Latest Odisha News

ବାହାଘରକୁ ୫ ମାସ ବିତିନି, ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ

ଭୁବନେଶ୍ୱର: ସ୍ତ୍ରୀ ହନ୍ତା ସ୍ୱାମୀ । ବାହାଘରକୁ ୫ ମାସ ପୂରିନି । ନିଜ ପତ୍ନୀଙ୍କୁ ନିର୍ମମ ଭାବରେ ହତ୍ୟା କରିଛି ଜଣେ ପତି । ଏଭଳି ନୃଶଂସ ହତ୍ୟାକାଣ୍ଡ ଘଟିଛି ଭୁବନେଶ୍ୱର ଏୟାର ଫିଲ୍ଡ ଥାନା ଅନ୍ତର୍ଗତ କାର୍ଗିଲ ବସ୍ତିରେ । ଘର ଭିତରୁ ଉଦ୍ଧାର ହୋଇଛି ମହିଳାଙ୍କ ରକ୍ତ ଜୁଡୁବୁଡୁ ମୃତଦେହ । ଘଟଣାସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ କରିଛନ୍ତି ।

ହତ୍ୟାକାରୀ ସ୍ୱାମୀ ମୂରଲୀଧର ବେହେରାକୁ ଗିରଫ କରିଛି ଏୟାର ଫିଲ୍ଡ ଥାନା ପୋଲିସ । ତାକୁ ପଚରାଉଚରା ଜାରି ରହିଛି । ହତ୍ୟାକାଣ୍ଡର ପ୍ରକୃତ କରାଣ ଅସ୍ପଷ୍ଟ ରହିଛି । ପ୍ରାଥମିକ ତଦନ୍ତରୁ ପୋଲିସ ଅନୁମାନ କରୁଛି, ପାରିବାରିକ କଳହରୁ ଏହି ହତ୍ୟାକାଣ୍ଡ ହୋଇଥାଇପାରେ ।

ଗତ ଫେବ୍ରୁଆରୀ ମାସରେ ମୂରଲୀଧରଙ୍କର ବିବାହ ହୋଇଥିଲା । ସାତ ଜନ୍ମର ସାଥି କରିବାକୁ କଥା ଦେଇଥିବା ସ୍ୱାମୀ ମାତ ପାଞ୍ଚଟାରେ ସ୍ତ୍ରୀଙ୍କୁ ହତ୍ୟା କଲା । ମୂଲରୀଧରଙ୍କ ପତ୍ନୀ ଏବେ ତିନି ମାସର ଗର୍ଭବତୀ ଥିବା ସୂଚନା ମିଳିଛି । ତେବେ ହତ୍ୟାକାଣ୍ଡ ପଛରେ ପାରିବାରିକ କଳହ ନା ଆଉ କିଛି କାରଣ ତଦନ୍ତ ପରେ ସ୍ପଷ୍ଟ ହେବ ।

Leave A Reply

Your email address will not be published.