କିଟ୍ ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ ତିନି ଦିନିଆ ନ୍ୟାସନାଲ ମିଡିଆ କନକ୍ଳେଭର ଉଦ୍ଘାଟନୀ ସମାରୋହ ଅବସରରେ ଛତିଶଗଡ଼ର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ, ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ, ତାମିଲନାଡୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ବି. ପି. ସଞ୍ଜୟ ଏବଂ ନ୍ୟାସନାଲ ମିଡିଆ କନକ୍ଲେଭର ଅଧ୍ୟକ୍ଷ ପ୍ରଫେସର ଉପେନ୍ଦ୍ର ପାଢ଼ୀଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି ।

ସଂପ୍ରତି ରାଜସ୍ଥାନର ମଣିପାଲ ୟୁନିଭରସିଟି ଜୟପୁରରେ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ବିଭାଗୀୟ ମୁଖ୍ୟ ଭାବେ କାର୍ଯ୍ୟରତ ଶ୍ରୀ ନାହାକ ଏବଂ ଚଣ୍ଡୀଗଡ଼ ବିଶ୍ୱବିଦ୍ୟାଳୟର କମଲଜିତ୍ କୌରଙ୍କ ମିଳିତ ଭାବରେ ରଚିତ ହେଲଥ କମ୍ୟୁନିକେସନ ପୁସ୍ତକଟି ନୂଆଦିଲ୍ଲୀ ସ୍ଥିତ ଜଗରନଟ୍ ପବ୍ଲେକସନ୍ ଦ୍ୱାରା ପ୍ରକାଶିତ ହୋଇଛି । ସେହିଭଳି ଗାଁ ସମ୍ପର୍କୀୟ ବିଭିନ୍ନ ଅଙ୍ଗେନିଭା କଥାର ଏକ ସଙ୍କଳନ ହେଉଛି “ଗାଁ କଥା” ଭୁବନେଶ୍ୱରର ପଶ୍ଚିମା ପବ୍ଲିକେସନରେ ପ୍ରକାଶିତ ହୋଇଛି ।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଗାଁ କଥା ଶୀର୍ଷକରେ ଓଡ଼ିଶା ସମ୍ବାଦରେ ଧାରାବାହିକ ଭାବରେ ପ୍ରକାଶିତ ହୋଇଥିବା ଏହି ସ୍ତମ୍ଭ ସବୁ ପାଠକ ମାନଙ୍କ ଦ୍ୱାରା ବହୁଳ ଭାବରେ ଆଦୃତ ହୋଇଥିଲା।

Leave A Reply

Your email address will not be published.