Latest Odisha News

BREAKING NEWS

ଗଞ୍ଜେଇ ବେପାରୀଙ୍କ ଘରେ ଟଙ୍କାର ପାହାଡ଼, ଚଢ଼ାଉ ବେଳେ ଭଡ଼ା ଘରୁ ମିଳିଲା ବିଡ଼ା ବିଡ଼ା ଟଙ୍କା

ପୁରୀ: ଭଡ଼ା ଘରୁ ଜବତ ହେଲା ବିଡ଼ା ବିଡ଼ା ଟଙ୍କା ସହ ୧ କ୍ବିଣ୍ଟାଲ ଗଞ୍ଜେଇ। ଗଞ୍ଜେଇ ବେପାରୀଙ୍କ ଘରେ ଟଙ୍କାର ପାହାଡ଼। ଚଢ଼ାଉ ବେଳେ ଭଡ଼ା ଘରୁ ମିଳିଲା ବିଡ଼ା ବିଡ଼ା ଟଙ୍କା ସହ ଏକ କ୍ୱିଣ୍ଟାଲ ଗଞ୍ଜେଇ। ପୁରୀ ଜିଲ୍ଲା ଗୋପାଳପୁର ଗାଁରେ ପେଣ୍ଠକଟା ପୋଲିସର ଚଢ଼ାଉ ବେଳେ ଏହି ବଡ଼ ଧରଣର ଜବତ ହୋଇଛି। ଏହି ଭଡ଼ା ଘରୁ ପ୍ରାୟ ଏକ କ୍ୱିଣ୍ଟାଲ ଓଜନର ଗଞ୍ଜେଇ ସହ ୫ ଶହ, ୨ ଶହ ଓ ଶହେ ଟଙ୍କିଆ ବିଡ଼ା ବିଡ଼ା ନୋଟ୍ ଜବତ କରିଛି ପେଣ୍ଠକଟା ମେରାଇନ୍ ପୋଲିସ।

ଚଢ଼ାଉ ବେଳେ ୧୭୬ଟି ପ୍ୟାକେଟରେ ଥିବା ଏହି ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ। ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ କାର୍ତ୍ତିକେଶ୍ୱର ସାମନ୍ତରାୟ ଏବଂ ଦେବେନ୍ଦ୍ର ସାହୁ। ଫାର୍ମାସି କଲେଜ ନିକଟରେ ଥିବା ଏକ ଘରେ ଗଞ୍ଜେଇ ଗଚ୍ଛିତ ଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପେଣ୍ଠକଟା ମେରାଇନ୍ ପୋଲିସର ଏକ ଟିମ୍ ସେଠାରେ ଅତର୍କିତ ଚଢ଼ାଉ କରିଥିଲା। ଏହି ଘରଟି ଜଣେ ରିଅଲ୍ ଇଷ୍ଟେଟ୍ ଠିକାଦାରଙ୍କର ହୋଇଥିବା ବେଳେ, ଅଭିଯୁକ୍ତ ଦ୍ୱୟ ଏହାକୁ ଭଡ଼ାରେ ନେଇଥିଲେ। ଗଞ୍ଜେଇ ବିତରଣ କରିବା ପୂର୍ବରୁ ସେମାନେ ଏହାକୁ ସେଠାରେ ଲୁଚାଇ ରଖିଥିବା ପୋଲିସ ସନ୍ଦେହ କରୁଛି।

ଏହି ଦୁଇ ଅଭିଯୁକ୍ତ ପୂର୍ବରୁ ମଧ୍ୟ ନିଶା କାରବାରରେ ସମ୍ପୃକ୍ତ ଥିଲେ। ଏକ ଟିପ୍-ଅଫ୍ ଆଧାରରେ ଘରେ ଚଢ଼ାଉ କରାଯାଇଥିଲା ଏବଂ ଭବିଷ୍ୟତରେ ଏହାକୁ ବିତରଣ କରିବା ପାଇଁ ସେମାନେ ଯୋଜନା କରିଥିଲେ। ଏତେ ପରିମାଣର ଗଞ୍ଜେଇ କେଉଁଠାରୁ ଆସିଲା ଏବଂ ଏହି ଚୋରା ଚାଲାଣ ନେଟୱାର୍କରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି, ତାହା ଜାଣିବା ପାଇଁ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି।

Comments are closed.