Latest Odisha News

BREAKING NEWS

କାଲିଠୁ ଦୁଇ ଦିନ ସଟଡାଉନ୍ ରହିବ ଭବାନୀପାଟଣା ମ୍ୟୁନିସିପାଲିଟି ଅଞ୍ଚଳ

ଭବାନୀପାଟଣା: ଆସନ୍ତାକାଲିଠୁ ଦୁଇ ଦିନ ସଟଡାଉନ୍ ରହିବ ଭବାନୀପାଟଣା ପୌରାଞ୍ଚଳ । ୨୫ ଓ ୨୬ ତାରିଖ ଦୁଇ ଦିନ ଲାଗୁ ହେବ ସଟଡାଉନ୍ । କରୋନା ପାଇଁ ପ୍ରଶାସନ ପକ୍ଷରୁ ଦୁଇ ଦିନ ଡୋର୍ ଟୁ ଡୋର୍ ସର୍ଭେ କାମ ଚାଲିବ । ଲୋକଙ୍କ ଯାଆସ ଉପରେ କଟକଣା ଜାରି ହେବ କଟକଣା

ଘରକୁ ଘର ବୁଲି ସ୍ୱାସ୍ଥ୍ୟକର୍ମୀ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବେ । ଏହି କାର୍ଯ୍ୟରେ ନିୟୋଜିତ ହେବେ ୨୨ ଜଣ ବରିଷ୍ଠ ଅଧିକାରୀ । ଏହି ଦୁଇ ଦିନ ଘରେ ରହିବା ପାଇଁ ଭବାନୀପାଟଣା ସହରବାସୀଙ୍କୁ ନିବେଦନ କରିଛି ଜିଲ୍ଲା ପ୍ରଶାସନ । ଜନସାଧାରଣଙ୍କ ସହଯୋଗ ଲୋଡ଼ିବା ସହ ଲକ୍ଷଣ ଥିଲେ ନ ଲୁଚାଇବା ପାଇଁ କୁହାଯାଇଛି ।

ବର୍ତ୍ତମାନ କଳାହାଣ୍ଡି ଜିଲ୍ଲାରୁ ମୋଟ୍ ୧୧୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୮୨ ଜଣ ସୁସ୍ଥ ହୋଇଥିବା ବେଳେ ଆକ୍ଟିଭ୍ କେସ୍ ରହିଛି ୨୮ଟି ।

Leave A Reply

Your email address will not be published.