Latest Odisha News

ଖୋର୍ଦ୍ଧା: ରାଜନୈତିକ ଶତ୍ରୁତାରୁ ଗୁଳିକାଣ୍ଡ, ୨ ଗୁରୁତର ଆହତ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ କନ୍ତଳାବାଇ ଗ୍ରାମରେ ଗୁଳିକାଣ୍ଡ ଘଟି ୨ଜଣ ବ୍ୟକ୍ତି ଗୁରୁତର ଭାବେ ଆହତ ହୋଇଛନ୍ତି । ରାଜନୈତିକ ଶତ୍ରୁତାକୁ କେନ୍ଦ୍ରକରି ଏହା ପ୍ରାକ୍ ନିର୍ବାଚନୀ ହିଂସା ବୋଲି ସନ୍ଦେହ ଉପୁଜିଛି ।

ପୋଲିସ ସୂତ୍ରରୁ ସୂଚନା ମିଳିଛି, ଶିବପ୍ରସାଦ ପରିଡ଼ା ଓ ନଳିନୀ ପରିଡ଼ା ନାମକ ୨ଜଣ ବ୍ୟକ୍ତିଙ୍କର କିଛି ଯୁବକଙ୍କ ସହିତ ବଚସା ହୋଇଥିବା ବେଳେ ଗୁଳିଚାଳନା ହୋଇଥିଲା । ଏଥିରେ ଦୁଇଜଣ ବ୍ୟକ୍ତି ଗୁରୁତର ଭାବେ ଆହତ ହୋଇଛନ୍ତି ।

ଆହତ ଅବସ୍ଥାରେ ଏହି ୨ଜଣ ବ୍ୟକ୍ତିଙ୍କୁ ଗ୍ରାମବାସୀମାନେ ଉଦ୍ଧାର କରିବା ସହିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ତେବେ ସେମାନଙ୍କର ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଭୁବନେଶ୍ୱରକୁ ଚିକିତ୍ସା ନିମନ୍ତେ ଅଣାଯାଇଛି ।

ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଥିବାରୁ କୌଣସି ଅପ୍ରୀତିକର ସ୍ଥିତି ନହେବାକୁ ଦୃଷ୍ଟିରେ ରଖି ଗ୍ରାମ ମଧ୍ୟରେ ଆବଶ୍ୟକୀୟ ପୋଲିସ ମୂତୟନ ହୋଇଛନ୍ତି । ପୋଲିସ ଘଟଣାସ୍ଥଳରେ ଛାନଭିନ୍ନ କରିବା ସହିତ ଏହି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।

Leave A Reply

Your email address will not be published.