Latest Odisha News

BREAKING NEWS

‘ରାହୁଲୟାନ ନା ଲଞ୍ଚ ହୋଇପାରିଛି ନା ହିଁ ଅବତରଣ’

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଚିଛି । ଏପ୍ରିଲ୍ ୧୯ ରେ ଦେଶର ୨୧ ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ପ୍ରଥମ ପର୍ଯ୍ୟାୟ ଭୋଟ୍ ଅନୁଷ୍ଠିତ ହେବ । ଏହି ସମୟରେ ରାଜନୈତିକ ଦଳର ନେତାମାନେ ମଧ୍ୟ ପରସ୍ପରକୁ କାଦୁଅ ଫିଙ୍ଗିବାରେ ଲାଗିଛନ୍ତି । ବର୍ତ୍ତମାନ ବିଜେପିର ବରିଷ୍ଠ ନେତା ତଥା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ଏକ ବଡ଼ କଟାକ୍ଷ କରିଛନ୍ତି ।

ରାଜନାଥ ସିଂ ରାହୁଲଙ୍କୁ କଟାକ୍ଷ କରି କହିଛନ୍ତି ଯେ, ୨୦୧୯ ରେ ଆମେଠୀ ଲୋକସଭା ଆସନରୁ ପରାଜିତ ହେବା ପରେ ରାହୁଲ ଗାନ୍ଧୀଙ୍କର ସେଠାରୁ ନିର୍ବାଚନ ଲଢିବାକୁ ସାହସ ହନାହିଁ । ପରାଜୟ ପରେ ସେ ଉତ୍ତରପ୍ରଦେଶରୁ କେରଳକୁ ପଳାୟନ କରିଛନ୍ତି ବୋଲି ରାଜନାଥ ସିଂ କହିଛନ୍ତି ।

ରାଜନାଥ ରାହୁଲ ଗାନ୍ଧୀଙ୍କୁ ରାହୁଲୟାନ ବୋଲି କହିଛନ୍ତି । ରାଜନାଥ ସିଂ କହିଛନ୍ତି ଯେ, ଦେଶରେ ବିଭିନ୍ନ ମହାକାଶ କାର୍ଯ୍ୟକ୍ରମ ଏବଂ ପ୍ରକଳ୍ପ ଆରମ୍ଭ କରାଯାଉଛି, କିନ୍ତୁ କଂଗ୍ରେସର ଯୁବ ନେତା ଗତ ୨୦ ବର୍ଷ ମଧ୍ୟରେ ଲଞ୍ଚ ହୋଇପାରିନାହାନ୍ତି । କଂଗ୍ରେସ ଦଳର ରାହୁଲୟାନ ଆରମ୍ଭ ହୋଇପାରିବ ନାହିଁ କିମ୍ବା ଏହା କୌଣସି ସ୍ଥାନରେ ଅବତରଣ ମଧ୍ୟ କରିପାରିବ ନାହିଁ ।

Leave A Reply

Your email address will not be published.