Latest Odisha News

BREAKING NEWS

ଅଗଷ୍ଟ ୩୧ ପର୍ଯ୍ୟନ୍ତ ଦିଆଯିବ ଦ୍ୱିତୀୟ ପର୍ଯ୍ୟାୟ ମଧ୍ୟାନ୍ନ ଭୋଜନ

ଭୁବନେଶ୍ୱର: ସରକାରୀ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ଅଗଷ୍ଟ ୩୧ ପର୍ଯ୍ୟନ୍ତ ମଧ୍ୟାହ୍ନଭୋଜନ ବଣ୍ଟନ କରାଯିବ । ଏନେଇ ନିଷ୍ପତ୍ତି ନେଇଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ଦ୍ୱିତୀୟ ପର୍ଯ୍ୟାୟରେ ଜୁନ୍ ୧୪ ତାରିଖରୁ ପିଛିଲା ଭାବେ ମଧ୍ୟାହ୍ନଭୋଜନ ଚାଉଳ ଓ ରୋଷେଇ ସାମଗ୍ରୀ ଅର୍ଥ ବଣ୍ଟନ କରାଯିବ ।

ଜୁନ୍ ୧୪ରୁ ଅଗଷ୍ଟ ୩୧ ପର‌୍ୟ୍ୟନ୍ତ ୫୭ ଦିନର ମଧ୍ୟାହ୍ନଭୋଜନ ଚାଉଳ ପ୍ରଧାନ ଶିକ୍ଷକଙ୍କ ଉପସ୍ଥିତିରେ ସ୍କୁଲ ପଏଣ୍ଟରେ ବଣ୍ଟନ କରାଯିବ ।  ଏତିକିବେଳେ ଉପସ୍ଥିତ ରହିବେ ସ୍କୁଲ ପରିଚାଳନା କମିଟି ସଦସ୍ୟ।

ମାର୍ଚ୍ଚ ୧୭ ରୁ ଜୁନ ୧୩ ତାରିଖ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ବାବଦ ମଧ୍ୟାହ୍ନ ଭୋଜନ ଚାଉଳ ଓ ଅର୍ଥ ବଣ୍ଟନ କରାଯାଇଥିଲା । କୋଭିଡ଼ ନିୟମାବଳୀ ପାଳନ ସହ ଏହାକୁ ବଣ୍ଟନ କରିବା ପାଇଁ ରାଜ୍ୟ ନୋଡାଲ ଅଧିକାରୀଙ୍କୁ ଚିଠି ଲେଖିଛି ଗଣଶିକ୍ଷା ବିଭାଗ ।

Leave A Reply

Your email address will not be published.