Latest Odisha News

BREAKING NEWS

୨ ବିଚାରଧୀନ କଏଦୀ ଫେରାର ଘଟଣା

ବଲାଙ୍ଗୀର: ବଲାଙ୍ଗୀର ଟିଟିଲାଗଡ଼ ସବଜେଲରୁ ୨ ବିଚାରଧୀନ କଏଦୀ ଫେରାର ଘଟଣା । ତଦନ୍ତ ପାଇଁ ଟିଟିଲାଗଡ଼ ଜେଲ୍‌ରେ ପହଞ୍ଚିଲେ ଜେଲ୍‌ ବିଭାଗ ଡିଆଇଜି । ଜେଲ୍‌ ବିଭାଗ ଡିଆଇଜି କୁଳମଣି ବେହେରାଙ୍କ ଅନୁସନ୍ଧାନ ଆରମ୍ଭ କରିଛନ୍ତି । ଡିଆଇଜିଙ୍କ ସହ ବଲାଙ୍ଗିର ଜେଲ୍‌ ଅଧୀକ୍ଷକ ମଧ୍ୟ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛନ୍ତି । ଜେଲର ଚୈତନ୍ୟ ପ୍ରଧାନଙ୍କୁ ମଧ୍ୟ ଘଟଣା ନେଇ ପଚରାଉଚରା କରାଯାଇଛି । ନିବାର ରାତି ପ୍ରାୟ ୮ଟାରେ ପାଚେରି ଜେଲ ଡେଇଁ ଉଭୟେ ଫେରାର ମାରିଥିଲେ ।

ହତ୍ୟା ଅଭିଯୋଗରେ ୨ବର୍ଷ ହେଲା ଜେଲରେ ଥିଲେ ୨ ଅଭିଯୁକ୍ତ । ଟିଟିଲାଗଡ଼ ଉପଖଣ୍ଡ ସିନ୍ଧେକେଲା ଥାନା ଅଞ୍ଚଳରେ ମାନସିକ ପୂରଣ ପାଇଁ ଦୁଇଟି ଶିଶୁ ବଳି ଦେଇଥିବା ଗୁଣିଆ ଶୋଭାବନ ରଣା । ଅନ୍ୟଜଣେ ହେଲେ ନାବାଳକଙ୍କୁ କୂଅରେ ଫିଙ୍ଗି ମାରିଦେବା ଅଭିଯୋଗରେ ଗିରଫ ହୋଇ ଜେଲରେ ଥିବା ସୁମିତ ବିହାରୀ  । ଶନିବାର ରାତି ପ୍ରାୟ ୮ଟାରେ ପାଚେରି ଜେଲ ଡେଇଁ ଉଭୟେ ଫେରାର ମାରିଥିବା ଜେଲର ଚୈତନ୍ୟ ପ୍ରଧାନ କହିଛନ୍ତି । ଟିଟିଲାଗଡ଼ ଥାନାରେ ଏନେଇ ଅଭିଯୋଗ ହୋଇଛି । ଉଭୟ ଜେଲରଙ୍କ ଅତି ବିଶ୍ବସ୍ତ ହୋଇଥିବା ନେଇ ଆଲୋଚନା ହେଉଛି । ଏପରିକି ଶୋଭାବନ ଜେଲ ପାଚେରି ବାହାରେ ଜଲରଙ୍କ ଘର କାମ କରୁଥିବା ବେଳେ ସୁମିତ ଜେଲର ସର୍ଦ୍ଦାର ଭଳି ଥିଲେ । ତାଙ୍କ ଇସାରାରେ ସବୁ କିଛି ଚାଲିଥିଲା ବୋଲି ଆଲୋଚନା ହେଉଛି । ଏନେଇ ଜେଲରଙ୍କୁ ପଚାରିବାରୁ ଉଭୟେ ଅଫିସରେ କମ୍ପ୍ୟୁଟର କାମ କରୁଥିଲେ ବୋଲି କହିଛନ୍ତି ।

Leave A Reply

Your email address will not be published.