Latest Odisha News

BREAKING NEWS

ମେ’ ୨୬ରେ ହେବନି ୟୁପିଏସସି ପ୍ରିଲିମନାରୀ ପରୀକ୍ଷା

ନୂଆଦିଲ୍ଲୀ: ଘୁଞ୍ଚିଲା ୟୁପିଏସସି ସିଭିଲ୍ ସର୍ଭିସ୍ ପରୀକ୍ଷା । ମେ ୨୬ରେ ହେବାକୁ ଥିବା ପ୍ରିଲିମନାରୀ ଟେଷ୍ଟ କୁ ଜୁନ୍ ୧୬ ତାରିଖକୁ ଘୁଞ୍ଚାଇ ଦିଆଯାଇଛି । ଏନେଇ ୟୁନିଅନ ପବ୍ଲିକ ସର୍ଭିସ କମିଶନ ସୂଚନା ଦେଇଛି ।

ସୂଚନା ମୁତାବକ, ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ୟୁପିଏସସି ସିଭିଲ୍ ସର୍ଭିସ୍ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ମେ ୨୬ରେ ହେବାକୁ ଥିବା ପରୀକ୍ଷାସୂଚିକୁ ବଦଳା ଯାଇଛି । ନିର୍ବାଚନ ସରିବା ପରେ ପରୀକ୍ଷା ତାରିଖ ଘୋଷଣା କରିବେ ଆୟୋଗ।

ୟୁପିଏସସି ବିଜ୍ଞପ୍ତିରେ ଦର୍ଶାଯାଇଛି ଯେ, ଚଳିତ ବର୍ଷର ପରୀକ୍ଷା ମାଧ୍ୟମରେ ପ୍ରାୟ ୧,୦୫୫ଟି ପଦବୀ ପୂରଣ ହେବ । ୟୁପିଏସସି ଦ୍ୱାରା ପ୍ରତିବର୍ଷ ଆୟୋଜିତ ସିଭିଲ୍ ସର୍ଭିସ୍ ପରୀକ୍ଷା ତିନୋଟି ପର୍ଯ୍ୟାୟ ପ୍ରାଥମିକ, ମୁଖ୍ୟ ଏବଂ ସାକ୍ଷାତକାର ମାଧ୍ୟମରେ କରାଯାଏ ।

ଏହି ପରୀକ୍ଷା ଅଧୀନୟରେ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍), ଭାରତୀୟ ବୈଦେଶିକ ସେବା (ଆଇଏଫଏସ୍) ଏବଂ ଭାରତୀୟ ପୁଲିସ ସେବା (ଆଇପିଏସ୍) ପଦବୀ ପାଇଁ ଅଧିକାରୀ ଚୟନ କରାଯାଏ ।

ତେବେ ଚଳିତବର୍ଷ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ପରୀକ୍ଷାକୁ ଜୁନ୍ ୧୬ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି ।

Leave A Reply

Your email address will not be published.