Latest Odisha News

BREAKING NEWS

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୨ ମୃତ, ଜଣେ ଗୁରୁତର

କଳାହାଣ୍ଡି: ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ୨ ଜଣଙ୍କ ର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ଗୁରୁତର ଅଛନ୍ତି । ଏଭଳି ଦୁଃଖଦ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଦାନିକାପେଲ ଗାଁରେ । ମୃତକ ଦୁଇ ଜଣ ମହିଳା ହୋଇଥିବା ବେଳେ ସେମାନଙ୍କ ନାମ ଡଙ୍ଗେ ମାଝୀ ଏବଂ ଟିଙ୍ଗୁ ମାଝୀ ବୋଲି ଜଣାପଡିଛି ।

ଖବର ମୁତାବକ, ରାସ୍ତା ଉପରେ ଛିଡି ପଡ଼ିଥିଲା ବିଦ୍ୟୁତ୍‌ ତାର । ଜାଣିନପାରି ଉକ୍ତ ରାସ୍ତା ଦେଇ ଯାଉଥିବାବେଳେ, ୩ ଜଣ ଏହି ତାର ସଂସ୍ପର୍ଶରେ ଆସି ଯାଇଥିଲେ । ଏହାପରେ ତିନି ଜଣ ଅଚେତ ହୋଇଯାଇଥିଲେ । ଏହାପରେ ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ବିଶ୍ୱନାଥପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ଦୁଇ ଜଣଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ।

ସେମାନଙ୍କ ମଧ୍ୟରୁ ଡଙ୍ଗେ ମାଝୀ ଏବଂ ଟିଙ୍ଗୁ ମାଝୀଙ୍କ ମୃତ୍ୟୁ ହୋଇଥିବା ବେଳେ ଡଙ୍ଗେ ମାଝୀଙ୍କୁ ବିଶ୍ୱନାଥପୁର ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।

Leave A Reply

Your email address will not be published.