Latest Odisha News

BREAKING NEWS

ଆଜିଠୁ ବିଧାନସଭାର ଶୀତକାଳୀନ ଅଧିବେଶନ, ଉପବାଚସ୍ପତି ଭାବେ ସାଲୁଗା ପ୍ରଧାନ ନିର୍ବାଚିତ

ଭୁବନେଶ୍ଵର: ଆଜିଠାରୁ ଆରମ୍ଭ ହେବ ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ । ଏହା ପୂର୍ବରୁ ବିଧାନସଭାର ଉପବାଚସ୍ପତି ଭାବେ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି ସାଲୁଗା ପ୍ରଧାନ । ଏନେଇ ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି ବାଚସ୍ପତି ପ୍ରମିଳା ମଲ୍ଲିକ । ଚଳିତ ମାସ ୪ ତାରିଖରେ ସାଲୁଗାଙ୍କୁ କନ୍ଧମାଳ ଜିଲ୍ଲା ବିଜେଡି ସଭାପତି ଭାବେ ନିଯୁକ୍ତ କରାଯାଇଥିଲା । ଏବେ ପୁଣି ସେ ଉପବାଚସ୍ପତି ଭାବେ ନିଯୁକ୍ତ ହୋଇଛନ୍ତି ।

BjdElectrycity

ପୂର୍ବତନ ଉପ-ବାଚସ୍ପତି ରଜନୀକାନ୍ତ ସିଂଙ୍କ ଇସ୍ତଫା ପରେ ଏହି ପଦ ଖାଲି ପଡ଼ିଥିଲା । ପରେ ଉପ-ବାଚସ୍ପତି ପ୍ରାର୍ଥୀ ଭାବେ ସାଲୁଗା ପ୍ରଧାନଙ୍କ ନାଁ ଘୋଷଣା କରିଥିଲା ବିଜେଡି । ଗତକାଲି ଉପ-ବାଚସ୍ପତି ପଦ ପାଇଁ ନାମାଙ୍କନପତ୍ର ଦାଖଲ କରିଥିଲେ ସାଲୁଗା ପ୍ରଧାନ । ଶେଷରେ ନିଦ୍ୱନ୍ଦ୍ୱରେ ଉପ-ବାଚସ୍ପତି ପଦ ପାଇଁ ନିର୍ବାଚିତ ହୋଇଛନ୍ତି ସାଲୁଗା । ଜି. ଉଦୟଗିରି ବିଧାନସଭା ଆସନରୁ ପ୍ରଥମେ ୨୦୦୦ ମସିହାରେ ଏବଂ ଏହାପରେ ୨୦୧୯ ମସିହାରେ ନିର୍ବାଚିତ ହୋଇଛନ୍ତି ସାଲୁଗା ।

ସୂଚନାଯୋଗ୍ୟ ଯେ, ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂହ ଚଳିତ ମାସ ୮ ତାରିଖରେ ଉପବାଚସ୍ପତି ପଦରୁ ଇସ୍ତଫା ଦେଇଥିଲେ । ରଜନୀକାନ୍ତ ୨୦୧୯ ଜୁନ ମାସରୁ ଓଡ଼ିଶା ବିଧାନସଭାର ଉପବାଚସ୍ପତି ଭାବେ କାର୍ଯ୍ୟ କରୁଥିଲେ । ୨୦୨୩ ନଭେମ୍ବର ୮ ତାରିଖରେ ଏହି ପଦରୁ ଇସ୍ତଫା ଦେଇଥିଲେ ରଜନୀକାନ୍ତ ।

Leave A Reply

Your email address will not be published.