Latest Odisha News

BREAKING NEWS

ବିଧାୟକଙ୍କ ସ୍ନାନ ମଣ୍ଡପରେ ଚଢିବା ଘଟଣା: ନିଲମ୍ବିତ ହେଲେ ୨ ସେବାୟତ

ପୁରୀ : ଜୁନ୍ ୧୭ରେ ଅନୁଷ୍ଠିତ ହୋଇଥିବା ମହାପ୍ରଭୁଙ୍କ ସ୍ନାନ ପୂର୍ଣ୍ଣିମା ଅବସରରେ ନିୟମର ଉଲଙ୍ଘନ କରିବା ଅଭିଯୋଗରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (ଏସଜିଟିଏ) ସୋମବାର ଦିନ ୨ ସେବାୟତଙ୍କୁ ନିଲମ୍ବିତ କରିଛନ୍ତି ।

ନିଲମ୍ବିତ ହୋଇଥିବା ୨ ସେବାୟତଙ୍କ ମଧ୍ୟରେ ସୋମନାଥ ଖୁଣ୍ଟିଆ ଓ ରାଜାରାମ ଖୁଣ୍ଟିଆ ରହିଛନ୍ତି । ଆହୁରି ମଧ୍ୟ ମନ୍ଦିରରେ କୌଣସି ପ୍ରକାରର ସେବା ପ୍ରଦାନରୁ ସେମାନଙ୍କୁ ବଞ୍ଚିତ କରାଯାଇଥିବା ଜଣାପଡିଛି ।

ଅପରପକ୍ଷରେ ସିସିଟିଭି ଫୁଟେଜ୍ ଆଧାରରେ ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଥିବା ନେଇ ପ୍ରଶାସନ ପକ୍ଷରୁ ଜାରି ବିଜ୍ଞପ୍ତିରେ ପ୍ରକାଶ କରାଯାଇଛି । ଯେଉଁଥିରେକି, ସ୍ଥାନୀୟ ବିଧାୟକ ଜୟନ୍ତ ଷଡଙ୍ଗୀ ସକାଳ ପ୍ରାୟ ୧୧ଟା ବେଳେ ସ୍ନାନ ମଣ୍ଡପରେ ଚଢିଥିବାର ଦୃଶ୍ୟ ରହିଛି ।

ଏହାପୂର୍ବରୁ ସ୍ନାନମଣ୍ଡପ ଉପରକୁ ବିଧାୟକ ଚଢିବା ଘଟଣାରେ ଏସଜିଟିଏ କିଛି ସେବାୟତଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲା ।

ମନ୍ଦିର ପ୍ରଶାସନ ପକ୍ଷରୁ ଜାରି ନୋଟିସକୁ ବିଧାୟକ ଏକ ଫାଲତୁ କଥା କହିବା ସହ ସେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, “ସ୍ନାନ ମଣ୍ଡପର ସିଡି ପାଖରେ ଶ୍ରୀଜିଉଙ୍କୁ ମୁଣ୍ଡିଆ ମାରିଥିଲି । ମୁଁ ଭଗବାନଙ୍କୁ ଛୁଇଁନି । ଯଦି ସ୍ନାନ ବେଦୀକୁ ଯିବା ମନା, ତା’ହେଲେ ମନ୍ଦିର ପ୍ରଶାସନ ଓ ସେବାୟତମାନେ ମୋତେ ବାରଣ କରିପାରିଥାନ୍ତେ । ସେଠାରେ ମନ୍ଦିର ପ୍ରଶାସନର ଅଧିକାରୀ ଓ ପୋଲିସ ମଧ୍ୟ ଉପସ୍ଥିତ ଥିଲେ । ଏନେଇ ଆମକୁ କେହିବି ଅବଗତ କରାଇନଥିଲେ । ଆମ ପାଖରେ କୌଣସି ସୂଚନାନଥିଲା ତ ଆମେ କେମିତି ଜାଣିଥାନ୍ତୁ । ଆମେ କ’ଣ ଭଗବାନ”?

ସେ ଖୁବଶୀଘ୍ର ଏହି କାରଣ ଦର୍ଶାଅ ନୋଟିସର ଜବାବ ଦେବେ ବୋଲି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ।

Leave A Reply

Your email address will not be published.