Latest Odisha News

BREAKING NEWS

ଆସାମରେ ଜାରି ରହିଛି ବନ୍ୟା ସ୍ଥିତି, ଗଲାଣି ୩୦ ଜଣକ ଜୀବନ

ଆସାମ  : ଗତ କିଛି ଦିନ ଧରି ଆସାମରେ ଭୟଙ୍କର ବନ୍ୟା ପରିସ୍ଥିତି ଲାଗି ରହିଛି । ଲକ୍ଷ ଲକ୍ଷ ଲୋକ ବନ୍ୟାଯୋଗୁଁ ପ୍ରଭାବିତ ହୋଇଛନ୍ତି । ଗୁରୁବାର ଆଉ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ସରକାରୀ ଆକଳନ ଅନୂଯାୟୀ ୫.୬୧ ଲକ୍ଷ ଲୋକ ଏବେବି ବନ୍ୟା ପରିସ୍ଥିତି ର ସାମ୍ନା କରୁଛନ୍ତି । ବର୍ତ୍ତମାନ ସୁଦ୍ଧା ୩୦ ଜଣକ ମୃତ୍ୟୁ ହେଲାଣି ।

କଛାର, ଦୀମା, ହସାଓ, ହେଲାକାଣ୍ଡି, ହୋଜଇ, କାର୍ବୀ ଆଙ୍ଗଲୋଙ୍ଗ ପଶ୍ଚିମ, ମୋରୀଗାଓଁ ଏବଂ ନଙ୍ଗାବ ଜିଲ୍ଲାର ୫ ଲକ୍ଷ ୬୧ ହଜାର ୧୦୦ ଲୋକ ବନ୍ୟାରେ ପ୍ରଭାବିତ ହୋଇଛନ୍ତି ।  ରିପୋର୍ଟ ଅନୂଯାୟୀ ସବୁଠୁ ଅଧିକ ନଙ୍ଗାବ ଜିଲ୍ଲାର ୩.୬୮ ଲକ୍ଷ ଲୋକ ବନ୍ୟା ସମସ୍ୟାରେ ଫସିରହିଛନ୍ତି । ଏହାପରେ କଛାର ଜିଲ୍ଲାରେ ପ୍ରାୟ ୧.୫ ଲକ୍ଷ ଏବଂ ମୋରୀଗାଓଁରେ ୪୧ ହଜାରରୁ ଅଧିକ ଲୋକ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି ।

ବର୍ତ୍ତମାନ ୯୫୬ ଗାଁ ଜଳମଗ୍ନ ହୋଇଛି । ଆସାମରେ ୪୭,୧୩୯.୧୨ ହେକ୍ଟର ଫସଲ ନଷ୍ଟ ହୋଇଛି । ଅଧିକାରୀ ୬ ଜିଲ୍ଲାରେ ୩୬୫ ରିଲିଫ୍ କ୍ୟାମ୍ପ କରାଯାଇଛି । ଯେଉଁଠାରେ ୧୩,୯୮୮ ଶିଶୁଙ୍କ ସହ ୬୬,୮୩୬ ଲୋକ ଆଶ୍ରୟ ନେଇଛନ୍ତି ।

Leave A Reply

Your email address will not be published.